• padmabati kund

ପୁଣି ନୂଆ ରୂପରେ ଫେରୁଛି ‘କସୌଟି ଜିନ୍ଦଗୀ କି’


ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ପୁଣି ଥରେ ଦର୍ଶକଙ୍କ ମନ କିଣିବା ପାଇଁ ଆରମ୍ଭ ହେବାକୁ ଯାଉଛି। ତେବେ ପୂର୍ବରୁ ଶ୍ଵେତା ତିୱାରୀଙ୍କୁ ଦେଖି ଆସିଥିବା ଦର୍ଶକମାନେ ଏଥର ନୂଆ ଚେହେରାଙ୍କୁ ଦେଖିବାକୁ ପାଇବେ । ପ୍ରଥମଥର ପାଇଁ ଏହି ଧାରାବାହିକ ମାଧ୍ୟମରେ ଏରିକା ଫର୍ଣ୍ଣାଡିସ ଓ ପାର୍ଥ ସମ୍ଥାନ ଯୋଡିକୁ ଏକାଠି ଦେଖିବାକୁ ମିଳିବ।

ଏକତା କପୁରଙ୍କ ଏହି ଧାରାବାହିକ 2001 ମସିହାରେ ଆରମ୍ଭ ହୋଇଥିଲା। ଦୀର୍ଘ ଆଠବର୍ଷ ପର୍ଯ୍ୟନ୍ତ ଏହି ଧାରାବାହିକ ଦର୍ଶକ ମାନଙ୍କର ମନୋରଞ୍ଜନ କରୁଥିଲା। ଦର୍ଶକ ମାନେ ମଧ୍ୟ ଏହି ଧାରାବାହିକର କାହାଣୀକୁ ଖୁବ ପସନ୍ଦ କରିଥିଲେ। ଏଥିରେ ଶ୍ଵେତା ତିୱାରୀ, ଶିଜାନ ଖାନ, ରୋନିତ ରୟ ଓ ଉର୍ବଶୀ ଢୋଲକୀୟାଙ୍କୁ ଦେଖିବାକୁ ମିଳିଥିଲା।

ଗତ ମାସରେ ଏହି ଧାରାବାହିକର ପ୍ରଥମ ପ୍ରୋମୋ ରିଲିଜ ହୋଇସାରିଛି। ‘କସୌଟି ଜିନ୍ଦଗୀ କି2'ରେ ପ୍ରେରଣା ଭୂମିକାରେ ଏରିକା ଫର୍ଣ୍ଣାଡିସଙ୍କୁ ଦେଖିବାକୁ ମିଳିବ। ସୋନିରେ ପ୍ରସାରିତ ହୋଇଥିବା ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ରେ ଏରିକା ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ତେବେ ଅନୁରାଗ ବାସୁ ଭୂମିକାରେ କିଏ ଅଭିନୟ କରିବେ ସେନେଇ ପୂର୍ବରୁ କିଛି ସ୍ପଷ୍ଟୋକ୍ତି ଦିଆଯାଇନଥିଲା।

ସ୍ପଟବୟର ରିପୋର୍ଟ ଅନୁସାରେ ଏହି ଭୂମିକାରେ ପାର୍ଥ ସମ୍ଥାନଙ୍କୁ ଦେଖିବାକୁ ମିଳିବ। ପାର୍ଥ ପୂର୍ବରୁ ଏମ.ଟିଭିରେ ପ୍ରସାରିତ ଧାରାବାହିକ ‘କେସି ୟେ ୟାରିୟାଁ’ରେ ଅଭିନୟ କରିଛନ୍ତି। ଏରିକା ଓ ପାର୍ଥ ଏହି ଧାରାବାହିକର ଦ୍ଵିତୀୟ ପ୍ରୋମୋ ପାଇଁ ଶୁଟିଙ୍ଗ କରୁଥିବାର ଖବର ମିଳିଛି।

ଏହା ପୂର୍ବରୁ ‘କସୌଟି ଜିନ୍ଦଗୀ କା’ରେ ପ୍ରେରଣା ଓ ଅନୁରାଗ ଭୂମିକାରେ ଶ୍ଵେତା ତିୱାରୀ ଓ ଶିଜାନ ଖାନଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଅଭିନେତାଙ୍କୁ ଏହି ଧାରାବାହିକ ମାଧ୍ୟମରେ ଏକ ସ୍ଵତନ୍ତ୍ର ପରିଚୟ ମିଳିଥିଲା। ଏହାବ୍ୟତୀତ କୋମୋଲିକା ଚରିତ୍ରରେ ଉର୍ବଶୀ ଢୋଲକିୟାଙ୍କୁ ଦେଖିବାକୁ ମିଳିଥିଲା। ଏହି ଚରିତ୍ରରେ ହୀନା ଖାନଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି। ମାତ୍ର ଏ ବିଷୟରେ କିଛି ଅନୁଷ୍ଠାନିକ ଭାବରେ ଘୋଷଣା କରାଯାଇନାହିଁ।

ଏହି ଲୋକପ୍ରିୟ ଧାରାବାହିକର ଦ୍ଵିତୀୟ ଭାଗକୁ ଦେଖିବା ପାଇଁ ପ୍ରଥମ ଭାଗର ଅଭିନେତା ମାନେ ଖୁବ ଉତ୍ସାହିତ ଅଛନ୍ତି। ଏହା ସହିତ ଦର୍ଶକମାନେ ମଧ୍ୟ ପୂର୍ବପରି ‘କସୌଟି ଜିନ୍ଦଗୀ କି’ କୁ ପସନ୍ଦ କରିବେ ବୋଲି ଧାରାବାହିକ ନିର୍ମାତା ଆଶା ରଖିଛନ୍ତି।

#entertainment #telivisionserial #kasautiizindagiikay

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon