• padmabati kund

କେଶ ରଙ୍ଗ ଅଧିକ ଦିନ ସଂରକ୍ଷିତ କରିବାକୁ ଚାହୁଁଛନ୍ତି ?ପଢନ୍ତୁ ଏହି ପାଞ୍ଚ ଟିପ୍ସ


କେଶକୁ ରଙ୍ଗୀନ କରିବା ପାଇଁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କିନ୍ତୁ କେଶକୁ ରଙ୍ଗ କରିବା ପରେ ଏହା ସାଧାରଣତଃ ଅଧିକ ଦିନ ପର୍ଯ୍ୟନ୍ତ ରହିନଥାଏ। ଏଥିପାଇଁ ପ୍ରାୟ ଲୋକ ବ୍ୟସ୍ତ ହୋଇଥାନ୍ତି। ପାର୍ଲରରେ ଭଲ ଭାବରେ ରଙ୍ଗ କରିବା ପରେ ମଧ୍ୟ, କିଛି ଦିନ ପରେ ଏହା ଫିକା ପଡିଯାଇଥାଏ। ଯଦି ଆପଣ ନିଜ କେଶକୁ ରଙ୍ଗ କରିଛନ୍ତି ଓ ଏହାକୁ ଅଧିକ ଦିନ ରଖିବା ପାଇଁ ଚାହୁଞ୍ଛନ୍ତି ତେବେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ।

୧. ରଙ୍ଗ କରିବା ପରେ ସଙ୍ଗେ ସଙ୍ଗେ ସାମ୍ପୋ କରନ୍ତୁ ନାହିଁ : କେଶକୁ ରଙ୍ଗ କରିସାରିବା ପରେ ଏହାକୁ ତୁରନ୍ତୁ ସାମ୍ପୋ ନକରି ଅତିକମରେ ୭୨ ଘଣ୍ଟା ଅପେକ୍ଷା କରନ୍ତୁ। ଏହାଦ୍ୱାରା ଆପଣଙ୍କ କେଶର ରଙ୍ଗ ଅଧିକ ଦିନ ରହିଥାଏ। ରଙ୍ଗ କରିବା ପରେ ଯଦି କେଶମୂଳ କୁଣ୍ଡାଇ ହେଉଥାଏ ତେବେ ଡ୍ରାଏ ସାମ୍ପୋ ବ୍ୟବହାର କରନ୍ତୁ।

୨. ସଠିକ ସାମ୍ପୋ ବାଛନ୍ତୁ : ରଙ୍ଗ କରିଥିବା କେଶକୁ ଧୋଇବା ପାଇଁ ସବୁବେଳେ ସଠିକ ସାମ୍ପୋ ବାଛିବା ନିହାତି ଜରୁରୀ। ସଲଫେଟ ନଥିବା ସାମ୍ପୋ କିମ୍ବା ରଙ୍ଗକେଶ ପାଇଁ ବ୍ୟବହୃତ ହେଉଥିବା ସାମ୍ପୋ ଲଗାନ୍ତୁ। ଏହା କ୍ଳୋରିନ ଓ ମିନାରାଲକୁ ଆପଣଙ୍କ କେଶ ଠାରୁ ଦୂରେଇ ରଖିଥାଏ ଓ ରଙ୍ଗ ଫିକା ହେବାକୁ ଦେଇନଥାଏ।

୩.ଖରାରୁ କେଶକୁ ରକ୍ଷା କରନ୍ତୁ : ଯେତେବେଳେ ଆପଣ ଖରାରେ ବାହାରକୁ ଯାଉଛନ୍ତି ସେହି ସମୟରେ କେଶକୁ ଖରାରୁ ଲୁଚାଇ ରଖନ୍ତୁ। ବାହାରକୁ ଯିବା ସମୟରେ ଟୋପି ବ୍ୟବହର କରନ୍ତୁ,ଏହାଦ୍ଵାରା କେଶର ରଙ୍ଗ ଫିକା ହେବ ନାହିଁ।

୪.କଣ୍ଡିଶନର ବ୍ୟବହାର କରନ୍ତୁ : କେଶକୁ ରଙ୍ଗ କରିବା ଆଗରୁ କଣ୍ଡିଶନରର ବ୍ୟବହାର ନିହାତି କରନ୍ତୁ। କଣ୍ଡିଶନର ପ୍ରୟୋଗ ହୋଇଥିବା କେଶ ଶୁଖିଲା କେଶ ଅପେକ୍ଷା ବହୁତ ଜଲଦି ରଙ୍ଗକୁ ଗ୍ରହଣ କରିଥାଏ ଓ ରଙ୍ଗକୁ ବହୁତ ସମୟ ପର୍ଯ୍ୟନ୍ତ କେଶରେ ରହିବାରେ ସାହାଯ୍ୟ କରେ।

୫.ଥଣ୍ଡା ପାଣିରେ କେଶକୁ ଧୁଅନ୍ତୁ: କେଶକୁ ରଙ୍ଗ କରିବା ପରେ ସବୁବେଳେ ଥଣ୍ଡା ପାଣିରେ ଧୁଅନ୍ତୁ। ଗରମ ପାଣିରେ କେଶ ଧୁଅନ୍ତୁ ନାହିଁ ଏହାଦ୍ଵାରା ଆପଣଙ୍କ କେଶର ମୂଳ ଖୋଲିଯାଇଥାଏ ଶୀଘ୍ର ରଙ୍ଗ ଫିକା ପଡିଯାଇଥାଏ।

#fashion #haircolour

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon