- padmabati kund
ଶୁକ୍ରବାର ଫିଲ୍ମ ରିଲିଜ :'ମୁଲ୍କ', 'କାରୱା' ସବୁରି ପ୍ରିୟ

ଶୁକ୍ରବାର ରିଲିଜ ହୋଇଛି ବଲିଉଡର ତିନୋଟି ଫିଲ୍ମ। ଅତୁଲ ମାଞ୍ଜେରକରଙ୍କ ନିର୍ଦ୍ଦେଶିତ ‘ଫନ୍ନେ ଖାନ’, ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ‘ମୁଲ୍କ’ ଓ ଆକର୍ଷ ଖୁରାନାଙ୍କ ନିର୍ଦ୍ଦେଶିତ ‘କାରୱା’ ଏକା ସାଙ୍ଗରେ ପରଦାକୁ ଆସିଛି।
ଅଧିକାଂଶ ଫିଲ୍ମ ସମୀକ୍ଷକ ତିନୋଟି ଫିଲ୍ମକୁ ଭଲ ରେଟିଙ୍ଗ ଦେଇଛନ୍ତି ମାତ୍ର ‘ଫନ୍ନେ ଖାନ’କୁ କମ ରେଟିଙ୍ଗ ଦେଇଛନ୍ତି। ତେବେ ଦର୍ଶକ ମାନଙ୍କର ଫିଲ୍ମ ଦେଖିବାପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଫନ୍ନେ ଖାନ
ଅନିଲ କପୁର, ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଫନ୍ନେ ଖାନ’ ଆଜି ରିଲିଜ ହୋଇଯାଇଛି। ଦର୍ଶକମାନେ ଏଥିରେ ସମସ୍ତ କଳାକାର ମାନଙ୍କ ଅଭିନୟ ସହିତ 17ବର୍ଷ ପରେ ଐଶ୍ଵର୍ଯ୍ୟା ଓ ଅନିଲ କପୁରଙ୍କ ଯୋଡିକୁ ଖୁବ ପସନ୍ଦ କରିଛନ୍ତି। ଫିଲ୍ମର କାହାଣୀ ମଧ୍ୟ ଲୋକଙ୍କ ମନକୁ ଛୁଇଁ ପାରିଛି। ତେବେ ଏହାର ଗୀତ ଲୋକଙ୍କ ମନରେ ସେତେଟା ଘର କରିପାରିନାହିଁ।
ଏହା ଏକ କମେଡି ମ୍ୟୁଜିକାଲ ଡ୍ରାମା ଫିଲ୍ମ ଅଟେ। ଏଥିରେ ଅନିଲ କପୁର ଏକ ଟ୍ୟାକ୍ସି ଚାଳକର ଭୂମିକାରେ ଅଭିନୟ କରିଛନ୍ତି। ଏହା ସହିତ ନିଜ ଗଳିରେ ଥିବା ମ୍ୟୁଜିକାଲ ବ୍ୟାଣ୍ଡର ସେ ଫନ୍ନେ ଖାନ ଅଟନ୍ତି ଓ ସେ ନିଜ ଝିଅକୁ ଜଣେ ଗାୟିକା କରିବାକୁ ସମସ୍ତ ଚେଷ୍ଟା କରୁଛନ୍ତି। ରାଜକୁମାର ରାଓ ଏଥିରେ ଅନିଲ କପୁରଙ୍କ ବନ୍ଧୁ ଓ ଐଶ୍ଵର୍ଯ୍ୟା ଜଣେ ପ୍ରତିଷ୍ଠିତ ଗାୟିକା ଭୂମିକାରେ ଅଭିନୟ କରିଛନ୍ତି।
ମୁଲ୍କ
ରିଷି କପୁର ଓ ତାପସୀ ପାନୁଙ୍କ ଅଭିନୀତ ଫିଲ୍ମ ‘ମୁଲ୍କ’ମଧ୍ୟ ରିଲିଜ ହୋଇସାରିଛି। ଫିଲ୍ମକୁ ଦେଖିବା ପରେ ଦର୍ଶକମାନେ ଏହାର ଖୁବ ପ୍ରଶଂସା କରିଛନ୍ତି। ଖାସ କରି ଫିଲ୍ମରେ ତାପସୀ ପାନୁ ଓ ରିଷି କପୁରଙ୍କ ଅଭିନୟକୁ ଖୁବ ପ୍ରସଂଶା କରିଛନ୍ତି। ବର୍ତ୍ତମାନ ସମାଜ ପାଇଁ ଏହା ଏକ ସୁନ୍ଦର ବାର୍ତ୍ତା ବୋଲି ଦର୍ଶକମାନେ ମତ ରଖିଛନ୍ତି।
ଫିଲ୍ମଟି ବର୍ଷ ବର୍ଷ ଧରି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ରହିଥିବା ଘୃଣା ଓ ବିଦ୍ଵେଷ ଭାବକୁ ସଠିକ ଆଇନା ଦେଖାଇଛି।ଏଥିରେ ରିଷି କପୁର ଜଣେ ମୁସଲମାନ ଭୂମିକାରେ ଅଭିନୟ କରିଛନ୍ତି ଯାହାକୁ ଲୋକମାନେ ଆତଙ୍କବାଦୀ ବୋଲି କହିଛନ୍ତି ଓ ତାପସୀ ପାନୁ ରିଷି କପୁରଙ୍କ ବୋହୁ ଭୂମିକାରେ ଅଭିନୟ କରିଛନ୍ତି। ତାପସୀ ଜଣେ ଓକିଲ ହୋଇ ରିଷିଙ୍କ ମୁଣ୍ଡରୁ ଆତଙ୍କବାଦୀର ଦାଗ ଦୂର କରିଛନ୍ତି।
କାରୱା
ଇରଫାନ ଖାନଙ୍କ ଅଭିନୀତ ‘କାରୱା’ ଫିଲ୍ମ ମଧ୍ୟ ଅନ୍ୟଦୁଇଟି ଫିଲ୍ମକୁ ଟକ୍କର ଦେଇ ରିଲିଜ ହୋଇଯାଇଛି। ଏଥିରେ ଇରଫାନ ଓ ମାଲାୟଲମ ଫିଲ୍ମ ଅଭିନେତା ଦଲକୀରଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରିଛନ୍ତି।
ଫିଲ୍ମର କାହାଣୀ ବାପ ଓ ପୁଅର ସମ୍ପର୍କ ଉପରେ ଆଧାରିତ। ସ୍ଵପ୍ନ ପୂରଣ ନହେବାର ମୁଖ୍ୟ କାରଣ ନିଜ ବାପା ବୋଲି କହୁଥିବା ପୁଅ ଏବଂ ବାପାର ମୃତ୍ୟୁପରେ ପୁଅର ଜୀବନ କିପରି ନୂଆ ମୋଡ ନେଇଛି ଏହାକୁ ନେଇ କାହାଣୀଟି ଆଗେଇଛି।