• padmabati kund

ବିନା କେଶରେ ସୌନ୍ଦର୍ଯ୍ୟ ଓ ସଙ୍ଗାତ ଖୋଜୁଛନ୍ତି ସୋନାଲୀ ବେନ୍ଦ୍ରେ


ବଲିଉଡ ଅଭିନେତ୍ରୀ ଓ ଲେଖିକା ସୋନାଲୀ ବେନ୍ଦ୍ରେ କ୍ୟାନସର ରୋଗରେ ପୀଡିତ ଅଛନ୍ତି। ତେବେ ବର୍ତ୍ତମାନ ସେ ନିଜର ନୂତନ ଲୁକ ପ୍ରତି ସକରାତ୍ମକ ମନୋଭାବ ପ୍ରଦର୍ଶନ କରି ବିନା କେଶରେ ସୁନ୍ଦରତା ଅଛି ବୋଲି କହିଛନ୍ତି। ରବିବାର ବନ୍ଧୁତା ଦିବସ ଉପଲକ୍ଷେ ସୋନାଲୀ ନିଜ ବନ୍ଧୁ ସୁସାନେ ଖାନ ଏବଂ ଗାୟତ୍ରୀ ଓବରୟଙ୍କ ସହ ଏକ ଫଟୋ ଉଠାଇ ଶେୟାର କରିଛନ୍ତି।

ନିଜର ଏହି ନୂଆ ରୂପକୁ ନେଇ ସୋନାଲୀ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି। କୌଣସି କାମ ପାଇଁ ବାହାରକୁ ଯିବା ପାଇଁ ତାଙ୍କୁ ଆଉ ବହୁତ ସମୟ ଲାଗୁ ନାହିଁ ବୋଲି ସେ କହିଛନ୍ତି। କାରଣ ତାଙ୍କର କେଶ ନଥିବାରୁ ତାଙ୍କୁ ଆଉ କେଶକୁ ସଜାଇବା ପାଇଁ ସମୟ ଦେବାକୁ ପଡୁନାହିଁ। ସେଥିଲାଗି ସେ କହିଛନ୍ତି ଯେ କେଶ ବିନା ମଧ୍ୟ ସୁନ୍ଦରତା ରହିଛି।

ଏହି ପୋଷ୍ଟରେ ସୋନାଲୀ ତାଙ୍କର ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏପରି କଠିନ ସମୟରେ ତାଙ୍କ ବନ୍ଧୁମାନେ ଏକ ସ୍ତମ୍ଭପରି ତାଙ୍କ ପାଖରେ ଛିଡାହୋଇ ତାଙ୍କୁ ସାହସ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ବନ୍ଧୁତ୍ଵ ଦିବସରେ ନିଜ ବନ୍ଧୁଙ୍କ ସହିତ ସମୟ ଅତିବାହିତ କରି ସେ ଖୁସି ଅଛନ୍ତି ବୋଲି ମଧ୍ୟ କହିଛନ୍ତି।

ସୋନାଲୀଙ୍କ ଏହି ଫଟୋ ଓ ତାଙ୍କର ସାହସିକତା ପାଇଁ ବଲିଉଡର ଅନ୍ୟ କଳାକାରମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସୋନାଲୀଙ୍କୁ “ଯୋଦ୍ଧା ରାଜକୁମାରୀ” ବୋଲି କହିଛନ୍ତି।

ଜୁଲାଇ ମାସରେ 43 ବର୍ଷୀୟ ଅଭିନେତ୍ରୀ ସୋନାଲୀ କ୍ୟାନସର ରୋଗରେ ପୀଡିତ ଅଛନ୍ତି ବୋଲି ଜଣାଇଥିଲେ। ନ୍ୟୁୟର୍କରେ କେମୋଥେରାପି ଚିକିତ୍ସା ଯୋଗୁଁ ତାଙ୍କୁ ନିଜର ଲମ୍ବା କେଶ ହରେଇବାକୁ ପଡିଥିଲା। ଏହାପର ଠାରୁ ସୋନାଲୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି। କିଛିଦିନ ପୂର୍ବରୁ ସୋନାଲୀ ନିଜ ପୁଅ ସହିତ ମଧ୍ୟ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଓ ପୁଅ ତାଙ୍କ ପାଇଁ ସାହସ ଏବଂ ଶକ୍ତି ବୋଲି ଲେଖିଥିଲେ।

#entertainment #bollywood #baldsonali

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon