• padmabati kund

ଅଗଷ୍ଟ ୧୫ରୁ ଶସ୍ତା ସ୍ମାର୍ଟଫୋନ ଜିଓ ଫୋନ୨ ବିକ୍ରି ଆରମ୍ଭ : କେମିତି କରିବେ ଅର୍ଡର


ରିଲାଏନ୍ସ ଜିଓ ତରଫରୁ ଏହାର ଦ୍ଵିତୀୟ ଜେନେରସନ ଜିଓ ଫୋନ୨ ଅଗଷ୍ଟ ୧୫ ତାରିଖରୁ ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ମୋବାଇଲ my jio app ଏବଂ jio.comରେ ଉପଲବ୍ଧ ହେବ। ପ୍ରଥମ ଜିଓ ଫୋନର ସଫଳତା ପରେ ଜିଓ ଫୋନ ୨ ମଧ୍ୟ ଗ୍ରାହକ ମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିବ ବୋଲି ଆଶା ରଖାଯାଇଛି।

ତେବେ ଆପଣ ଏହି ଜିଓ ଫୋନକୁ କିପରି my jio app ଏବଂ jio.comରୁ ଅର୍ଡର କରିପାରିବେ, ସେ ବିଷୟରେ ଜାଣିରଖନ୍ତୁ।

ଏହି ଜିଓ ଫୋନକୁ ଅର୍ଡର କରିବା ପାଇଁ my jio app ଏବଂ jio.comରେ ଲଗଇନ କରନ୍ତୁ। ଏହାପରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ। ଏଥିରେ ଆପଣଙ୍କୁ ‘get now’ ଅପ୍ସନ ଆସିବ। ଏଥିରେ ଆପଣଙ୍କୁ ନିଜର ସମସ୍ତ ଆବଶ୍ୟକୀୟ ତଥ୍ୟ ଓ ଠିକଣା ଦେବାକୁ ପଡିବ। ଏହାପରେ ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ଟ.୨,୯୯୯ର ଟ୍ରାଞ୍ଜାକ୍ସନ କରିବାକୁ ପଡିବ। ଏହାପରେ ଆପଣଙ୍କ ଠିକଣାରେ ଏହା ପହଞ୍ଚିଯିବ।

ଜିଓ ଫୋନ୨ ବିଶେଷତ୍ଵ

ଏହି ଜିଓଫୋନ୨ QWERTY କିପ୍ୟାଡ ରହିଛି, ଯାହା ଦେଖିବାକୁ ପ୍ରାୟ ପୁରୁଣା ବ୍ଲାକବେରି ମୋବାଇଲ ପରି। ଏଥିରେ QVGA ରିଜୋଲ୍ୟୁସନ ସହିତ ୨.୪ଇଞ୍ଚର ଡ଼ିସପ୍ଲେ ରହିଛି।

ଜିଓଫୋନ୨ ରେ KaiOS ର ସପୋର୍ଟ ରହିବ ଓ ଏଥିରେ ହ୍ଵାଟସଅପ, ଫେସବୁକ ଓ ୟୁଟ୍ୟୁବ ବ୍ୟବହାର କରିହେବ। ଗ୍ରାହକମାନେ ଏହି ସମସ୍ତ ଆପକୁ KaiOSstoreରୁ ଡାଉନଲୋଡ କରିପାରିବେ। ଏହି ଫୋନରେ ୨,୦୦୦mah ର ବ୍ୟାଟେରୀ ରହିଛି ଯାହା ପ୍ରାୟ ୧୪ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିପାରିବ।

ଏହା ସହିତ ଏଥିରେ ୱାଇ-ଫାଇ, ଜି.ପି.ଏସ, ଏନ.ଏଫ.ସି, ବ୍ଲୁ ଟୁଥ, ଏଫ.ଏମ. ରେଡିଓ,ଭୋଲ୍ଟି ମଧ୍ୟ ଉପଲବ୍ଧ ହେବ। ପୂର୍ବ ଜିଓଫୋନ ପରି ଏଥିରେ ମଧ୍ୟ ବ୍ୟାକ କ୍ୟାମେରା ଓ ଫ୍ରଣ୍ଟ କ୍ୟାମେରା ରହିବ। ଏହା କେବଳ କଳା ରଙ୍ଗରେ ହିଁ ଉପଲବ୍ଧ ହେବ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon