- padmabati kund
ଆରମ୍ଭ ହେଲା ‘ବିଗ ବଜାର ମହାବଚତ ସେଲ’: ଖାସ ଅଫର

ସ୍ଵାଧୀନତା ଦିବସ ଅବସରରେ ବିଗ ବଜାରର ମହାବଚତ ସେଲ ଆରମ୍ଭ ହେବାକୁ ଯାଉଛି। ଏହି ସେଲ ଅଗଷ୍ଟ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ସମଗ୍ର ଦେଶରେ ଥିବା ବିଗ ବଜାରର ସମସ୍ତ ଷ୍ଟୋରରେ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ ଉପରେ ରିହାତି ପାଇପାରିବେ। ଏହା ଛଡା ବିଗ ବଜାରର ମୂଳ କମ୍ପାନୀ ଫ୍ୟୁଚର ରିଟେଲ ଅଧୀନରେ ଥିବା ଅନ୍ୟ ସମସ୍ତ ଶୋ' ରୁମ ଚେନ ଯଥା ବ୍ରାଣ୍ଡ ଫାକ୍ଟ୍ରି, ସେଣ୍ଟ୍ରାଲ ଇତ୍ୟାଦିରେ ମଧ୍ୟ ଏହି ଅଫର ମିଳିବ ।
ଯଦି ଜଣେ ଗ୍ରାହକ ଟ.3,000ରୁ ଅଧିକ ମୂଲ୍ୟର ଜିନିଷ କ୍ରୟ କରେ ତେବେ ଫ୍ୟୁଚର ପେ ଓ ପେଟିଏମ ୱାଲେଟରେ ଟ.1,200 ପର୍ଯ୍ୟନ୍ତ କ୍ୟାଶବ୍ୟାକ ଏବଂ ଏସ.ବି.ଆଇ କ୍ରେଡିଟ କାର୍ଡ ମାଧ୍ୟମରେ ଜିନିଷକ୍ରୟ କଲେ 10% ଅତିରିକ୍ତ କ୍ୟାଶବ୍ୟାକ ପାଇପାରିବେ। ଏହି ସେଲ ଅଗଷ୍ଟ 10 ତାରିଖ ରାତି 10ଟାରୁ ବିଗବଜାର ଷ୍ଟୋର ଛଡା ଅନଲାଇନରେ ମଧ୍ୟ ଉପଲବ୍ଧ ହେବ।
ଏହି ପାଞ୍ଚଦିନିଆ ସେଲରେ ଗ୍ରାହକ ମାନଙ୍କୁ ଖାଦ୍ୟ ସାମଗ୍ରୀ, ତେଜରାତି ସାମଗ୍ରୀ, ଘର ଉପକରଣ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ପୋଷାକପତ୍ର, ଜୋତା, ଖେଳଣା, ଆଟାଚ/ ଟ୍ରାଭେଲ ବ୍ୟାଗ, ରୋଷେଇ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ସ୍ଵତନ୍ତ୍ର ରିହାତି ପାଇପାରିବେ।
ଅଧାଦାମରେ ବିକ୍ରି
ବିଗ ବଜାର ୱେବସାଇଟରେ ସର୍ଚ୍ଚ କରିବା ପରେ ଜଣାପଡିଛି ଯେ, ଗ୍ରାହକମାନେ ପ୍ରେଷ୍ଟିଜ ଗ୍ୟାସ ଷ୍ଟୋଭ, ପ୍ରେସର କୁକର ଓ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ଉପରେ 50% ରିହାତି ପାଇପାରିବେ। ଏହା ସହିତ ଆଟାଚ/ ଟ୍ରାଭେଲ ବ୍ୟାଗରେ ମଧ୍ୟ ଗ୍ରାହକମାନଙ୍କୁ ଅଧା ଦାମରେ ଜିନିଷ ଉପଲବ୍ଧ ହେବ।
ଏହା ବ୍ୟତୀତ, ଗୋଟିଏ ଜିନିଷ କିଣିଲେ ଏହା ସହିତ ଅନ୍ୟ ଏକ ଜିନିଷ ସଂପୂର୍ଣ୍ଣ ମାଗଣାରେ ମିଳିବାର ଅଫର ମଧ୍ୟ ରହିଛି। ଦୁଇଟି ପୁରୁଷଙ୍କ ଟି-ଶାର୍ଟ କୁ ମାତ୍ର ଟ.599ରେ ଓ ତିନୋଟି ମହିଳାଙ୍କ ଟି-ଶାର୍ଟକୁ ମାତ୍ର ଟ.799 ରେ କିଣିପାରିବେ। ତେବେ ଜୋତାଗୁଡିକରେ ମଧ୍ୟ 70% ରିହାତି ମିଳିବ।
ବ୍ରାଣ୍ଡ ଫାକ୍ଟ୍ରି,ସେଣ୍ଟ୍ରାଲ
ଏହି ବର୍ଷ ପ୍ରଥମଥର ପାଇଁ ଫ୍ୟୁଚର ଗୃପ ଅଧୀନରେ ଥିବା ବ୍ରାଣ୍ଡ ଫ୍ୟାକ୍ଟ୍ରୀ, ସେଣ୍ଟ୍ରାଲ, ଇଜି ଡେ, ନୀଲଗିରିଶ, ହେରିଟେଜ ଫ୍ରେସ ଓ ଫୁଡ ୱାର୍ଲ୍ଡ ଷ୍ଟୋର ମଧ୍ୟ ମହାବଚତ ସେଲର ଅଂଶ ହେଉଛନ୍ତି। ବିଗ ବଜାରର
ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଦାଶିବ ନାୟକ କହିଛନ୍ତି ଯେ, “ବିଗ ବଜାରର ମହାବଚତ ଆମର ଗ୍ରାହକ ମାନଙ୍କୁ ସର୍ବାଧିକ ସଞ୍ଚୟ ଓ କମ ମୂଲ୍ୟରେ ଭଲ ଜିନିଷ ଯୋଗାଇବାର ଏକ ବିଶ୍ଵାସ। ଏଥର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଅଫର ସହିତ ଉତ୍କୃଷ୍ଟମାନର ଶପିଙ୍ଗ ଅନୁଭୂତି ଯୋଗାଇବା ପାଇଁ ପ୍ରସ୍ତୁତି କରୁଛୁ।“