• padmabati kund

ଘର ଦୁଆର ମୁହଁରେ ପହଞ୍ଚିବ ଓମଫେଡ ଉତ୍ପାଦ


ଲୋକମାନଙ୍କ ଘର ଦୁଆର ମୁହଁରେ ଓମଫେଡର ଉତ୍ପାଦ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ନୂତନ ପ୍ରୟାସ କରିଛନ୍ତି। ଭୁବନେଶ୍ଵରର ସମସ୍ତ 66ଟି ୱାର୍ଡରେ ଓମଫେଡ ଉତ୍ପାଦ ଗୁଡିକୁ ପହଞ୍ଚାଇବା ପାଇଁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 10ଟି ବ୍ୟାଟେରୀ ଚଳିତ ଗାଡିର ଶୁଭାରମ୍ଭ କରିଛନ୍ତି।

ଏହି ଗାଡିରେ ଖାଉଟିମାନେ ଓମଫେଡର ଦୁଗ୍ଧ ବୋତଲ , ରାବିଡି, ମିଠାଦହି, ପ୍ୟାକେଟ ଦହି, ଘୋଳଦହି, ଲସି, ଛେନାପୋଡ,ଲହୁଣୀ, ଛେନା, ପେଡା, ଖୁଆ, ରସଗୋଲା, ଗୋଲାପଜାମୁ ଓ ବିଭିନ୍ନ ସ୍ଵାଦର ଆଇସକ୍ରିମ ପାଇପାରିବେ ବୋଲି ଓମଫେଡର ପରିଚାଳନା ନିର୍ଦ୍ଦେଶକ ବିଶାଳ ଗଗନ କହିଛନ୍ତି।

ଖାଉଟି ମାନଙ୍କ ଘର ଦୁଆର ମୁହଁରେ ଓ ସଠିକ ଦାମରେ ଓମଫେଡର ଉତ୍ପାଦକୁ ପହଞ୍ଚା ଯିବ ଓ ସକାଳ 6.30ଘଣ୍ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଗାଡି ବିଭିନ୍ନ ୱାର୍ଡରେ ବୁଲିବ ବୋଲି କୃଷି ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ଆଗକୁ ଆହୁରି 40ଟି ଓମଫେଡ ଡାୟରୀ ଏକ୍ସପ୍ରେସ ରାସ୍ତାକୁ ଓହ୍ଲାଇବାର ଯୋଜନା ରହିଛି। ଆଗାମୀ ଦିନରେ ଭୁବନେଶ୍ଵର ବ୍ୟତୀତ ପୁରୀ, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଖାଉଟି ମାନଙ୍କ ପାଖରେ ଏହି ସୁବିଧା ଉପଲବ୍ଧ ହେବ।

ଏଥିଲାଗି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏକ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓମଫେଡର ଏହି ସମସ୍ତ ଉତ୍ପାଦ ଓମଫେଡ ଦ୍ଵାରା ନିଯୁକ୍ତି ପ୍ରାପ୍ତ ବିକ୍ରେତା ମାନଙ୍କ ଦ୍ଵାରା ସିଧାସଳଖ ଖାଉଟି ମାନଙ୍କ ପାଖରେ ପହଞ୍ଚିବ। ତେବେ ଲୋକସଂଖ୍ୟା ଅନୁଯାୟୀ ଇ-କାର୍ଟ ପ୍ରଚଳନର ବ୍ୟବସ୍ଥା କରାଯିବ। ଏଥିପାଇଁ ଓମଫେଡ ସହ ଅନୁବନ୍ଧିତ ତିନି ଲକ୍ଷ ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯିବ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମତ୍ସ୍ୟ ବିଭାଗର ସଚିବ ବିଶାଳ ଗଗନ ଓ ଓମଫେଡର ଅଧ୍ୟକ୍ଷା ସରୋଜିନୀ ମିଶ୍ର ଉପସ୍ଥିତ ଥିଲେ।

#currentnews #omfed #dairyexpress

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon