• padmabati kund

ଟ୍ରେନ ଯାତ୍ରୀଙ୍କ କାଖ ପାଇଁ ପଇସା ଦେଉଛି ଜାପାନୀ ବିଜ୍ଞାପନ କମ୍ପାନୀ


ଟ୍ରେନରେ ଯାତ୍ରା କରିବା ସମୟରେ ଅନ୍ୟ ଯାତ୍ରୀ ମାନଙ୍କୁ ଆପଣ କେବେବି ଅଧିକ ଧ୍ୟାନ ଦେଇନଥାନ୍ତି କିମ୍ବା ଟ୍ରେନ ବଗିରେ ଲାଗିଥିବା ବିଜ୍ଞାପନକୁ ମଧ୍ୟ ଆପଣ ଧ୍ୟାନ ଦେଉନଥିବେ। କିନ୍ତୁ ଯଦି କେହି ଟ୍ରେନରେ ଆପଣଙ୍କ ପାଖରେ ଟ୍ରେନର ହ୍ୟାଣ୍ଡେଲକୁ ଧରି ଠିଆ ହୋଇଥାନ୍ତି ଓ ତାଙ୍କ କାଖରେ କିଛି ବିଜ୍ଞାପନ ଲାଗିଥାଏ ତେବେ ସେହି ବିଜ୍ଞାପନ ଆଡକୁ ଆପଣ ନିଶ୍ଚିତ ଧ୍ୟାନ ଦେବେ।

ମଣିଷଙ୍କର କାଖରେ ବିଜ୍ଞାପନ, କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟକର ଲାଗୁଥିବ କିନ୍ତୁ ଜାପାନର ଏକ କମ୍ପାନୀ କାଖରେ ବିଜ୍ଞାପନ କରିବା ପାଇଁ ଟ୍ରେନ ଯାତ୍ରୀଙ୍କୁ ପଇସା ଦେଉଛି। ଏହି କମ୍ପାନୀର ନାମ ହେଉଛି ୱାକିନୋ ଆଡ କମ୍ପାନୀ। ଏହି କମ୍ପାନୀ କାଖରେ ବିଜ୍ଞାପନ କରିବା ପାଇଁ ମଡେଲଙ୍କୁ ନିଯୁକ୍ତି ଦେଉଛି।

ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ଏହି କମ୍ପାନୀ ବ୍ରାଣ୍ଡ ଗୁଡିକର ପ୍ରଚାର ଓ ପ୍ରସାର ପାଇଁ ଏପରି ଅଭିନବ ପ୍ରୟାସ କରିଛି। ଏହା ମାଧ୍ୟମରେ ବ୍ରାଣ୍ଡ ଗୁଡିକର ଅଧିକ ପଚାର ହୋଇପାରିବ ବୋଲି କମ୍ପାନୀର ଯଥେଷ୍ଟ ବିଶ୍ଵାସ ରହିଛି ଓ ଏଥିଲାଗି ପ୍ରତ୍ୟେକ ମଡେଲଙ୍କୁ ଘଣ୍ଟା ପିଛା ଟ.6,123 ( ଛ

ଛଅ ହଜାର ଶହେ ତେଇଶି ଟଙ୍କା) ଦିଆଯିବ ବୋଲି କହିଛି।

ୱାକିନୋ ଆଡ କମ୍ପାନୀ ତରଫରୁ ଏହାର ପ୍ରଥମ ବିଜ୍ଞାପନ ଏକ ସୌନ୍ଦର୍ଯ୍ୟ ଉପଚାର କେନ୍ଦ୍ର ‘ସେଇସିନ ବାୟୋ କ୍ଲିନିକ”ର କରାଯାଇଛି। ଏହି କ୍ଲିନିକରେ କାଖରେ ଥିବା କେଶକୁ ବିନା ଯନ୍ତ୍ରଣାରେ ବାହାର କରାଯାଇଥାଏ।

ଏହି କମ୍ପାନୀ ବିଜ୍ଞାପନ ପାଇଁ ଉଭୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି କରିବା ପାଇଁ ଏକ ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ମଧ୍ୟ ଆୟୋଜନ କରୁଛି। କାଖରେ ବିଜ୍ଞାପନ କରିବା ପାଇଁ ଯାହାର କାଖ ସୁନ୍ଦର ଥିବା ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଚୟନ କରାଯିବ।

ଏହା ପୂର୍ବରୁ ମଧ୍ୟ ଜାପାନର କମ୍ପାନୀ ବିଜ୍ଞାପନ ପାଇଁ ମଣିଷଙ୍କର ଶରୀରର ଅଙ୍ଗକୁ ବ୍ୟବହାର କରିଛନ୍ତି। ଗତ 2013 ମସିହାରେ ତିନି ହଜାରରୁ ଅଧିକ ଯୁବତୀ ନିଜ ଜଙ୍ଘରେ ଷ୍ଟିକର ଲଗାଇ ଦୁଇଟି ଜାପାନୀ ଫିଲ୍ମର ପ୍ରଚାର କରିଥିଲେ।

#oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon