- padmabati kund
ରାତିରେ ମୋବାଇଲ ଲାଇଟ ଆପଣଙ୍କୁ ଅନ୍ଧ କରିପାରେ

ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନରୁ ବାହାରୁଥିବା ନୀଳ ଆଲୋକ ଆମ ଆଖି ପାଇଁ ଭଲ ନୁହେଁ, କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଯେ ଏହି ନୀଳ ଆଲୋକ ଆମ ଆଖିକୁ ବହୁତ କ୍ଷତି ପହଞ୍ଚାଇଥାଏ।
ଏହି ଗବେଷଣା ଅନୁସାରେ ଆମ ଆଖିର ରେଟିନାରେ ଥିବା ପ୍ରମୁଖ ଅଣୁ ଦ୍ଵାରା ନୀଳ ଆଲୋକ ଶୋଷିତ ହୋଇଥାଏ, ଏହାଦ୍ଵାରା ବିଷାକ୍ତ ରସାୟନିକ ପଦାର୍ଥ ଉତ୍ପନ ହୋଇଥାଏ ଓ ଏହା ଆଖିର କୋଷକୁ ନଷ୍ଟ କରିଦେଇଥାଏ। ଫଳ ସ୍ୱରୂପ ଏହା ଆମ ଦୃଷ୍ଟି ଶକ୍ତିରେ ଗଭୀର ପ୍ରଭାବ ପକାଇଥାଏ ଓ ଆଖିକୁ ମଧ୍ୟ ଦେଖାଯାଇନଥାଏ।
ଓହିଓର ଟୋଲେଡୋ ୟୁନିଭର୍ସିଟିର ସଦସ୍ୟମାନେ ଲୋକମାନଙ୍କୁ ଅନ୍ଧାରରେ ମୋବାଇଲ ଫୋନ ବ୍ୟବହାର କରିବାକୁ ମନା କରିଛନ୍ତି କାରଣ ଏହା ଆଖି ଭିତରକୁ ଅଧିକ ନୀଳ ଆଲୋକ ପ୍ରବେଶ କରିବାକୁ ପ୍ରୋତ୍ସାହନ ଦେଇଥାଏ।
ୟୁ.ଟି ରେ କେମେଷ୍ଟ୍ରୀ ଓ ବାୟୋକେମେଷ୍ଟ୍ରୀ ବିଭାଗରେ ସହ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ଡ. ଅଜିଥ କରୁଣାରଥ୍ନେ କହିଛନ୍ତି ଯେ, “ମଣିଷଙ୍କ ଆଖି ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମିକୁ ପ୍ରତିଫଳିତ କରିଥାଏ କିନ୍ତୁ ନୀଳ ଆଲୋକକୁ ଆଖିର ରେଟିନା ସହଜରେ ଗ୍ରହଣ କରିଥାଏ।“
ସେ ଆହୁରି ମଧ୍ୟ କହିଛନ୍ତି ଯେ ମନୁଷ୍ୟର ବୟସ ବଢିବା ସହିତ, ଆଖିକୁ ନୀଳ ଆଲୋକରୁ ରକ୍ଷା କରିବାର ଶକ୍ତି ମଧ୍ୟ କମ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ ସନଗ୍ଳାସର ବ୍ୟବହାର କରନ୍ତୁ, ମୋବାଇଲରେ ବ୍ଲୁ ଲାଇଟ ଫିଲ୍ଟରର ବ୍ୟବହାର କରନ୍ତୁ କିମ୍ବା ଅନ୍ଧାରରେ ମୋବାଇଲ କିମ୍ବା ଟାବଲେଟ ବ୍ୟବହାର କରନ୍ତୁ ନାହିଁ।
ନ୍ୟାସନାଲ ଆଇ ଇନଷ୍ଟିଟ୍ୟୁଟ ମତରେ, “50ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ଵ ବ୍ୟକ୍ତି ମାନଙ୍କ ପାଖରେ ମକ୍ୟୁଲାର ଡିଗ୍ରେଡ଼େସନ ଦେଖାଯାଇଥାଏ, ଯାହାକି ଦୃଷ୍ଟି ଶକ୍ତି ହରାଇବାର ଏକ ମୁଖ୍ୟ କାରଣ ହୋଇଥାଏ। ରେଟିନାର ମଧ୍ୟ ଭାଗରେ ଥିବା ଅଣ୍ଡାକୃତି ଅଂଶ ଯେତେବେଳେ ନଷ୍ଟ ହୋଇଯାଏ ସେହି ସମୟରେ ଏପରି ସମସ୍ୟା ଦେଖାଯାଇଥାଏ।“
ଏହି ରୋଗରେ ପିଡୀତ ଲୋକମାନଙ୍କୁ ଭଲ ଭାବରେ ଦେଖାଯାଇ ନଥାଏ ଓ ଧୀରେ ଧୀରେ ରେଟିନା ନଷ୍ଟ ହୋଇଯାଇଥାଏ।
ଆମେରିକାର ଏକାଡେମି ଅଫ ଓପଥାଲମୋଲୋଜି ଅନୁସାରେ, ଆମେରିକାର 91ଲକ୍ଷରୁ ଅଧିକ ଲୋକ 50ବର୍ଷରୁ କମ ବୟସରେ ମକ୍ୟୁଲାର ଡିଗ୍ରେଡ଼େସନରେ ପିଡୀତ ଅଛନ୍ତି ଏବଂ 21ଲକ୍ଷରୁ ଅଧିକ ଲୋକ 50ବର୍ଷରୁ ଅଧିକ ବୟସରେ ଏହି ରୋଗରେ ପିଡୀତ ଅଛନ୍ତି, ଯାହାକି ଦୃଷ୍ଟି ଶକ୍ତି ନଷ୍ଟ ହେବାର ଏକ ଚରମ ସ୍ଥିତି ଅଟେ।