- padmabati kund
ଖାଲି ପେଟରେ ଉଷୁମ ପାଣି ପିଇବାର ଲାଭ

ଅନେକ ଲୋକଙ୍କର ସକାଳୁ ଉଠିବା ମାତ୍ରେ ଚା’ କିମ୍ବା କଫି ପିଇବାର ଅଭ୍ୟାସ ରହିଥାଏ। ସକାଳୁ ଖାଲି ପେଟରେ ଚା’ କିମ୍ବା କଫିର ସେବନ ଶରୀର ପାଇଁ ଉପକାରୀ ହୋଇନଥାଏ କିନ୍ତୁ ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ଵାରା ଶରୀରକୁ ସୁଫଳ ମିଳିଥାଏ। ତେବେ ଜାଣିରଖନ୍ତୁ ଏହାଦ୍ୱାରା ଆପଣଙ୍କ ଶରୀରକୁ କଣ ଫାଇଦା ମିଳିଥାଏ।
୧.ବୟସ ବଢାଇବାର ପ୍ରକ୍ରିୟାକୁ ଧୀର କରିଥାଏ : ପ୍ରତିଦିନ ସକାଳୁ ଉଷୁମ ପାଣି ପିଇବା ଦ୍ଵାରା ଆପଣ ସମୟ ଆଗରୁ ବୃଦ୍ଧ ହୋଇନଥାନ୍ତି। ଶରୀରରେ ଥିବା ଟକସିନ (ବିଷ ଜାତୀୟ ପଦାର୍ଥ) ଆପଣଙ୍କୁ ଶୀଘ୍ର ବୃଦ୍ଧ କରିଥାଏ। ଯାହାଦ୍ୱାରା ଆପଣ ବାରମ୍ବାର ବେମାରରେ ମଧ୍ୟ ପଡିଥାନ୍ତି। ଉଷୁମ ପାଣି ଶରୀରରୁ ଏହି ଟକସିନକୁ ବାହାର କରିଥାଏ।
୨.ଓଜନ କମାଇଥାଏ: ଉଷୁମ ପାଣି ପିଇବା ଦ୍ଵାରା ଶରୀରରେ ତାପମାତ୍ରା ବଢିଥାଏ, ଯାହାଦ୍ୱାରା ଶରୀରରେ ବିପାକ କ୍ରିୟା ବଢିଥାଏ ଓ ଏହା କ୍ୟାଲୋରୀକୁ କମ କରିବାରେ ସାହାଯ୍ୟ କରିଥାଏ। ଯଦି ଉଷୁମ ପାଣି ସହିତ ଲେମ୍ବୁ ରସ ମିଶାଇ ପିଇବେ ତେବେ ଲେମ୍ବୁରେ ଥିବା ପେକଟିନ ଫାଇବର ଶରୀରର ଫ୍ୟାଟକୁ କମ କରିବାରେ ସାହାଯ୍ୟ କରିଥାଏ।
୩.ପିରିୟଡସ ସମୟର କଷ୍ଟରୁ ଆରାମ ମିଳିଥାଏ: ପିରିୟଡ ହୋଇଥିବା ସମୟରେ ଉଷୁମ ପାଣି ପିଇବା ଦ୍ଵାରା ଆପଣଙ୍କୁ ଆରାମ ମିଳିଥାଏ। ଏହି ଉଷୁମ ପାଣି ପେଟରେ ଥିବା ମାଂସପେଶୀକୁ ଆରାମ ଦେଇଥାଏ ଓ ଅଣ୍ଟା ବିନ୍ଧାରୁ ମଧ୍ୟ ଆରମ ଦେଇଥାଏ।
୪.ହଜମ ପ୍ରକ୍ରିୟା ନିୟନ୍ତ୍ରିତ କରିଥାଏ: ଅଧିକାଂଶ ହଜମ ପ୍ରକ୍ରିୟା ଜନିତ ସମସ୍ୟା ଭୋଗିଥାନ୍ତି। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ତେବେ ପ୍ରତିଦିନ ସକାଳୁ ଉଷୁମ ପାଣି ପିଅନ୍ତୁ। ଏହାଦ୍ଵାରା ଆପଣ ପାଚନ ତନ୍ତ୍ର ସକ୍ରିୟ ହୋଇଥାଏ ଓ ପେଟ ଖାଲି କରିବାରେ ସାହାଯ୍ୟ କରେ।
୫.ଭଲ ନିଦ ହୋଇଥାଏ: କେବଳ ସକାଳୁ ନୁହେଁ ଯଦି ଆପଣ ରାତିରେ ଶୋଇବା ଆଗରୁ ଉଷୁମ ପାଣି ପିଉଛନ୍ତି ତେବେ ଏହାଦ୍ଵାରା ଆପଣଙ୍କୁ ଭଲ ନିଦ ହୋଇଥାଏ ଓ ଶରୀରକୁ ଆରାମ ମିଳିଥାଏ।