• padmabati kund

ରେଳବିଭାଗର ଗ୍ରୁପ-ସି ପଦବୀ ସଂଖ୍ୟା 60ହଜାରକୁ ବୃଦ୍ଧି


ରେଳବିଭାଗରେ ଚାକିରୀ କରିବାକୁ ଚାହୁଁଥିବା ତଥା ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାର ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆଣିଛି ଭାରତୀୟ ରେଳବିଭାଗ। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ଜାରି ହେଇଥିବା ଏକ ଅଧିସୂଚନା ଅନୁସାରେ ଗ୍ରୁପ-ସି ରେ ନିଯୁକ୍ତି ପାଇଁ ପଦବୀ ସଂଖ୍ୟାକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ରେଳବିଭାଗର ଗ୍ରୁପ-ସି ରେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଓ ଟେକ୍ନିସିଆନ ନିଯୁକ୍ତି ପାଇଁ ମୋଟ 26,502ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବର୍ତ୍ତମାନ ଏହି ପଦବୀ ସଂଖ୍ୟା 60,000କୁ ବୃଦ୍ଧି କରାଯାଇଛି। ରେଳ ମନ୍ତ୍ରୀ ପିୟୁଷ ଗୋୟେଲ ମଧ୍ୟ ଏନେଇ ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ କରି ଜଣାଇଛନ୍ତି।

ଏହା ସହିତ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୱେଟିଙ୍ଗ ତାଲିକା ମଧ୍ୟ ପ୍ରକାଶ ପାଇବ। ଯଦି କୌଣସି ଚୟନ ହୋଇଥିବା ପ୍ରାର୍ଥୀ କୌଣସି କାରଣ ବଶତଃ ଚାକିରୀରେ ଯୋଗଦାନ ନକରନ୍ତି ତେବେ ୱେଟିଙ୍ଗ ତାଲିକାରେ ଥିବା ପ୍ରାର୍ଥୀଙ୍କୁ ଡକାଯିବ।

ଆସିଷ୍ଟାଣ୍ଟ ଲୋକ ପାଇଲଟ ଓ ଟେକ୍ନିସିଆନ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ଅଗଷ୍ଟ ମାସ 9ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିଲାଗି ପ୍ରାୟ 47ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି। ଏହି ପରୀକ୍ଷାର ଏକ ସପ୍ତାହ ଆଗରୁ ରେଳ ବିଭାଗ ଆବେଦନକାରୀଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି।

ପଦବୀ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମଧ୍ୟ କମ ରହିବ। ପ୍ରାର୍ଥୀମାନେ ନିଜର ଆଡମିଟ କାର୍ଡ ପରୀକ୍ଷାର ଚାରି ଦିନ ଆଗରୁ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରିପାରିବେ।

ରେଳବିଭାଗ ତରଫରୁ ଫେବୃୟାରୀ ମାସରେ ଗ୍ରୁପ-ଡି ଓ ଗ୍ରୁପ-ସି ରେ ମୋଟ 89,409ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ମଧ୍ୟରୁ ଗ୍ରୁପ-ଡି ପାଇଁ 62,907 ଓ ଗ୍ରୁପ-ସି ପାଇଁ 26,502ଟି ପଦ ରହିଥିଲା। ଏହି ସମସ୍ତ ପଦ ପାଇଁ 2କୋଟି 37ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଛନ୍ତି।

#jobs #railway #vacancy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon