• padmabati kund

କେନ୍ଦ୍ରାପଡା ଜିଲ୍ଲାକୋର୍ଟରେ ଟାଇପିଷ୍ଟ ନିଯୁକ୍ତି ସୁଯୋଗ : କେମିତି କରିବେ ଆବେଦନ


କେନ୍ଦ୍ରାପଡାର ଜିଲ୍ଲା ଜର୍ଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-iiiରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତଦୁଇ ଓ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀ

ଏହି ବିଜ୍ଞପ୍ତିରେ ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ ପାଇଁ ସାତଟି, ଜୁନିୟର ଟାଇପିଷ୍ଟ ପାଇଁ ତିନୋଟି ଓ ଷ୍ଟେନୋଗ୍ରାଫର ପାଇଁ ଚାରୋଟି ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର 1ତାରିଖ ମଧ୍ୟରେ ଏହି ପଦ ପାଇଁ ଆବେଦନ କରିପାରିବେ। ସେପ୍ଟେମ୍ବର 1 ତାରିଖ ପରେ ଏହି ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ।

ଦରମା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900-ଟ.63,200 ମଧ୍ୟରେ ଦରମା ପ୍ରଦାନ କରାଯିବ ଓ ଷ୍ଟେନୋଗ୍ରାଫର ଗ୍ରେଡ-iii ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500-ଟ. 81,100 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଏହାକୁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଓ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଷ୍ଟେନୋଗ୍ରାଫର ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) ଶର୍ଟହ୍ୟାଣ୍ଡରେ 80ଟି ଶବ୍ଦ ଓ ଟାଇପ ରାଇଟିଙ୍ଗରେ 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ। ସେହିପରି ଜୁନିୟର ଟାଇପିଷ୍ଟ ପ୍ରତି ମିନିଟକୁ 40ଟି ଶବ୍ଦ (ଇଂରାଜୀ) ଟାଇପ କରିପାରୁଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ “0070-Other Administrative Services-01- Administration of Justice-501-Services and Services fees-9904650-Law Department9916730-Examination fees for Recruitment conducted by Orissa District and Subordinate Courts” ଉଦ୍ଦେଶ୍ୟରେ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିଦେବାକୁ ପଡିବ।

କିପରି ଆବେଦନ କରିବେ

ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ କେନ୍ଦ୍ରାପଡା ଜିଲ୍ଲା ଜର୍ଜଙ୍କ କାର୍ଯ୍ୟାଳୟରେ ପଇଠ କରିବେ କିମ୍ବା ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ https://districts.ecourts.gov.in/kendrapara କିମ୍ବା https://kendrapara.nic.in/ ରେ ଲଗଇନ କରିପାରିବେ।

#jobs #govtjobs #typist #stenographer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon