• padmabati kund

ନେଟଫ୍ଲିକ୍ସରେ ଆସିବ ‘ବାହୁବଳୀ’ ପ୍ରିକ୍ୱେଲ ସିରିଜ


ଅନଲାଇନରେ ଆକର୍ଷଣୀୟ ଭିଡିଓ ସିରିଏଲ ପାଇଁ ପ୍ରସିଦ୍ଧ ନେଟଫ୍ଲିକ୍ସ ତରଫରୁ ଗତ ମାସରେ ପ୍ରଥମ ଭାରତୀୟ ସିରିଜ ‘ସାକ୍ରେଡ଼ ଗେମ’ ପ୍ରଦର୍ଶନ କରାଯିବା ପରେ , ନେଟଫ୍ଲିକ୍ସ ସୁପରହିଟ ଫିଲ୍ମ ‘ବାହୁବଳୀ’ର କାହାଣୀକୁ ନେଇ ଏକ ସିରିଜ ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ନେଟଫ୍ଲିକ୍ସ ତରଫରୁ ଗୁରୁବାର ଘୋଷଣା କରାଯାଇଛି। ଏହାର କାହାଣୀ “ଦ  ରାଇଜ ଅଫ ଶିବଗାମୀ” ଉପନ୍ୟାସ ଉପରେ ଆଧାରିତ।

ନେଟଫ୍ଲିକ୍ସ ତରଫରୁ ଏହାର ଟ୍ଵିଟର ଆକାଉଣ୍ଟରେ ଏହି ପ୍ରିକ୍ଵେଲର ଟିଜର ମଧ୍ୟ ରିଲିଜ କରାଯାଇଛି।

ଏହି ପ୍ରିକ୍ଵେଲର ନାମ ରହିଛି “ବାହୁବଳୀ : ବିଫୋର ଦ ବିଗିନିଙ୍ଗ”। ‘ବାହୁବଳୀ ଦ ବିଗିନିଙ୍ଗ’ ଓ ‘ବାହୁବଳୀ ୨ ଦ କନକ୍ଲୁଜନ’ର ନିର୍ଦ୍ଦେଶକ ଏସ.ଏସ ରାଜମୌଲି, ଅର୍କା ମିଡିଆ ଓ ନେଟଫ୍ଲିକ୍ସ ସହିତ ଯୋଗଦେଇ ଏହି ସିରିଜ ପାଇଁ କାମ ଆରମ୍ଭ କରିଛନ୍ତି। ଏହି ପ୍ରିକ୍ଵେଲକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି ସେ କହିଛନ୍ତି।

ବାହୁବଳୀ ର କାହାଣୀ ମୁଖ୍ୟତଃ ମାହିଷ୍ମତି ରାଜ୍ୟର ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ। ନେଟଫ୍ଲିକ୍ସରେ ଆରମ୍ଭ ହେବାକୁ ଯାଉଥିବା ଏହାର ପ୍ରଥମ ସିଜିନରେ ମୋଟ ନଅଟି ଅଧ୍ୟାୟ ରହିବ।

ଏହାର କାହାଣୀ ଆନନ୍ଦ ନୀଳକଣ୍ଠନଙ୍କ ଲିଖିତ ପୁସ୍ତକ ‘ଦ ରାଇଜ ଅଫ ଶିବଗାମୀ’ ଉପରେ ଆଧାରିତ ରହିବ। ଏହି ପ୍ରଥମ ସିଜିନରେ ମାହିଷ୍ମତିର ରାଣୀ ଶିବଗାମୀଙ୍କ କାହାଣୀ ଚିତ୍ରିତ ହେବ। ଜଣେ ବିଦ୍ରୋହାତ୍ମକ ଓ ପ୍ରତିହିଂସା ପରାୟଣ ଝିଅରୁ ସେ କିପରି ନମ୍ର ଓ ଅନୁପମ ରାଣୀ ହେଲେ ତାହା ବର୍ଣ୍ଣନା କରାଯିବ।

ବାହୁବଳୀ ର ଦୁଇଟି ଯାକ ଫିଲ୍ମ ପାଇଁ  400କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା ଓ ବକ୍ସ ଅଫିସରେ ମଧ୍ୟ ଏହା ବହୁତ ଭଲ ରୋଜଗାର କରିଥିଲା। ଏହା ହିନ୍ଦୀ ଓ ତେଲୁଗୁ ଭାଷା ବ୍ୟତୀତ ତାମିଲ ଓ ମାଲାୟଲାମ ଭାଷାରେ ମଧ୍ୟ ରିଲିଜ ହୋଇଥିଲା।

#entertainment #bollywood #bahubali #netflix

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon