• padmabati kund

କିପରି ରଖିବେ ନେଲପଲିସ ରଙ୍ଗ ଅଧିକ ସମୟ : ପଢନ୍ତୁ ଛଅ ଟିପ୍ସ


ନିଜ ହାତକୁ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ନଖରେ ନେଲପଲିସ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ଏକ ଟ୍ରେଣ୍ଡି ଓ ଫାଶନେବଲ ଲୁକ ମିଳିଥାଏ। କିନ୍ତୁ ଅଧିକାଂଶ ସମୟରେ ନେଲପଲିସ ଲଗାଇବାର ଗୋଟିଏ କିମ୍ବା ଦୁଇଦିନପରେ ଏହା ନଖରୁ ଛାଡି ଯାଇଥାଏ। ଲୁଗା ସଫାକରିବା ଦ୍ଵାରା, ଗାଧୋଇବା ସମୟରେ କିମ୍ବା ଟାଇପିଙ୍ଗ କରିବା ସମୟରେ ଏପରି ହୋଇଥାଏ। ଯଦି ଆପଣ ବି ସମସ୍ୟାର ସାମ୍ନା କରୁଛନ୍ତି ତେବେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ।

୧.ହାତକୁ ସଫା କରନ୍ତୁ: ନେଲପଲିସ ଲଗାଇବା ଆଗରୁ ହାତକୁ ଭଲ ଭାବରେ ସଫା କରନ୍ତୁ। ସାବୁନ ପାଣିରେ ହାତକୁ ଅଳ୍ପ ସମୟ ବୁଡାଇ ରଖିବା ପରେ ନଖର ଚାରିପଟେ ଥିବା ମୃତ ତ୍ଵଚାକୁ ସଫା କରନ୍ତୁ। ଯଦି ହାତରେ ପୁରୁଣା ନେଲପଲିସ କିଛି ଲାଗିରହିଛି ତେବେ ଏହାକୁ ରିମୁଭର ସାହାଯ୍ୟରେ ସଫାକରି ନଖକୁ ଫାଇଲର ମାଧ୍ୟମରେ ଏକ ଆକାର ଦିଅନ୍ତୁ, ଏହାପରେ ନେଲପଲିସ ଲଗାନ୍ତୁ।

୨.ବେସ କଲର ଲଗାନ୍ତୁ: ନେଲପଲିସକୁ ନଖରେ ଅଧିକ ସମୟ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲେ ନଖରେ ପ୍ରଥମେ ବେସ ଟ୍ରାନ୍ସପରେଣ୍ଟ ରଙ୍ଗ ଲଗାନ୍ତୁ। ଏହା ଶୁଖିଯିବା ପରେ ନେଲପଲିସ ଲଗାନ୍ତୁ। ଯଦି ଏହାପରେ ଆଉଥରେ ନେଲପଲିସ ଲଗାଇବାର ଆବଶ୍ୟକତା ପଡେ ତେବେ ଏକ ପତଳା ଆସ୍ତରଣର ନେଲପଲିସ ଲଗାନ୍ତୁ।

୩.ମୋଟା ଆସ୍ତରଣର ନେଲପଲିସ ଲଗାନ୍ତୁ ନାହିଁ: ମୋଟା ଆସ୍ତରଣର ନେଲପଲିସ ଲଗାଇବା ଦ୍ଵାରା ନେଲପଲିସ ଶୀଘ୍ର ଛାଡିଯାଇଥାଏ। ତେଣୁ ସର୍ବଦା ନେଲପଲିସକୁ ପତଳା ଆସ୍ତରଣର ଲଗାନ୍ତୁ ଓ ଥରେ ଶୁଖିବାପରେ ହିଁ ଆଉଥରେ ଲଗାନ୍ତୁ।

୪.ଲୁଗା ଧୋଇଲା ବେଳେ ଗ୍ଲୋଭ୍ସ: ନେଲପଲିସ ଲୁଗାପଟା ସଫା କରିବା ସମୟରେ ହିଁ ଅଧିକ ଛାଡିଯାଇଥାଏ। ତେଣୁ ଲୁଗା ସଫା କରିବା ସମୟରେ ସାବୁନପାଣି ଓ ସର୍ଫ ପାଣିରୁ ରକ୍ଷା ପାଇବା ପାଇଁ ହାତ ଗ୍ଲୋଭ୍ସ ବ୍ୟବହାର କରନ୍ତୁ।

୫.ଶୁଖିବାକୁ ସମୟ ଦିଅନ୍ତୁ: ନେଲପଲିସ ଲଗାଇବା ପରେ ଏହାକୁ ଶୁଖିବାକୁ ଯଥେଷ୍ଟ ସମୟ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ନେଲପଲିସ ଶୁଖାଇବା ପାଇଁ ଅଧିକ ସମୟ ନଥାଏ ତେବେ ଥଣ୍ଡାପାଣିରେ ହାତକୁ ବୁଡାଇ ରଖନ୍ତୁ।

୬.ଗୋଟିଏ ଦିଗରେ ନେଲପଲିସ ଲଗାନ୍ତୁ: ନଖରେ ନେଲପଲିସ ଲଗାଇବା ସମୟରେ ଧ୍ୟାନ ଦିଅନ୍ତୁ ଯେ ନେଲପଲିସ ସବୁବେଳେ ବାମରୁ ଡାହାଣକୁ କିମ୍ବା ଡାହାଣରୁ ବାମକୁ ଲଗାଇବେ। ଏଣୁତେଣୁ ଦିଗରେ ଏହାକୁ ଲଗାଇବା ଦ୍ଵାରା ନେଲପଲିସ ଜଲଦୀ ଛାଡିଯିବାର ସମ୍ଭାବନା ଥାଏ।

#fashion #nailpolish

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon