• padmabati kund

ଫ୍ଲିପକାର୍ଟ, ଆମାଜନର ଅଗଷ୍ଟ ସ୍ପେଶାଲ ଡିଲ : ଫ୍ରିଡମ ସେଲ


ଅନଲାଇନ ଶପିଙ୍ଗରେ ରୁଚି ରଖୁଥିବା ଗ୍ରାହକ ମାନଙ୍କ ପାଇଁ ଭାରତର ଦୁଇ ପ୍ରମୁଖ ଅନଲାଇନ ଶପିଙ୍ଗ ସାଇଟ ‘ଆମାଜନ’ ଓ ‘ଫ୍ଲିପକାର୍ଟ’ ତରଫରୁ ସ୍ଵାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ 9ରେ ଆମାଜନ ଫ୍ରିଡମ ସେଲ ଓ ଅଗଷ୍ଟ 10ରେ ଫ୍ଲିପକାର୍ଟ ବିଗ ଫ୍ରିଡମ ସେଲ ଆରମ୍ଭ ହେବାକୁ ଯାଉଛି। ଯେଉଁଠି ଗ୍ରାହକମାନେ ଭଲ ଭଲ ବ୍ରାଣ୍ଡର ଜିନିଷକୁ ଶସ୍ତାରେ ପାଇପାରିବେ।

ଆମାଜନ ଫ୍ରିଡମ ସେଲ

ଆମାଜନର ଏହି ଫ୍ରିଡମ ସେଲ ଅଗଷ୍ଟ 9 ତାରିଖ ଦିନ 12ଟାରୁ ଆରମ୍ଭହୋଇ ଅଗଷ୍ଟ 12 ତାରିଖ ରାତି 12ଟା ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ସ୍ମାର୍ଟଫୋନ, କମ୍ପ୍ୟୁଟର,ଇଲେକ୍ଟ୍ରୋନିକ୍ସ ସାମଗ୍ରୀ,ପୋଷାକ ଓ ଖାଦ୍ୟସାମଗ୍ରୀର 20,000ରୁ ଅଧିକ ପ୍ରଡ଼କ୍ଟରେ ଅଫର ମିଳିବ।

ଏହି ସେଲରେ ନୂତନ ପ୍ରଡ଼କ୍ଟ ଲଞ୍ଚ କରାଯିବ ଓ ୱାନପ୍ଲସ, ହୁୱାଇ, ଅନର, ସାମସଙ୍ଗ, ରିଅଲ ମି, ଭିଭୋ ସମେତ ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ଅଫର ମିଳିବ। ଏହି ସେଲରେ ଏସବିଆଇ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ଜିନିଷ କିଣିବା ଦ୍ଵାରା 10% ଡ଼ିସକାଉଣ୍ଟ ମିଳିବ। ଅନ୍ୟ କିଛି ବଛା ଯାଇଥିବା ଡେବିଟ କାର୍ଡରେ ଇ.ଏମ.ଆଇ ର ମଧ୍ୟ ସୁବିଧା ମିଳିବ।

ଏହି ଚାରିଦିନର ସେଲରେ ଆମାଜନ ଇକୋ ଡିଭାଇସ,ଫାୟାର ଟିଭି ଷ୍ଟିକ ଓ କିଣ୍ଡଲ ଇ-ରିଡ଼ର୍ସରେ ମଧ୍ୟ ଡ଼ିସକାଉଣ୍ଟ ମିଳିବ।

ଫ୍ଲିପକାର୍ଟ ବିଗ ଫ୍ରିଡମ ସେଲ

ଫ୍ଲିପକାର୍ଟ ତରଫରୁ ମଧ୍ୟ ଏହାର ବିଗ ଫ୍ରିଡମ ସେଲର ଘୋଷଣା କରାଯାଇଛି। ଏହି ସେଲ ଅଗଷ୍ଟ 10ତାରିଖରେ ଆରମ୍ଭ ହେବ ଓ ଅଗଷ୍ଟ 12 ତାରିଖରେ ଶେଷ ହେବ। 72ଘଣ୍ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ସେଲରେ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରଡ଼କ୍ଟରେ 80% ଡ଼ିସକାଉଣ୍ଟ ମିଳିବ। ଷ୍ଟେଟବ୍ୟାଙ୍କ କ୍ରେଡିଟ କାର୍ଡର ବ୍ୟବହାର କରି ଜିନିଷ କିଣିବାରେ 10% କ୍ୟାଶବ୍ୟାକ ମଧ୍ୟ ମିଳିବ।

ଏହି ସେଲରେ ଗ୍ରାହକଙ୍କୁ ପ୍ରତି ଆଠ ଘଣ୍ଟା ପରେ ଏକ ବ୍ଲକବଷ୍ଟର ଡିଲ ମିଳିବ। ଅଗଷ୍ଟ 10ତାରିଖ ରାତି 12ଟାରୁ 2ଟା ପର୍ଯ୍ୟନ୍ତ ‘Rush Hour’ରେ ଅଧିକ ଡ଼ିସକାଉଣ୍ଟରେ ଜିନିଷ ଉପଲବ୍ଧ ହେବ। “ଫ୍ରିଡମ ଡ଼ିସକାଉଣ୍ଟ” ନାମକ ଏକ ଡିଲରେ 10 ରୁ 12 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା 7.47pm ରୁ 8.18pm(31ମିନିଟ) ପର୍ଯ୍ୟନ୍ତ ପ୍ରଡ଼କ୍ଟର ମୂଲ୍ୟ କମ ରହିବ। ଏହାସହିତ 'One Deal Every Hour'ରେ ପ୍ରତି ଘଣ୍ଟାରେ ଏକ ନୂଆ ଡିଲ କମ୍ପାନୀ ତରଫରୁ ଉପଲବ୍ଧ ହେବ।

ଏହି ସେଲରେ ଘରୋଇ ଉପକରଣରେ 70%,ଲ୍ୟାପଟପ ଓ କ୍ୟାମେରାରେ 80%, ଜୋତା ଓ ଆସବାବ ସାମଗ୍ରୀରେ 40-80% ଡ଼ିସକାଉଣ୍ଟ ମିଳିବ।

#lifestyle #onlineshopping #amazon #flipkart

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon