• padmabati kund

ଜାଣିରଖନ୍ତୁ : ଅତ୍ୟଧିକ ବ୍ୟାୟାମ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ


ନିୟମିତ ଭାବରେ ବ୍ୟାୟାମ ଓ କସରତ କରିବା ଶରୀର ପାଇଁ ଉପାଦେୟ ହୋଇଥାଏ। ଏହା ମନୁଷ୍ୟର ମାନସିକ ସ୍ୱାସ୍ଥ୍ୟଉପରେ ମଧ୍ୟ ପ୍ରଭାବ ପକାଇଥାଏ। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତିମାନେ ନିୟମିତ ବ୍ୟାୟାମ ଓ କସରତ କରିଥାନ୍ତି ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଲକୁଲ ବ୍ୟାୟାମ କରୁ ନ ଥିବା ଲୋକଙ୍କର ମାନସିକ ସ୍ୱାସ୍ଥ୍ୟ ଅପେକ୍ଷା ବହୁତ ଭଲ ରହିଥାଏ।

ତେବେ ଏହି ଅଧ୍ୟୟନରୁ ଏକଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ସପ୍ତାହର ପ୍ରତ୍ୟେକ ଦିନ କସରତ କରିବା ମନୁଷ୍ୟର ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ। ତେଣୁ ସପ୍ତାହକୁ ତିନିରୁ ଚାରିଦିନ 45ମିନିଟ ପର୍ଯ୍ୟନ୍ତ ବ୍ୟାୟାମ ଓ କସରତ କରିବା ଲାଭଦାୟକ ହୋଇଥାଏ।

ଏହି ରିସର୍ଚ କୁ ‘ଦ ଲାନସେଣ୍ଟ ସାଇକିଆଟ୍ରି ଜର୍ଣ୍ଣାଲ’ରେ ପ୍ରକାଶିତ କରଯାଇଥିଲା। ଏହି ଗବେଷଣାରେ ଶାରିରୀକ କାର୍ଯ୍ୟକଳାପ, ଘରେ କାମ କରିବା, ମାଛ ଧରିବା, ସାଇକେଲ ଚଳାଇବା, ଜିମ ଯିବା, ଦୌଡିବା ପରି ଅନେକ କସରତକୁ ସାମିଲ କରଯାଇଥିଲା।

ସାଧାରଣରେ ଲୋକମାନଙ୍କର ସବୁବେଳେ ଏକ ଧାରଣା ରହିଥାଏ ଯେ, ବ୍ୟାୟାମ କରିବା ଦ୍ଵାରା ବହୁ ବଡ ବଡ ରୋଗ ଯଥା ହୃଦଘାତ, ମଧୁମେହ ଇତ୍ୟାଦିକୁ ଦୂର କରାଯାଇ ପାରିବ। ଏହାବ୍ୟତୀତ ବ୍ୟାୟମ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଏହି ଅଧ୍ୟୟନରେ ଆମେରିକାର 50ଟି ରାଜ୍ୟର 12ଲକ୍ଷ ଲୋକଙ୍କୁ ସାମିଲ କରଯାଇଥିଲା। ଲୋକମାନଙ୍କୁ ପଚରା ଯାଇଥିଲାଯେ, ବିଷାଦ ଓ ଚାପ ଯୋଗୁଁ ଗତ 30ଦିନ ମଧ୍ୟରେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଇଛି। ଏହା ସହିତ ଗତ 30ଦିନ ମଧ୍ୟରେ ସେମାନେ ମୋଟ କେତେ ସମୟ କସରତ କରିଛନ୍ତି।

ଏହି ଫଳାଫଳରୁ ଜଣା ପଡିଥିଲା ଯେ, ଏହିସବୁ କସରତ କରୁଥିବା ସମସ୍ତ ବ୍ୟକ୍ତି ହାରାହାରି ମାସକୁ ୩.୪ ଦିନ ଖରାପ ମାନସିକ ସ୍ୱାସ୍ଥ୍ୟ ଭୋଗିଥାନ୍ତି। ତେବେ ଯେଉଁମାନେ ଶରୀର ଉପଯୋଗୀ ନିୟମିତ ଖେଳ, କସରତ ବା ବ୍ୟାୟାମ କରନ୍ତି, ସେମାନେ ବିନା ଖେଳ କସରତ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ମାସିକ ୧.୫ ଦିନ କମ ଖରାପ ମାନସିକ ସ୍ୱାସ୍ଥ୍ୟର ଶିକାର ହେଇଥାନ୍ତି, ଯାହାକି ହାରାହାରି ଠାରୁ 43% କମ। ସେହିପରି ସପ୍ତାହକୁ ସବୁଦିନ ଖେଳ କସରତ କରୁଥିବା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ବହୁତ ଭଲ ନ ଥିବା ଏହି ଅଧ୍ୟୟନରୁ ଜଣା ପଡିଥିଲା ।

ଏହି ଅଧ୍ୟୟନରେ ଲୋକମାନେ ପାଖାପାଖି 75ପ୍ରକାରର ଅଲଗା ଅଲଗା କସରତ କରିଥିଲେ।

କୌଣସି ଟିମ ପାଇଁ ଖେଳୁଥିବା ଖେଳାଳୀ, ସାଇକେଲିଙ୍ଗ କରୁଥିବା ବ୍ୟକ୍ତି, ଏରୋବିକ ଓ ଜିମ ଯାଉଥିବା ବ୍ୟକ୍ତିଙ୍କୁ ଏହାର ଭଲ ପରିଣାମ ମିଳୁଛି ବୋଲି ଅଧ୍ୟୟନରୁ ଜଣାପଡିଛି।

#health #exercise

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon