• padmabati kund

ଓମଫେଡ ଜରି ଓ ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା


ସାରା ରାଜ୍ୟରେ ପ୍ଲାଷ୍ଟିକକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏନେଇ ସଚିବାଳୟରେ ଏକ ବୈଠକ ଡକାଯାଇଥିଲା। ଆଜି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଓମଫେଡ ଜରି ଏବଂ ପାଣିବୋତଲ ଫେରାଇଲେ ଏଣିକି ଟଙ୍କା ମିଳିବ।

ରାଜ୍ୟରେ ସେପ୍ଟେମ୍ବର ମାସ 15 ତାରିଖ ସୁଦ୍ଧା ପ୍ଲାଷ୍ଟିକ ନିଷେଧ ନିୟମ ଆସିଯିବ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣ ଲୋକଙ୍କ ଠାରୁ ଏହି ପ୍ଲାଷ୍ଟିକ ବୋତଲ ପାଇଁ ସଂଗ୍ରହ କେନ୍ଦ୍ର ଗଠନ କରାଯିବ। ଏହି ସଂଗ୍ରହ କେନ୍ଦ୍ରର ଏଜେଣ୍ଟମାନେ ଲୋକମାନଙ୍କ ଠାରୁ ଓମଫେଡ ଜରି ଓ ପାଣି ବୋତଲ ସଂଗ୍ରହ କରିବେ। ଏହି ନିୟମ ସମ୍ବନ୍ଧରେ ଜନସାଧାରଣଙ୍କ ମତାମତ ପାଇଁ 15ଦିନ ସମୟ ଦିଆଯିବ।

ଗତ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟକୁ ପଲିଥିନ ମୁକ୍ତ କରିବାପାଇଁ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ନାମକ ଏକ  ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡିଶାକୁ ପଲିଥିନ ମୁକ୍ତ କରିବା ପାଇଁ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ଆସନ୍ତା ଅକ୍ଟୋବର ମାସ 2 ତାରିଖ (ଗାନ୍ଧୀ ଜୟନ୍ତୀ) ଠାରୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ବର୍ତ୍ତମାନ ପ୍ଲାଷ୍ଟିକ ଆମ ଦୈନନ୍ଦିନ ଜୀବନରେ ଅତି ଜରୁରୀ ହୋଇ ପଡିଛି । ପ୍ରତ୍ୟେକ କାମରେ ଆବଶ୍ୟକ ହେଉଛି ପ୍ଲାଷ୍ଟିକ। ଯଦି ଜଣେ ପରିବା କିଣିବା ପାଇଁ ବଜାରକୁ ଆସୁଛି, ତେବେ ପରିବା ସହିତ ଅନେକ ଛୋଟ ଛୋଟ ପଲିଥିନ ସାଙ୍ଗରେ ନେଇଯାଉଛି।

ଏକ ପରିସଂଖାନ ଅନୁସାରେ,ଭାରତରେ ଜଣେ ଲୋକ ବର୍ଷକୁ ହାରାହାରି ୧୨ କିଲୋ ପ୍ଲାଷ୍ଟିକ ବ୍ୟବହାର କରିଥାଏ ।ଏହାର ୩୩ ପ୍ରତିଶତ ଅର୍ଥାତ ତିନି ଭାଗରୁ ଭାଗେ ହେଉଛି ପାଣି ବୋତଲ, ପଲିଥିନ ବ୍ୟାଗ, ଡିସପୋଜେବୁଲ ଗ୍ଲାସ, କପ୍ ଓ ଷ୍ଟ୍ର । ଯଦି ଏହିପରି ଭାବରେ ପ୍ଲାଷ୍ଟିକର ବ୍ୟବହାର ବଢି ଚାଲେ ତେବେ ପୃଥିବୀରେ ଆଉ ମାଟି ଦେଖାଯିବ ନାହିଁ, ଚାରିଆଡେ କେବଳ ପ୍ଲାଷ୍ଟିକ ହିଁ ରହିଯିବ।

#currentnews #omfed #plsticbottle #polithin

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon