• padmabati kund

ଓସାମା ବିନ ଲାଡେନ ମା'ଙ୍କ ପ୍ରଥମ ସାକ୍ଷାତକାର : 'ଲାଜକୁଳା ଥିଲା ଲାଡେନ'


ଅଲ-କାଇଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ ଲାଡେନଙ୍କ ମୃତ୍ୟୁର 7ବର୍ଷ ପରେ ତାଙ୍କ ମା’ ଆଲିଆ ଘାନେମ, ବ୍ରିଟିଶ ଖବର କାଗଜ ‘ଦ ଗାର୍ଡିୟାନ’କୁ ସାକ୍ଷାତକାର ଦେଇ ନିଜ ପୁଅ ବିଷୟରେ ସାରା ଦୁନିଆ ଆଗରେ ମୁହଁ ଖୋଲିଛନ୍ତି।ସାଉଦି ଆରବର ଜେଦ୍ଦାହରେ ଥିବା ନିଜ ପରିବାର ଲୋକଙ୍କ ସହିତ ସେ ଏହି ସାକ୍ଷାତକାର ଦେଇଛନ୍ତି।

ଏହି ସାକ୍ଷାତକାରେ ଘାନେମ କହିଛନ୍ତି ଯେ, “ତାଙ୍କ ପୁଅ ପିଲାବେଳୁ ଜଣେ ଭଲପିଲା ଥିଲା। ସେ ବହୁତ ଲାଜକୁଳା ଓ ଭଲ ପାଠ ପଢୁଥିଲା। ମାତ୍ର ଉଚ୍ଚ ଶିକ୍ଷା ପାଇଁ ଜେଦ୍ଦାହରେ ଥିବା କିଙ୍ଗ ଅବଦୁଲ୍ଲାଜିଜ ବିଶ୍ଵବିଦ୍ୟାଳୟରେ ଅର୍ଥାଶାସ୍ତ୍ର ବିଭାଗରେ ନାମ ଲେଖାଇବା ପରେ ଖରାପ ଲୋକଙ୍କ ସଂଗତିରେ ପଡି ସେ ଏପରି ହୋଇଥିଲା। ଏପରି ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ସବୁବେଳେ ତାକୁ ମନା କରୁଥାଏ, ମାତ୍ର ସେ କଣ କରୁଛି ମତେ କିଛି କୁହେ ନାହିଁ, କାରଣ ସେ ମତେ ବହୁତ ଭଲ ପାଏ।“

ସୂଚନାଯୋଗ୍ୟ ଯେ ବିନ ଲାଡେନ ପରିବାର ସାଉଦି ଆରବର ଏକ ପ୍ରଭାବଶାଳୀ ଓ ଧନୀ ପରିବାର। ସାଉଦି ଆରବର ଜେଦ୍ଦାହ ସହରରେ ରହୁଥିବା ଏହି ପରିବାର ସମସ୍ତ ପ୍ରମୁଖ ଅଟ୍ଟାଳିକାର ନିର୍ମାଣ ଦାୟିତ୍ବ ନେଇଥାନ୍ତି। ସାଉଦି ଆରବର ରାଜ ପରିବାରର ସହିତ ଏହି ପରିବାରର ଭଲ ସମ୍ବନ୍ଧ ରହିଛି।

ଲାଡେନର ପରିବାର ସଦସ୍ୟ ମାନେ କହିଛନ୍ତି ଯେ 2009 ଓ 2011ରେ ହୋଇଥିବା ଆକ୍ରମଣ ପୂର୍ବରୁ ଶେଷଥର ପାଇଁ ସେମାନେ ଲାଡେନକୁ 1999 ମସିହାରେ ଦେଖିଥିଲେ। ସେ ସମୟରେ ଲାଡେନ ଆଫଗାନିସ୍ଥାନରେ ରହୁଥିଲା।

ଲାଡେନ ଜଣେ ଜିହାଦୀ ଆତଙ୍କବାଦୀ ହୋଇଯାଇଛନ୍ତି ବୋଲି ଜାଣିବା ପରେ ଆଲିଆ ଘାନେମ ଦୁଃଖରେ ଭାଙ୍ଗି ପଡିଥିଲେ। ସେ କେବେବି ଭାବିନଥିଲେ ଯେ ତାଙ୍କ ପୁଅ ଜଣେ ଆତଙ୍କବାଦୀ ହୋଇଯିବେ ବୋଲି। ତାଙ୍କ ପୁଅ କାହିଁକି ଏପରି ସବୁକିଛି ନଷ୍ଟ କଲା, ସେ ବୁଝିପାରୁନଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି। 2009 ଓ 2011 ଘଟଣା ପରେ ତାଙ୍କ ପରିବାର ଲୋକଙ୍କୁ ପଚରା ଉଚୁରା କରାଯାଇଥିଲା ଓ ସେମାନଙ୍କୁ ବାହାରକୁ ଯିବା ପାଇଁ ମନା କରଯାଇଥିଲା ବୋଲି ସେ କହିଛନ୍ତି।

ଲାଡେନଙ୍କର ଭାଇ ଅହମ୍ମଦ କହିଛନ୍ତି ଯେ, “2009 ଓ 2011ର ଘଟଣାରେ ଲାଡେନର ହାତ ଅଛି ଶୁଣିବା ପରେ ଆମେ ଏହା ବିଶ୍ଵାସ କରିପାରିନଥିଲୁ। ପରିବାରର ସମସ୍ତ ସଦସ୍ୟ ଲଜ୍ଜ୍ୟା ଅନୁଭବ କରିଥିଲୁ। ଆମେଜାଣିଥିଲୁ ଏହାର ଭୟଙ୍କର ପରିଣତି ପରିବାରର ସଦସ୍ୟଙ୍କୁ ଭୋଗିବାକୁ ପଡିବ।“

ଉକ୍ତ ଘଟଣାର 17ବର୍ଷ ବିତିଗଲା ପରେ ମଧ୍ୟ ଘାନେମ ଲାଡେନଙ୍କୁ ଦୋଷ ନଦେଇ ତାଙ୍କ ଆଖପାଖରେ ରହିଥିବା ଲୋକଙ୍କୁ ଦୋଷ ଦିଅନ୍ତି ବୋଲି ତାଙ୍କ ଭାଇ ଅହମ୍ମଦ କହିଛନ୍ତି।

#currentaffairs #binladennews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon