• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କାହାର ରହିଛି ଦୂରଯାତ୍ରା, ଆୟବୃଦ୍ଧି ଯୋଗ


ମେଷ: ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ। ମା’ ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, କିନ୍ତୁ ଅନେକ ବାଧାବିଘ୍ନର ସାମ୍ନା କରିପାରନ୍ତି। ଏହି ସମୟରେ ଧୈର୍ଯ୍ୟର ସମସ୍ତ କାମ କରନ୍ତୁ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ଆୟ ଠାରୁ ବ୍ୟୟ ଅଧିକ ହେବ।

ବୃଷ: ମନରେ ସକାରାତ୍ମକ ଚିନ୍ତାଧାରା ଉତ୍ପନ ହେବ, ଏହାଦ୍ୱାରା ଆପଣ ନିଜ ଲକ୍ଷ ହାସଲ କରିପାରିବେ। ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ରହିବେ। ନିଜର କାର୍ଯ୍ୟ ପାଇଁ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ କ୍ଷତି ଲାଗିରହିବ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ଫଳ ମିଳିବ।

ମିଥୁନ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ମହିଳାମାନଙ୍କ ସହିତ ଉଚିତ ବ୍ୟବହାର କରନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ କଠିନ ସମୟ ରହିବ। ସକାରାତ୍ମକ ଚିନ୍ତାଧାରା ସହ ପରିସ୍ଥିତିକୁ ସାମ୍ନା କରନ୍ତୁ।

କର୍କଟ: ଆୟ ବୃଦ୍ଧି ଘଟିବ। ଅନେକ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟ ସଫଳ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳ ହେବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ: ବ୍ୟବସାୟରେ ଉନ୍ନତି ପାଇଁ ଚେଷ୍ଟା କରିବେ ଓ ଆୟରେ ମଧ୍ୟ ବୃଦ୍ଧି ଘଟିବ। ଲକ୍ଷ ହାସଲ କରିବାରେ ସଫଳ ହେବେ। ମାଲିମକୋଦ୍ଦମା କ୍ଷେତ୍ରରେ ବିଜୟୀ ହେବେ। ଦୁରସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି।

କନ୍ୟା: ସପ୍ତାହଟି ଆପଣଙ୍କର ବହୁତ ଖୁସିରେ କଟିବ ଓ ଲୋକମାନେ ଆପଣଙ୍କ ଆଡକୁ ଆକର୍ଷିତ ହେବେ। ବନ୍ଧୁଙ୍କ ସହିତ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ତୁଳା: ଅଯଥା କାମରେ ବ୍ୟସ୍ତ ରହିବେ। ପରିବାର ସଦସ୍ୟଙ୍କ ସହିତ ଝଗଡା ହୋଇପାରେ। ଲୋକମାନଙ୍କ ସହିତ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଏହା ଆପଣଙ୍କୁ ମାନସିକ ଅଶାନ୍ତି ଦେବ ଓ ଅନ୍ୟମାନଙ୍କ ସହ ସମ୍ପର୍କକୁ ମଧ୍ୟ ଖରାପ କରିବ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ଫଳ ମିଳିବ।

ବିଛା: ଏହି ସପ୍ତାହରେ ଆପଣ ବହୁତ ଖୁସି ରହିବେ ଓ ନିଜର ସମସ୍ତ କାର୍ଯ୍ୟ ସଠିକ ଭାବରେ କରିବେ। ପାରିବାରିକ ଜୀବନ ମଧ୍ୟ ଶାନ୍ତିପୂର୍ଣ୍ଣ ରହିବ। ନିଜ ମାନସମ୍ମାନ ହାନୀ ହେବା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଅଯଥା ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ଅନ୍ତରିକତାର ସହ କରିବେ। ପରିବାର ମଧ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। କୌଣସି ସୁଯୋଗ ହାତଛଡା କରନ୍ତୁ ନାହିଁ। ଭାଇଭଉଣୀ ଓ ଉଚ୍ଚ ପଦାଧୀକାରୀ ବ୍ୟକ୍ତି ସହଯୋଗର ହାତ ବଢାଇବେ।

ମକର: ଅନେକ ଦିନରୁ ଆଶା ରଖିଥିବା କାର୍ଯ୍ୟକୁ ଏହି ସପ୍ତାହରେ ସଫଳ କରିବେ। ଚାକିରୀ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ ଅଟେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ପରିଶ୍ରମ କରିବାକୁ ପଡିବ।

କୁମ୍ଭ: ପରିବାର ମଧ୍ୟରେ ହସଖୁସିରେ ସମୟ ବିତିବ। ଅଫିସ କାମରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। ବ୍ୟୟ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ମୀନ: କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ବହୁତ ଭଲ ସମୟ ବିତିବ। ନିଜ କଠିନ ପରିଶ୍ରମର ଉଚିତ ଫଳ ପାଇବେ। ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ। ସନ୍ତାନଙ୍କ କାର୍ଯ୍ୟକଳାପ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଧାର୍ମିକ ମନୋଭାବ ଜାଗ୍ରତ ହେବ ଘରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବ।

(ବି.ଦ୍ର : ଏହିର ରାଶିଫଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ତେବେ ଆପଣଙ୍କ ବ୍ୟକ୍ତିଗତ ଦଶା ଓ ଲଗ୍ନ ଅନୁସାରେ ଫଳାଫଳ ଭିନ୍ନ ହେଇପାରେ, ଅର୍ଥାତ ଭଲ ଦଶା ଚାଲିଥିଲେ ଏହି ରାଶିଫଳର ସୁଫଳ ପ୍ରାପ୍ତ ହେବ ଓ ଖରାପ ଦଶା ଚାଲିଥିଲେ ଖରାପ ପରିମାଣ ମିଳିପାରେ। ଏହାକୁ କେବଳ ଏକ ସଂକେତ ଭାବେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon