• padmabati kund

ଏଣିକି ରାଗିଙ୍ଗ କଲେ ହେବ ଅପରାଧିକ କେସ


ବର୍ତ୍ତମାନ ସମସ୍ତ କଲେଜରେ ନାମଲେଖା ଶେଷ ହୋଇ ନୂତନ ଶିକ୍ଷାବର୍ଷରେ ପାଠପଢା ଆରମ୍ଭ ହୋଇଛି। ଏପରି ସମୟରେ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଇଞ୍ଜିନିୟରିଙ୍ଗ କଲେଜ ଓ ହଷ୍ଟେଲ ମାନଙ୍କରେ ରାଗିଙ୍ଗ ରୋକିବା ପାଇଁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ତରଫରୁ ଏକ ନୂତନ ଗାଇଡ ଲାଇନ ଜାରି କରାଯାଇଛି।

ଏହି ଗାଇଡ ଲାଇନ ଅନୁସାରେ କ୍ୟାମ୍ପସ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ବିରୁଦ୍ଧରେ ରାଗିଙ୍ଗ ଅଭିଯୋଗ ଆସିଲେ ଉକ୍ତ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବା ସହିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।

ନୂତନ ଭାବରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଫେସନାଲ କାଉନସିଲର ନିଯୁକ୍ତି,ଆଇନ ଓ ଦଣ୍ଡ ବ୍ୟବସ୍ଥା ସଙ୍କ୍ରାନ୍ତୀୟ ପୋଷ୍ଟର ଏବଂ ବ୍ୟାନର ପ୍ରଦର୍ଶନ କରିବାକୁ ଏଆଇସିଟିଇ ତରଫରୁ କଲେଜ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି କୌଣସି ଶିକ୍ଷାନୁଷ୍ଠାନ ଉକ୍ତ ନିୟମର ଉଲଂଘନ କରନ୍ତି, ରାଗିଙ୍ଗ ଦୂର କରିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି ଓ ଦୋଷୀଙ୍କ ବିରୋଧରେ କୋହଳ ମନୋଭାବ ପୋଷଣ କରନ୍ତି ତେବେ ଉକ୍ତ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ତେବେ ଛାତ୍ରଛାତ୍ରୀମାନେ ମଧ୍ୟ ରାଗିଙ୍ଗ ସମ୍ବନ୍ଧରେ ଏଆଇସିଟିଇ ର ସଚିବଙ୍କୁ ଚିଠି ଲେଖିପାରିବେ କିମ୍ବା ହେଲ୍ପଲାଇନ ନମ୍ବର 1800-180-5522 ରେ କଲ କରି ଅଭିଯୋଗ କରିପାରିବେ।

ଚତୁର୍ଥ ସ୍ଥାନରେ ଓଡିଶା

ଗତ ପାଞ୍ଚବର୍ଷ ମଧ୍ୟରେ ଭାରତରେ କଲେଜ କ୍ୟାମ୍ପସ ମାନଙ୍କରେ ହେଉଥିବା ରାଗିଙ୍ଗରେ ମୁଖ୍ୟ ପାଞ୍ଚଟି ରାଜ୍ୟମାନଙ୍କ ମଧ୍ୟରୁ ଓଡିଶା ଚତୁର୍ଥ ସ୍ଥାନରେ ରହିଛି। ଖାସ କରି କଲେଜ କ୍ୟାମ୍ପସ ମଧ୍ୟରେ ଥିବା ହଷ୍ଟେଲର ଛାତ୍ରଛାତ୍ରୀମାନେ ଅଧିକ ରାଗିଙ୍ଗର ଶିକାର ହୋଇଥାନ୍ତି। ଓଡିଶାରେ 2015 ମସିହାରେ 30ଟି ରାଗିଙ୍ଗ ସମ୍ବନ୍ଧୀୟ କେସ ରିପୋର୍ଟ କରଯାଇଥିଲା, 2016 ମସିହାରେ ଏହାର ସଂଖ୍ୟା କମି 28 ଥିଲା ଓ 2017ମସିହାରେ ଏହାପୁଣି ବଢି 46ରେ ପହଞ୍ଚିଥିଲା।

ଛାତ୍ରଛାତ୍ରୀଙ୍କ ମନରୁ ରାଗିଙ୍ଗର ଭୟ ଦୂର କରିବା ପାଇଁ ପୂର୍ବରୁ ଏଆଇସିଟିଇ ତରଫରୁ ଏକାଧିକବାର ବିଜ୍ଞପ୍ତି ପ୍ରକାଶ କରାଯିବ ସହ ନିୟମାବଳୀ ଗୁଡିକ ୱେବସାଇଟରେ ମଧ୍ୟ ଛଡା ଯାଇଛି। ଏଆଇସିଟିଇ ଅନୁମୋଦିତ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ନିୟମ ଲାଗୁ କରିବାକୁ କୁହାଯାଇଛି।

ଏହାବ୍ୟତୀତ ପ୍ରତି କ୍ୟାମ୍ପସରେ ଆଣ୍ଟି-ରାଗିଙ୍ଗ ସ୍କ୍ୱାଡ ଗଠନ କରିବା, ନାମଲେଖା ସମୟରେ ଛାତ୍ରଛାତ୍ରୀମାନଙ୍କ ଅଣ୍ଡରଟେକିଙ୍ଗ ଗ୍ରହଣ କରିବା, ଉତ୍ସର୍ଗୀକୃତ ୱାର୍ଡେନ ଓ ଛାତ୍ରାବାସକୁ ନିୟମିତ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି।

#currentnews #ragging

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon