• padmabati kund

ପତ୍ନୀକୁ ଟଙ୍କା ନ ଦେବା ପାଇଁ ନିଜ ମୃତ୍ୟୁର ନାଟକ କଲେ ସ୍ଵାମୀ


ମଣିଷ ନିଜକୁ ଅନ୍ୟଠାରୁ ବଞ୍ଚେଇବା ପାଇଁ ମିଛ କହିଥାଏ କିମ୍ବା କିଛି ଭିନ୍ନ ଉପାୟ ଆପଣେଇଥାଏ। କିନ୍ତୁ ନିଜ ସ୍ତ୍ରୀ’କୁ ଟଙ୍କା ପଠାଇବାରୁ ବଞ୍ଚିବା ପାଇଁ ନିଜ ମୃତ୍ୟୁର ନାଟକ କରିଛନ୍ତି ହଣ୍ଡୁରାସର ଜଣେ 27 ବର୍ଷୀୟ ଯୁବକ। ଏହି ଯୁବକଙ୍କ ନାମ ଡ୍ୟାନୀ ଗୋଞ୍ଜାଲେଜ।

ମୁମ୍ବାଇ ମିରରରେ ପ୍ରକାଶିତ ଖବର ଅନୁସାରେ ନିଜ ପରିବାରର ଭରଣାପୋଷଣା ପାଇଁ ସେ ଆମେରିକାରେ କାମ କରୁଥିଲେ। ଦକ୍ଷିଣ ହୋଣ୍ଡ୍ୟୁରାସର ସାବା ସହରରେ ରହୁଥିବା ପତ୍ନୀଙ୍କ ପାଖକୁ ଏକ ଫଟୋ ପଠାଇଥିଲେ। ଏହି ଫଟୋରେ ସେ ନିଜ ନାକ ଓ ପାଟିରେ କିଛି ତୁଳା ଦେଇ ଏକ ଧଳା କପଡା ଘୋଡି ହୋଇ ଶୋଇଥିଲେ। ଏହି ଫଟୋ ସହିତ ସେ ଫୁଲରେ ଆଚ୍ଛାଦିତ ହୋଇଥିବା ଏକ କୌଫିନର ମଧ୍ୟ ଫଟୋ ପଠାଇଥିଲେ। କ୍ୟାନସର ଓ ଆସ୍ଥମା ରୋଗରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ସ୍ତ୍ରୀ’ଙ୍କ ପାଖକୁ ଖବର ଯାଇଥିଲା।

ତେବେ ଏହି ଖବରଟି ଧୀରେ ଡ୍ୟାନୀଙ୍କର ଅଭିଭାବକ ଓ ବନ୍ଧୁବାନ୍ଧବଙ୍କ ପାଖରେ ପହଞ୍ଚିଥିଲା। ସେହି ଫଟୋକୁ ଭଲ ଭାବରେ ଦେଖିବା ପରେ ସେମାନେ ସନ୍ଦେହ କରିଥିଲେ ଯେ ଫଟୋରେ ଯାହା ଦେଖାଯାଉଛି ତାହା ସତ୍ୟ ନୁହେଁ, ଏବଂ ଡ୍ୟାନୀଙ୍କ ଚେହେରା ହସିବା ପରି ଦେଖାଯାଉଥିଲା।

ତେବେ ଲୋକାଲ ମିଡିଆ ତାଙ୍କୁ ଜିବୀତ ପାଇବା ପରେ ସେ କରିଥିବା ଏହି ନାଟକ ବିଷୟରେ ସତ କହିଥିଲେ। ଦୁଇବର୍ଷ ତଳେ ବିବାହ କରିଥିବା ପତ୍ନୀଙ୍କ ଆଗରେ ନିଜକୁ ମୃତ ବୋଲି ପ୍ରମାଣିତ କରିବା ପାଇଁ ଏପରି କରିଥିଲେ ବୋଲି କହିଛନ୍ତି। ସେ ଖଟ ଉପରେ ଶୋଇ ନାକ ଓ ପାଟିରେ ତୁଳା ଦେଇ, ଏକ ତକିଆ ଖୋଳକୁ ଘୋଡାଇହୋଇ ଶୋଇଥିଲେ।

ଟିଭି ସୁର ଚ୍ୟାନେଲକୁ ସେ କହିଥିଲା ଯେ, “ମୋ ସ୍ତ୍ରୀ ମତେ ପ୍ରତି ସପ୍ତାହରେ କେବଳ ଟଙ୍କା ପଠେଇବା ପାଇଁ କଲ କରିଥାଏ। ସପ୍ତାହର ଶନିବାରକୁ ଛାଡିଦେଲେ ଅନ୍ୟ କୌଣସି ଦିନ ସେ କଲ କରେନାହିଁ। ଟଙ୍କା ବ୍ୟତୀତ ସେ ଅନ୍ୟ କୌଣସି ବିଷୟରେ କଥା ହୁଏ ନାହିଁ। ସେ ମୋବାଇଲ ପଠେଇବା ପାଇଁ ମଧ୍ୟ କୁହେ। ବର୍ତ୍ତମାନ ଯାଏ ଛଅଟି ମୋବାଇଲ ପଠାଇ ସାରିଛି କିନ୍ତୁ ସବୁ ମୋବାଇଲ ହଜି ଯାଇଛି ବୋଲି କୁହେ।“

ଡ୍ୟାନୀଙ୍କ ମୃତ୍ୟୁ ଖବରରେ ତାଙ୍କର ବୃଦ୍ଧ ପିତାମାତା ଗଭୀର ଭାବରେ ଆଘାତ ପାଇଛନ୍ତି ବୋଲି ଜଣେ ପଡୋଶୀ କହିଛନ୍ତି। ଏପରି କାର୍ଯ୍ୟକଳାପ ପରେ ସୋସିଆଲ ମିଡିଆରେ ଡ୍ୟାନୀଙ୍କୁ ବହୁତ ସମାଲୋଚନା କରାଯାଇଛି।  ସୋସିଆଲ ମିଡିଆରେ ଜଣେ ସମାଲୋଚନା କରି କହିଛନ୍ତି ଯେ, “ ଏପରି କାମ କରିବା ଅପେକ୍ଷା ଘରଲୋକଙ୍କ ଖର୍ଚ୍ଚ ବୁଝିପାରିବ ନାହିଁ ବୋଲି ସତ କହିବାର ଥିଲା। ଏମିତି କରିବା ପରେ ତୁମେ ତୁମ ଅବିଭାବକଙ୍କ ପାଇଁ ସତରେ ମରିଗଲ। ଭଗବାନ ତୁମକୁ କ୍ଷମା କରନ୍ତୁ।

#oddnews #fakefuneral

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon