• padmabati kund

ଆଇ.ଏସ.ଆଇ ମାର୍କ ନ ଥିବା ହେଲମେଟ ବିକ୍ରିକଲେ ଜରିମାନା ସହ ଜେଲଦଣ୍ଡ


ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଇନଷ୍ଟିଟ୍ୟୁଟ (ଆଇ.ଏସ.ଆଇ )ମାର୍କ ନଥିବା ହେଲମେଟ ପ୍ରସ୍ତୁତ କରିବା ଏବଂ ବିକ୍ରି କରିବା ଆଇନଗତ ଦଣ୍ଡନୀୟ ଅପରାଧ ବୋଲି ଗଣାଯିବ ଓ ହେଲମେଟ ବିକ୍ରିକରୁଥିବା ଦୋକାନୀମାନଙ୍କ ବିରୋଧରେ ଖୁବ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ହେଲମେଟ ବିକ୍ରି କରୁଥିବା ଦୋକାନୀ ଗିରଫ ମଧ୍ୟ ହୋଇପାରନ୍ତି।

ସଡକ ଓ ପରିବହନ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏ ସମ୍ପର୍କରେ ଏକ ନୋଟିସ ଜାରି କରିଛନ୍ତି। କୌଣସି ବ୍ୟକ୍ତି ତଥା ହେଲମେଟ ବିକ୍ରେତା ଯଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ୨ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ବର୍ଷ କାଳ ଜେଲ ଦଣ୍ଡାଦେଶ ହେବ । ସେହିପରି ଦ୍ୱିତୀୟ ଥର ପାଇଁ ଧରା ପଡିଲେ ଜରିମାନାର ପରିମାଣ ଏବଂ ଜେଲ ଦଣ୍ଡାଦେଶକୁ ମଧ୍ୟ ବଢାଇ ଦିଆଯିବ । ତେବେ ଏହି ନିୟମ ଆସନ୍ତା ବର୍ଷ ପ୍ରାରମ୍ଭରୁ ସାରା ଦେଶରେ କାର୍ଯ୍ୟକାରୀ କରାଯିବ।

ବି.ଆଇ.ଏସ ଆକ୍ଟ 2016 ଅନୁସାରେ, ନିମ୍ନମାନର ହେଲମେଟ ବିକ୍ରି କରି ବାରମ୍ବାର ଧରା ପଡିବା ପରେ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ, କିମ୍ବା ବିକ୍ରି କରାଯାଇଥିବା ଜିନିଷର ୧୦ ଗୁଣା ଅଧିକ ଜରିମାନା ହୋଇପାରେ ।

ନୂଆ ବର୍ଷରୁ ଲାଗୁ

ସଡକ ଓ ପରିବହନ ମନ୍ତ୍ରାଳୟ ଏସଂପର୍କରେ ସାଧାରଣ ଜନତାଙ୍କ ମତାମତ ଲୋଡିଛନ୍ତି । ଆସନ୍ତା ବର୍ଷ ୧୫ ଜାନୁଆରୀରୁ ଏହି ନିୟମ ସାରା ଦେଶରେ ଲାଗୁ କରିଦିଆଯିବ । ଯାହାଦ୍ୱାରା କେବଳ ଆଇ.ଏସ.ଆଇ ମାର୍କ ବିଶିଷ୍ଟ ହେଲମେଟ ବଜାରରେ ବିକ୍ରି କରାଯାଇପାରିବ ।

ବର୍ତ୍ତମାନ ସମୟରେ ସାରା ଦେଶରେ ଘଟୁଥିବା ସଡକ ଦୁର୍ଘଟଣାରୁ ବିନା ହେଲମେଟରେ ପିନ୍ଧିଥିବା ଓ ଆଇ.ଏସ.ଆଇ ମାର୍କ ନଥିବା ହେଲମେଟ ପିନ୍ଧିଥିବା ଲୋକଙ୍କର ହିଁ ସବୁଠାରୁ ଅଧିକ ମୃତ୍ୟୁ ହେଉଛି। ୨୦୧୭ ମସିହାରେ ୧୫ ହଜାର ଲୋକଙ୍କର ମୃତ୍ୟୁ ବିନା ହେଲମେଟ ପିନ୍ଧି ଗାଡି ଚଲାଉଥିବା କାରଣରୁ ହିଁ ଘଟିଛି । ତେଣୁ ଏହାକୁ ରୋକିବା ପାଇଁ ସାଧାରଣ ଜନତାଙ୍କୁ ଭଲ କ୍ୱାଲିଟିର ହେଲମେଟ କିଣି ପିନ୍ଧିବାକୁ ସରକାରଙ୍କ ତରଫରୁ ପ୍ରୋତ୍ସାହିତ କରାଯିବ।

#currentnews #helmet

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon