• padmabati kund

ଦେଖନ୍ତୁ : ବିଦ୍ୟୁତ ଦୂର୍ନୀତି ଉପରେ ଶାହିଦ କପୁରଙ୍କ 'ବତୀ ଗୁଲ୍ ମିଟର ଚାଲୁ' ଫିଲ୍ମ ଟ୍ରେଲର


ବଲିଉଡ ଅଭିନେତା ସାହିଦ କପୁର, ଶ୍ରଦ୍ଧା କପୁର ଓ ୟାମି ଗୌତମଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ “ବତୀ ଗୁଲ୍ ମିଟର ଚାଲୁ”ର ଟ୍ରେଲର ରିଲିଜ ହୋଇଯାଇଛି। ଭ୍ରଷ୍ଟ ବିଦ୍ୟୁତ ଅଧିକାରୀ ଓ ଅତ୍ୟଧିକ ବିଜୁଳି ବିଲ ବିରୁଦ୍ଧରେ ଜଣେ ସାଧାରଣ ଜନତାର ଲଢେଇ ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।

ତିନି ମିନିଟର ଏହି ଟ୍ରେଲରରେ ଖୁବ ରୋମାଞ୍ଚ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବାର ତିନିଘଣ୍ଟା ମଧ୍ୟରେ ଏହାକୁ 13ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ସାହିଦ କପୁରଙ୍କ ମଜାଦାର ଡାଇଲଗରୁ ଏହି ଟ୍ରେଲରଟି ଆରମ୍ଭ ହୋଇଛି।

ସାହିଦ ଏହି ଫିଲ୍ମରେ ଉତ୍ତରାଖଣ୍ଡ ଟିହରୀ ଅଞ୍ଚଳର ଜଣେ ବାସିନ୍ଦା ଭୂମିକାରେ ଅଭିନୟ କରିଛନ୍ତି। ପୂର୍ବରୁ ‘ପ୍ୟାର କି ପଞ୍ଚନାମା’ ଓ ‘ଟଏଲେଟ’ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଦିବ୍ୟାଂଶୁ ଶର୍ମା ଏହି ଚଳଚ୍ଚିତ୍ରରେ ସାହିଦ କପୁରଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିଛନ୍ତି।

ସାହିଦ କପୁରଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ଅଭିନୟ କରିଛନ୍ତି ଓ ୟାମି ଗୌତମ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀରେ ସେତେବେଳେ ଏକ ନୂଆ ମୋଡ ଆସିଛି ,ଯେତେବେଳେ ଦିବ୍ୟାଂଶୁଙ୍କ ଫ୍ୟାକ୍ଟ୍ରୀରୁ ଅଚାନକ 54ଲକ୍ଷ ଇଲେକ୍ଟ୍ରିସିଟି ବିଲ ଆସିଛି। ଏତେ ଅଧିକ ବିଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ଏହି ଘଟଣାଟି କୋର୍ଟ ପର୍ଯ୍ୟନ୍ତ ଯାଇଛି। କୋର୍ଟରେ ଏହି କେଶ ସାହିଦ କପୁର ନିଜେ ଲଢିଛନ୍ତି।

ପୂର୍ବରୁ ‘ଟଏଲେଟ : ଏକ ପ୍ରେମ କଥା’ ର ନିର୍ଦ୍ଦେଶନା ଦେଇଥିବା ଶ୍ରୀନାରାୟଣ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଶୁଟିଙ୍ଗ ଉତ୍ତରାଖଣ୍ଡର ଟିହରୀରେ ହୋଇଛି। ଏହି ଫିଲ୍ମ ଜରିଆରେ ସାହିଦ କପୁର ଓ ଶ୍ରଦ୍ଧା କପୁର ଦ୍ଵିତୀୟ ଥର ପାଇଁ ଏକାଠି ଅଭିନୟ କରିଛନ୍ତି। ପୂର୍ବରୁ ‘ହାଇଦର’ ଫିଲ୍ମରେ ଦୁହେଁ ଏକାଠି ଅଭିନୟ କରିଥିଲେ।

ଫିଲ୍ମଟି ସେପ୍ଟେମ୍ବର ମାସ 21 ତାରିଖରେ ରିଲିଜ ହେବ। ଟ୍ରେଲର ପରି ଫିଲ୍ମଟିକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon