• padmabati kund

ଜାଣନ୍ତୁ : ରେଳବିଭାଗର ଅନଲାଇନ ପରୀକ୍ଷା ପ୍ରଣାଳୀ


ରେଳବିଭାଗର ସବୁଠୁ ବଡ ଅନଲାଇନ ପରୀକ୍ଷା ଅଗଷ୍ଟ 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷା ରେଳ ବିଭାଗର ଗ୍ରୁପ-ସି ଆସିଷ୍ଟାଣ୍ଟ ଲୋକ ପାଇଲଟ ଓ ଟେକ୍ନିସିଆନ ପଦରେ ନିଯୁକ୍ତି ପାଇଁ ହେଉଛି। ଏହି ପରୀକ୍ଷା ପାଇଁ ଆଡମିଟ କାର୍ଡ ମଧ୍ୟ ଅନଲାଇନରେ ଉପଲବ୍ଧ ହୋଇସାରିଲାଣି।

ରେଳବିଭାଗ ତରଫରୁ ପ୍ରଥମଥର ପାଇଁ କମ୍ପ୍ୟୁଟର ବେସ ପରୀକ୍ଷା ଆୟୋଜିତ କରାଯାଇଛି। ଏହା ପୂର୍ବରୁ ରେଲୱେରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ହୋଇନଥିଲା। ଗ୍ରୁପ-ସିରେ ନିଯୁକ୍ତି ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା କମ୍ପ୍ୟୁଟର ବେସ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଦକ୍ଷତା ପରୀକ୍ଷା ଓ ତୃତୀୟ ପର୍ଯ୍ୟାୟରେ ଡାକ୍ତରୀ ଯାଞ୍ଚ କରାଯିବ।

ନେଗେଟିଭ ମାର୍କ

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି କମ୍ପ୍ୟୁଟର ବେସ ପରୀକ୍ଷାରେ ପରୀକ୍ଷାର୍ଥୀ ମାନଙ୍କୁ ମୋଟ 90ମିନିଟ ସମୟ ମିଳିବ ଓ ପରୀକ୍ଷାର୍ଥୀମାନେ ହିନ୍ଦୀ, ତେଲୁଗୁ ଆଦି ମୋଟ 15ଟି ଭାଷାରେ ପରୀକ୍ଷା ଦେଇ ପାରିବେ। ପରୀକ୍ଷାର୍ଥୀ ମାନଙ୍କୁ ପ୍ରତି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡିବ, କାରଣ ଭୁଲ ଉତ୍ତର ପାଇଁ ନେଗେଟିଭ ମାର୍କ ଦିଆଯିବ।ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 1/3 ମାର୍କ କଟିବ, ଅର୍ଥାତ ତିନୋଟି ଉତ୍ତର ଭୁଲ ଥିଲେ, ଏଜ ମାର୍କ କଟିଯିବ।

ଏହି ପରୀକ୍ଷା ଅନଲାଇନରେ ହେବ ମାତ୍ର ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡିବ। ଆବେଦନ କରିଥିବା ମୋଟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଆଠ ଲକ୍ଷ ପ୍ରାର୍ଥୀଙ୍କ ପରୀକ୍ଷାକେନ୍ଦ୍ର ନିଜ ସହରଠାରୁ 500କିଲୋମିଟର ଦୂରରେ ସ୍ଥିର କରାଯାଇଛି। ଏହାକୁ ନେଇ ଅନେକ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି।

ତେବେ ଆବେଦନକାରୀମାନଙ୍କ ନିମନ୍ତେ ଏକ ଖୁସି ଖବର ହେଉଛି ରେଳ ମନ୍ତ୍ରଣାଳୟ ତରଫରୁ ଗ୍ରୁପ-ସି ରେ ନିଯୁକ୍ତି ପାଇଁ ପଦବୀ ସଂଖ୍ୟାକୁ ବୃଦ୍ଧି କରାଯାଇଛି।ପୂର୍ବରୁ ରେଳବିଭାଗର ଗ୍ରୁପ-ସି ରେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଓ ଟେକ୍ନିସିଆନ ନିଯୁକ୍ତି ପାଇଁ ମୋଟ 26,502ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବର୍ତ୍ତମାନ ଏହି ପଦବୀ ସଂଖ୍ୟା 60,000କୁ ବୃଦ୍ଧି କରାଯାଇଛି।ପଦବୀ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମଧ୍ୟ କମ ରହିବ। ଏହି ପଦ ପାଇଁ ପ୍ରାୟ 47ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି।

ଯଦି କୌଣସି ପ୍ରାର୍ଥୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଆଡମିଟ କାର୍ଡ ଡାଉନଲୋଡ କରିନାହାନ୍ତି ତେବେ ରେଲୱେର ଅଫିସିଆଲ ୱେବସାଇଟ www.indianrailways.gov.in କୁ ଯାଇ ଏହାକୁ ଡାଉନଲୋଡ କରିନିଅନ୍ତୁ।

#jobs #railwayexam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon