• padmabati kund

ବୌଦ୍ଧ ଜିଲ୍ଲାକୋର୍ଟରେ ଟାଇପିଷ୍ଟ ନିଯୁକ୍ତି ସୁଯୋଗ


ବୌଦ୍ଧ ଜିଲ୍ଲା ଜର୍ଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ବେତନ ଭୋଗୀ ଆମିନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତଦୁଇ ଓ କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀ

ଏହି ବିଜ୍ଞପ୍ତିରେ ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ ପାଇଁ 13ଟି, ଜୁନିୟର ଟାଇପିଷ୍ଟ ପାଇଁ ତିନୋଟି ଓ ଆମିନ ପାଇଁ ଗୋଟିଏ ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ 8 ତାରିଖରୁ ସେପ୍ଟେମ୍ବର 7 ତାରିଖ ମଧ୍ୟରେ ଏହି ପଦ ପାଇଁ ଆବେଦନ କରିପାରିବେ। ସେପ୍ଟେମ୍ବର 7 ତାରିଖ ପରେ ଏହି ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ।

ଦରମା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900-ଟ.63,200 ମଧ୍ୟରେ ଦରମା ପ୍ରଦାନ କରାଯିବ ଓ ଆମିନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.21,700 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 1 ଅଗଷ୍ଟ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଏହାକୁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଓ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଜୁନିୟର ଟାଇପିଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ। ସେହିପରି  ସାଲାରିଡ ଆମିନ ପଦ ପାଇଁ ପ୍ରାର୍ଥୀ ଦଶମ ପାସ କରିଥିବା ଆବଶ୍ୟକ ଓ ରିଭେନ୍ୟୁ ଇନ୍ସପେକ୍ଟର ଟ୍ରେନିଙ୍ଗ ନେଇଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ  “0070-other Administrative Services-01-Administration of Justice-501-Services and Services Fees-9904650-Law Department-9916730-Examination Fees” ଉଦ୍ଦେଶ୍ୟରେ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିଦେବାକୁ ପଡିବ।ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ କେନ୍ଦ୍ରାପଡା ଜିଲ୍ଲା ଜର୍ଜଙ୍କ କାର୍ଯ୍ୟାଳୟରେ ପଇଠ କରିବେ କିମ୍ବା (ରେଜିଷ୍ଟ୍ରାର, ସିଭିଲ କୋର୍ଟ, ବୌଦ୍ଧ,762014, ଓଡିଶା) ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବୌଦ୍ଧ ଜିଲ୍ଲାକୋର୍ଟର ଅଫିସିଆଲ ୱେବସାଇଟ districts.ecourts.gov.in/boudha ରେ ଲଗଇନ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon