• padmabati kund

ବର୍ଷାଦିନେ ପୁରୁଣା ଜୋତାକୁ ନୂଆ ପରି କିପରି ଚମକାଇବେ : ସାତ ଟିପ୍ସ


ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜୋତା ପିନ୍ଧିବା ପାଇଁ କିଣିଦେଇଥାନ୍ତି ମାତ୍ର ଏହାର ଯତ୍ନ ନେବାକୁ ଭୁଲି ଯାଇଥାନ୍ତି। ଏହି କାରଣରୁ ଯେତେ ଦାମୀ ଜୋତା ହେଲେ ମଧ୍ୟ ସେଥିରୁ ଦୁର୍ଗନ୍ଧ ଆସିଥାଏ ଓ ଏହା ବହୁତ ଜଲଦି ପୁରୁଣା ଦେଖାଯାଇଥାଏ। ଖାସ କରି ଏହି ବର୍ଷାଦିନରେ ଆପଣଙ୍କୁ ନିଜ ଜୋତାର ବିଶେଷ ଧ୍ୟାନ ନେବାକୁ ପଡିଥାଏ।

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ଦାମୀ ଜୋତା ନୂଆ ପରି ଦିଶୁ, ତେବେ କିଛି ସହଜ ଟିପ୍ସକୁ ଧ୍ୟାନ ଦିଅନ୍ତୁ।

. ବର୍ଷାଦିନେ ବାହାରୁ ବୁଲି ଆସିବା ପରେ ଜୋତାକୁ ଭଲ ଭାବରେ ସଫା କରନ୍ତୁ। ଏକ କପଡା ନେଇ ଏହାକୁ ଝାଡି ଅଳିଆ ସଫା କରନ୍ତୁ। ଯଦି ଜୋତା ଓଦା ହୋଇଥାଏ ତେବେ ଜୋତାକୁ ସଫା କରିସାରିବା ପରେ ଏହାକୁ ଭଲ ଭାବରେ ଶୁଖିବାକୁ ଦିଅନ୍ତୁ।

.ବର୍ଷାଦିନରେ ଚମଡାରେ ତିଆରି ଜୋତା ପିନ୍ଧିବାକୁ ବହୁତ ଅସୁବିଧା ହୋଇଥାଏ। ତେଣୁ ପ୍ରତିଦିନ ଜୋତା ପିନ୍ଧିବା ଆଗରୁ ଏହାକୁ ଭଲ ଭାବରେ ପଲିସ କରିନିଅନ୍ତୁ। ଏହାଦ୍ୱାରା ଚମଡା ଜୋତା ଜଲଦି ନଷ୍ଟ ହୋଇନଥାଏ।

.ଚମଡା ଜୋତାକୁ ପାଣିରେ ନଷ୍ଟ ନହେବା ପାଇଁ ବଜାରରେ ଅନେକ ପ୍ରକାର ସ୍ପ୍ରେ ଉପଲବ୍ଧ ହେଉଛି। ଏହାକୁ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ କିମ୍ବା ବଜାରରେ ଉପଲବ୍ଧ ହେଉଥିବା ଶୁ-ଟ୍ରୀ ର ମଧ୍ୟ ବ୍ୟବହାର କରିପାରିବେ।

.ଯଦି ଆପଣ ଧଳା ରଙ୍ଗର ଜୋତା ବ୍ୟବହାର କରୁଛନ୍ତି କିମ୍ବା ଚମଡା ଜୋତା ବ୍ୟବହାର କରୁଛନ୍ତି ତେବେ ଏହାକୁ ସଫା କରିବା ପାଇଁ ନେଲପଲିସ ରିମୁଭର ବ୍ୟବହାର କରିପାରିବେ।

.ବର୍ଷାଦିନରେ ଜୋତା ମଧ୍ୟରୁ ଅଧିକ ଦୁର୍ଗନ୍ଧ ଆସିଥାଏ। ଏହି ଦୁର୍ଗନ୍ଧକୁ ଦୂର କରିବା ପାଇଁ ଜୋତା ମଧ୍ୟରେ ଟି-ବ୍ୟାଗ ରଖିଦିଅନ୍ତୁ।

.ଯଦି ଜୋତା ଘଷି ହୋଇ ଦାଗ ହୋଇଯାଇଥାଏ ତେବେ ତୁଳାରେ ପେଟ୍ରୋଲିୟମ ଜେଲି ଲଗାଇ ଏହାକୁ ସେହି ସ୍ଥାନରେ ଘଷିଦିଅନ୍ତୁ।

.ଚମଡା ଜୋତାରେ ଲାଗିଥିବା ପାଣି ଦାଗକୁ ଦୂର କରିବା ପାଇଁ ଟୁଥବ୍ରସ ସାହାଯ୍ୟରେ ଭିନେଗାରକୁ ଜୋତାରେ ଘଷନ୍ତୁ। ସପ୍ତାହକୁ ଦୁଇ-ତିନି ଥର ଜୋତାକୁ ପଲିସ କରିବାକୁ ଭୁଲନ୍ତୁ ନାହିଁ।

#lifestyle #shoe

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon