• padmabati kund

ସ୍ଵାଧୀନତା ଦିବସରେ ପ୍ଲାଷ୍ଟିକ ତିରଙ୍ଗାକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର


ସ୍ଵାଧୀନତା ଦିବସ ପୂର୍ବରୁ ସରକାରଙ୍କ ତରଫରୁ ସମସ୍ତ ଭାରତୀୟ ନାଗରିକ ମାନଙ୍କୁ ପ୍ଲାଷ୍ଟିକରେ ତିଆରି ରାଷ୍ଟ୍ରୀୟ ଧ୍ଵଜାକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟକୁ ଏହି ନିୟମର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ଏହି ନିର୍ଦ୍ଦେଶରେ ଗୃହମନ୍ତ୍ରଣାଳୟ କହିଛନ୍ତି ଯେ, “ରାଷ୍ଟ୍ରୀୟ ଧ୍ଵଜା ଭାରତୀୟ ଜନତାଙ୍କର ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ଵ କରିଥାଏ। ଏଥିଲାଗି ଏହାକୁ ସମ୍ମାନ ମିଳିବା ଆବଶ୍ୟକ। ଅନେକ ମହତ୍ଵପୂର୍ଣ୍ଣ ସମାରୋହରେ ପ୍ଲାଷ୍ଟିକରେ ତିଆରି ପତାକା ବ୍ୟବହାର କରାଯାଉଥିବାରୁ ଗୃହମନ୍ତ୍ରଣାଳୟ ତରଫରୁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି।

ରାଷ୍ଟ୍ରୀୟ ସମ୍ମାନ ଅପମାନର ଅଧିନିୟମ ୧୯୭୧’ର ଧାରା ୨ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଧ୍ଵଜାର କୌଣସି ଅଂଶକୁ ଜଳାନ୍ତି, ନଷ୍ଟକରନ୍ତି, ଅପରିଷ୍କାର କରନ୍ତି, ଏହାର ଆକାରକୁ ପରିବର୍ତ୍ତନ କରନ୍ତି, ଏହା ଉପରେ ପାଦ ରଖନ୍ତି କିମ୍ବା ଏହାକୁ ଅପମାନ କରି ଯଦି କିଛି କୁହନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡ ଦିଆଯିବ। ଉକ୍ତ ବ୍ୟକ୍ତିଙ୍କୁ ତିନିବର୍ଷ ଜେଲ ଦଣ୍ଡ ଦିଆଯାଇପାରେ, ଜରିମାନା ଆଦାୟ କରାଯାଇପାରେ କିମ୍ବା ଦୁଇଟି ଯାକ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇପାରେ।

ପ୍ଲାଷ୍ଟିକରେ ତିଆରି ଧ୍ଵଜା କାଗଜ ଧ୍ଵଜା ପରି ପ୍ରାକୃତିକ ଉପାୟରେ ନଷ୍ଟ ହୋଇନଥାଏ। ଏହା ନଷ୍ଟ ହେବା ପାଇଁ ମଧ୍ୟ ଅଧିକ ସମୟ ଆବଶ୍ୟକ ହୋଇଥାଏ। ତେଣୁ ରାଷ୍ଟ୍ରୀୟ ଧ୍ଵଜାର ସମ୍ମାନ ପାଇଁ ସମସ୍ତ ନାଗରିକଙ୍କୁ କାଗଜରେ ତିଆରି ଧ୍ଵଜା ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

‘ରାଷ୍ଟ୍ରୀୟ ଧ୍ଵଜା ସଂହିତା, 2002’ର ବ୍ୟବସ୍ଥା ଅନୁସାରେ ମହତ୍ଵପୂର୍ଣ୍ଣ ରାଷ୍ଟ୍ରୀୟ,ସାଂସ୍କୃତିକ ଓ ଖେଳ ଆୟୋଜନକାରୀଙ୍କ ସମାରୋହରେ ସାଧାରଣ ଜନତା ମାନେ କେବଳ କାଗଜରେ ତିଆରି ପତାକା ହିଁ ବ୍ୟବହାର କରିପାରିବେ ଓ ସମାରୋହ ସାରିବା ପରେ ଏହି ପତାକାକୁ ତଳେ ନପକାଇବା ଆବଶ୍ୟକ।

#currentnews #independenceday #nationalflag #plastic

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon