• padmabati kund

ମୋଗଲ ଶାସନ ଗାଦି ଓ ରାଜନୀତିକୁ ନେଇ କରଣ ଜୋହରଙ୍କ ଆଗାମୀ ଫିଲ୍ମ


ନିର୍ଦ୍ଦେଶକ କରନ ଜୋହର ଦୀର୍ଘ ଦୁଇବର୍ଷର ବ୍ୟବଧାନପରେ ପୁଣି ନିର୍ଦ୍ଦେଶନା କରିବାକୁ ଯାଉଛନ୍ତି। ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସେ ଟ୍ଵିଟରରେ ଦର୍ଶକମାନଙ୍କୁ ଜଣାଇଛନ୍ତି।

ଏହି ଫିଲ୍ମରେ ମୋଗଲ ଶାସନର ଗାଦି ହାତେଇବା ଓ ଏହା ପଛରେ ଥିବା ରାଜନୀତିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଚିତ୍ରିତ କରାଯିବ।ଫିଲ୍ମର ନାମ ଉର୍ଦ୍ଦୁ ଶବ୍ଦ ଅନୁସାରେ “ତଖ୍ତ” ରଖାଯାଇଛି, ଯାହାର ଅର୍ଥ ଶାସନ ଗାଦି।

କରନ ଜୋହର ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି ଓ ଲେଖିଛନ୍ତି ଯେ, “ଇତିହାସରେ ଘଟିଥିବା ଏକ ଅବିଶ୍ଵସନୀୟ କାହାଣୀ ଅଟେ। ଏହି କାହାଣୀରେ ମୋଗଲ ସିଂହାସନ ପାଇଁ ଲଢେଇ, ଏକ ପରିବାରର କାହାଣୀ, ମହତ୍ଵକାଂକ୍ଷା, ଲୋଭ, ବିଶ୍ଵାସଘାତ, ପ୍ରେମ ଓ ଉତ୍ତରାଧିକାର ବିଷୟରେ ରହିଛି। ‘ତଖ୍ତ’ର କାହାଣୀ ଭଲପାଇବା ଓ ଯୁଦ୍ଧ ଉପରେ ଆଧାରିତ।

କରଣ ଜୋହର ଆଗରୁ ଆଲିଆ ଭଟ୍ଟ, କରିନା କପୁର ଓ ରଣବୀର ସିଂ ଙ୍କୁ ନେଇ ଏକ ଫିଲ୍ମ କରିବେ ବୋଲି ବହୁତ ଦିନ ଆଗରୁ ଶୁଣିବାକୁ ମିଳୁଥିଲା । ଏବେ ତାହା ସ୍ପଷ୍ଟ ହେଇସାରିଛି ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରଣବୀର ସିଂ, ଆଲିୟା ଭଟ୍ଟ, କରୀନା କପୁର, ଭିକି କୌଶଳ,ଭୂମି ପାଦ୍ନେକର, ଜାହ୍ନବୀ କପୁର ଓ ଅନିଲ କପୁରଙ୍କୁ ଦେଖିବାକୁ ମିଳିବ।

ଏହି ଫିଲ୍ମରେ ରଣବୀର ସିଂ ଓ ଭିକି କୌଶଳ ଦୁଇ ଭାଇ ଭୂମିକାରେ ଅଭିନୟ କରିବେ ଏବଂ କରୀନା କପୁର ଦୁହିଁଙ୍କ ଭଉଣୀ ଭୂମିକାରେ ନଜର ଆସିବେ। ରଣବୀରଙ୍କ ପ୍ରେମିକା ଭୂମିକାରେ ଆଲିୟାଙ୍କୁ ଦେଖିବାକୁ ମିଳିବ ଓ ଭିକି କୌଶଳଙ୍କ ସହିତ ଜାହ୍ନବୀ କପୁର ନଜର ଆସିବେ। ଏହା ବ୍ୟତୀତ ନିଜ ଦାଦା ଅନିଲ କପୁରଙ୍କ ସହିତ ଜାହ୍ନବୀଙ୍କ ଏହା ପ୍ରଥମ ଫିଲ୍ମ ହେବ।

‘ତଖ୍ତ’ ଫିଲ୍ମଟି ଧର୍ମା ପ୍ରଡ଼କ୍ସନର ସବୁଠାରୁ ଦାମୀ ଫିଲ୍ମ ହେବ। ଏହାର ଅଧିକାଂଶ ଶୁଟିଙ୍ଗ ରାଜସ୍ଥାନ ଏବଂ ଗୁଜୁରାଟରେ ସୁନ୍ଦର ସ୍ଥାନରେ କରାଯିବ। ଫିଲ୍ମଟିକୁ ଆସନ୍ତା 2020 ମସିହାରେ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon