• ବେତାର ବ୍ୟୁରୋ

ଆଂଶିକ ସୂର୍ଯ୍ୟପରାଗ :ଏହି ଚାରିଟି ରାଶି ଉପରେ ରହିଛି ଶୁଭ ପ୍ରଭାବ


ଚଳିତ ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଅଗଷ୍ଟ 11 ତାରିଖରେ ହେବ। ପୂର୍ବ ସୂର୍ଯ୍ୟପରାଗ ପରି ଏହା ମଧ୍ୟ ଆଂଶିକ ଭାବରେ ହେବ। ଏହି ସୂର୍ଯ୍ୟପରାଗ ଦିନ 1.32.08ରେ ଆରମ୍ଭ ହେବ ଓ ସନ୍ଧ୍ୟା 5.40ଘଣ୍ଟାରେ ଶେଷ ହେବ।

ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ। ଜ୍ୟୋତିଷ ଗଣନା ଅନୁସାରେ ସମସ୍ତ ରାଶି ଉପରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ରହିବ। ତେବେ ଚାରୋଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡିବ।

ମେଷ, ମକର, ତୁଳା ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଶୁଭଫଳ ପ୍ରଦାନ କରିବ। କିନ୍ତୁ ଏହି ସୂର୍ଯ୍ୟପରାଗ କର୍କଟ ରାଶିରେ ହେଉଥିବାରୁ କର୍କଟ, ମିଥୁନ ଓ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇବ। ଏହି ସମୟରେ ମଙ୍ଗଳଗ୍ରହ ପୃଥିବୀର ନିକଟତର ହେବ ଏହା ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରିବ।

ଏହି ସୂର୍ଯ୍ୟପରାଗ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଦୃଶ୍ୟମାନ ହେବ। ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଏସିଆ, ସାଉଥ କୋରିଆ, ମସ୍କୋ, ଚୀନରେ ଲୋକମାନେ ଏହାକୁ ଦେଖିପାରିବେ। ଲଣ୍ଡନରେ ଏହି ସୂର୍ଯ୍ୟପରାଗ ସକାଳ 9ଟାରୁ ଆରମ୍ଭ ହେବ। ସାଇବେରିୟାର ଅଧିବାସୀମାନେ ଏହି ସୂର୍ଯ୍ୟପରାଗକୁ ଭଲ ଭାବରେ ଦେଖିପାରିବେ। ଏଠାରେ ଲୋକମାନେ 65% ସୂର୍ଯ୍ୟପରାଗ ଦେଖିପାରିବେ। ଏହି ପରାଗକୁ ଖାଲି ଆଖିରେ ନଦେଖି ସ୍ଵତନ୍ତ୍ର ଗ୍ଳାସ କିମ୍ବା ଲେନ୍ସ ମାଧ୍ୟମରେ ଦେଖିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ସୂର୍ଯ୍ୟପରାଗର 12ଘଣ୍ଟାଆଗରୁ ଆରମ୍ଭ ହୋଇଯିବ। ଭାରତରେ ଏହା ଦୃଶ୍ୟମାନ ହେଉନଥିବାରୁ ଭାରତରେ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ପାଳନ କରାଯିବ ନାହିଁ।

ନାସା (NASA)ର କହିବା ଅନୁସାରେ 2018 ମସିହା ପରି 2019 ମସିହାରେ ମଧ୍ୟ ତିନୋଟି ସୂର୍ଯ୍ୟପରାଗ ଲାଗିବ। ପ୍ରଥମଟି ଜାନୁୟାରୀ 6 ତାରିଖରେ, ଦ୍ଵିତୀୟଟି ଜୁଲାଇ 2 ତାରିଖରେ ଓ ତୃତୀୟଟି ଅଗଷ୍ଟ 26 ତାରିଖରେ ଲାଗିବ। ଏହାପରେ ଡିସେମ୍ବର ମାସରେ ଚନ୍ଦ୍ରଗ୍ରହଣ ଲାଗିବ, ଯାହା ଭାରତରେ ଦୃଶ୍ୟମାନ ହେବ।

(ବି.ଦ୍ର:ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ ।)

#astrology #solareclipse

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon