• padmabati kund

ଆଗକୁ ଆସୁଛି  ସାନିଆ ମିର୍ଜାଙ୍କ ଉପରେ ଫିଲ୍ମ


ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ବାୟୋପିକକୁ ନେଇ ବହୁ ଫିଲ୍ମ ପ୍ରସ୍ତୁତ ହେଉଛି। ଅଭିନେତା, ଖେଳାଳୀ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ଲୋକମାନେ ପରଦା ଉପରେ ଦେଖିପାରୁଛନ୍ତି। ପ୍ରଥମେ ଭାରତର କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀ, ସଚିନ ତେନ୍ଦୁଲକର ଓ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ସନ୍ଦୀପ ସିଂ ଙ୍କ ଜୀବନୀକୁ ନେଇ ସିନେମା ପ୍ରସ୍ତୁତ ହେବା ପରେ ବର୍ତ୍ତମାନ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଜୀବନୀକୁ ନେଇ ସିନେମା ପ୍ରସ୍ତୁତ ହେବାକୁ ଯାଉଛି।

ସାନିଆଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମକୁ ନିର୍ମାଣ କରିବେ ରୋନି ସ୍କୃୱାଲା। ତେବେ ସାନିଆଙ୍କ ବାୟୋପିକକୁ ନିର୍ମାଣ କରିବାର ରାଇଟସ କିଣିବା ପାଇଁ ଅନେକ ପ୍ରଯୋଜକ ଚେଷ୍ଟା କରିଥିଲେ କିନ୍ତୁ ରୋନି ସ୍କୃୱାଲା ବାଜି ମାରିନେଇଛନ୍ତି ବୋଲି ମୁମ୍ବାଇ ମିରର ତରଫରୁ ପ୍ରକାଶ କରାଯାଇଛି।

ଏହି ଫିଲ୍ମରେ ସାନିଆଙ୍କର ଉଭୟ ବ୍ୟକ୍ତିଗତ ଜୀବନ ଓ ପେଶାଦାର ଜୀବନ ଚିତ୍ରିତ କରାଯିବ। ଖୁବ ଶୀଘ୍ର ଏହାର ନିର୍ଦ୍ଦେଶକ କିଏ ହେବ ଆଲୋକପାତ କରାଯିବ ଓ ଏହା ପରେ ଫିଲ୍ମର ଅଭିନେତା ମାନଙ୍କୁ ବଛା ଯିବ।

ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସାନିଆ ମିର୍ଜା ହାଇଦ୍ରାବାଦରେ ବଢିଛନ୍ତି ଓ ମାତ୍ର ଛଅ ବର୍ଷ ବୟସରୁ ସେ ଖେଳିବା ଆରମ୍ଭ କରିଥିଲେ। 2003 ମସିହାରେ ସେ ଜଣେ ପେଶାଦାର ଭାବରେ ଖେଳ ଆରମ୍ଭ କରିଥିଲେ।

ନିକଟରେ ନିଜର ବାୟୋପିକକୁ ନେଇ ସାନିଆ କହିଥିଲେ ଯଦି ମୋ ଉପରେ ବାୟୋପିକ ନିର୍ମାଣ ହୁଏ ତେବେ ମୁଁ ଚାହିଁବି ମୋ ରୋଲ ପରିଣୀତି ଚୋପ୍ରା କରନ୍ତୁ ।

ସାନିଆ ତାଙ୍କ କ୍ୟାରିୟର ମଧ୍ୟରେ ଛଅଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହାଛଡ଼ା ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ଅର୍ଜୁନ ଓ ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ କରାଯାଇଛି । ସାନିଆ ୨୦୧୦ ମସିହାରେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ । ସେ ମେ ୨୩ରେ ଟୁଇଟ ମାଧ୍ୟମରେ ଗର୍ଭବତୀ ଥିବା ସୂଚନା ଦେଇଥିଲେ ।

ସାନିଆଙ୍କ ବାୟୋପିକ ବ୍ୟତୀତ ଆଗକୁ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ଭାରତର ପ୍ରଥମ ଅଲମ୍ପିକ ସ୍ୱର୍ଣ୍ଣପଦକ ବିଜୟୀ ସୁଟର ଅଭିନବ ବିନ୍ଦ୍ରାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । 

#entertainment #bollywood #biopic #saniamirza

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon