• padmabati kund

କେନ୍ଦ୍ର ସରକାରଙ୍କ ଯୋଜନା : ଚାକିରୀ ଚାଲିଗଲେ ମିଳିବ ଭତ୍ତା


ବର୍ତ୍ତମାନ ସମୟରେ ବେସରକାରୀ ଚାକିରୀର ସ୍ଥାୟିତ୍ଵ ବହୁତ କମ। କେଉଁ ସମୟରେ ଯେ ଚାକିରୀ ଚାଲିଯିବ ଏହା କହିବା ବହୁତ କଷ୍ଟ। ବେସରକାରୀ ଚାକିରୀରେ କାମ ଅଧିକ ରହିଥିଲେ ମଧ୍ୟ ସରକାରୀ ଚାକିରୀ ପରି ସୁବିଧା ମିଳିନଥାଏ। ଏପରିସ୍ଥଳେ ବେସରକାରୀ ଚାକିରିଆଙ୍କ ପାଇଁ ଚାକିରୀ ଚାଲିଯିବା ପରେ ପରିବାରର ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡିଥାଏ।

ବେସରକାରୀ ପ୍ରାଇଭେଟ ସଂସ୍ଥା ମାନଙ୍କରେ ଚାକିରି କରୁଥିବା ଲୋକଙ୍କ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଗତ ସପ୍ତାହରେ ଲୋକସଭାରେ କହିଥିଲେ ବେସରକାରୀ ଚାକରିଆଙ୍କ ପାଇଁ ସରକାର ନୂଆ ନିୟମ ପ୍ରଣୟନ କରିବ। ଏହି ଯୋଜନା ଅନୁସାରେ ବେସରକାରୀ ଚାକିରିଆଙ୍କୁ  ପେନସନ୍ ସହ ଅନ୍ୟ ସୁବିଧା ଯୋଗାଇଦିଆଯିବ।

ଏଥିପାଇଁ ବେସରକାରୀ ଚାକିରିଆଙ୍କୁ ବିଶ୍ୱକର୍ମା ଖାତା ଖୋଲିବା ପାଇଁ ପଡ଼ିବ । ଏହା ଏକ ସୋସିଆଲ ସିକ୍ୟୁରିଟି ଖାତା । ମୋଦି ସରକାର ଆଗାମୀ ସମୟରେ ୫୦କୋଟି ଭାରତୀୟଙ୍କ ବିଶ୍ୱକର୍ମା ଖାତା ଖୋଲାଇବେ ।

କିପରି ଖୋଲିବେ ଖାତା

ମିଡ଼ିଆ ରିପୋର୍ଟ ଅନୁସାରେ କମ୍ବାନୀ ତରଫରୁ ନିଜ କର୍ମଚାରୀଙ୍କ ପାଇଁ ସୋସିଆଲ ସିକ୍ୟୁରିଟି ଆକାଉଣ୍ଟ (ବିଶ୍ୱକର୍ମା ସୁରକ୍ଷା)ଖାତା ଖୋଲାଯିବ । ଯଦି କମ୍ପାନି କିମ୍ବା ସଂସ୍ଥା ଉଚିତ ସମୟରେ ଖାତା ଖୋଲିବାରେ ସାହାଯ୍ୟ ନକରନ୍ତି କର୍ମଚାରୀ ନିଜେ ମଧ୍ୟ ଖାତା ଖୋଲିପାରିବେ । ଏହା ବ୍ୟତୀତ କେହି ନିଜର କାମ କରିବା ପାଇଁ ଚାହୁଁଥିଲେ ମଧ୍ୟ ଖାତା ଖୋଲିପାରିବ । ଏହି ଥାତା ପୋର୍ଟାବୁଲ୍ ଅଟେ ।ଅର୍ଥାତ ଯଦି ଆପଣ ଓଡ଼ିଶାରେ କାମ କରୁଛନ୍ତି ଓ ଓଡିଶାରେ ଖାତା ଖୋଲିଛନ୍ତି ଓ ପରେ ଅନ୍ୟ କୌଣସି ରାଜ୍ୟକୁ ଚାକିରି କିରିବା ପାଇଁ ଗଲେ ଆପଣଙ୍କୁ ନୂଆ ଖାତା ଖୋଲିବା ପାଇଁ ପଡ଼ିବ ନାହିଁ ।

କେଉଁମାନେ ଏହି ଖାତା ଖୋଲି ପାରିବେ

ସରକାରଙ୍କ ଏହି ଯୋଜନା ଅନୁସାରେ ୫୦ କୋଟି କର୍ମଚାରୀ ଲାଭବାନ ହେବେ । ତେବେ ଏଥିପାଇଁ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ବିଭାଗରେ ବିଭକ୍ତ କରାଯିବ। ଏଥିରେ ଯେଉଁ କର୍ମଚାରୀଙ୍କ ରୋଜଗାର କମ ଥିବ ତାଙ୍କୁ ବିଶ୍ଵକର୍ମା ଖାତାରେ କିଛି ଯୋଗଦାନ କରିବାକୁ ପଡିବ ନାହିଁ। ସେମାନଙ୍କ ବିଶ୍ଵକର୍ମା ଖାତାରେ ସରକାରଙ୍କ ତରଫରୁ ସହଯୋଗ ଦିଆଯିବ। ଯେଉଁ ବେସରକାରୀ ଚାକିରୀଆଙ୍କ ଦରମା ଅଧିକ ଥିବ, ସେମାନଙ୍କୁ ନିଜ ବିଶ୍ଵକର୍ମା ଖାତାରେ ଯୋଗଦାନ କରିବାକୁ ପଡିବ।

ବେକାରୀ ଭତ୍ତା ଓ ଅନ୍ୟାନ୍ୟ ଫାଇଦା

ଯଦି କୌଣସି ବେସରକାରୀ କର୍ମଚାରୀଙ୍କର ଚାକିରୀ ଚାଲିଯାଏ ତେବେ ତାଙ୍କୁ ବେରୋଜଗାରୀ ଭତ୍ତା ମିଳିବ। ଏହି ସମୟରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ନିର୍ଦ୍ଧାରିତ ରାଶି ପ୍ରଦାନ କରାଯିବ। ଏଥିରେ ଉକ୍ତ ବ୍ୟକ୍ତି ନିଜ ପରିବାରର ଖର୍ଚ୍ଚ ଉଠାଇପାରିବେ ଓ ସେହି ସମୟ ମଧ୍ୟରେ ଅନ୍ୟ ଚାକିରୀ ଖୋଜିପାରିବେ।ଏହାସହିତ ମେଡିକାଲ ସୁବିଧା, ବୀମା, ରୋଗାକ୍ରାନ୍ତ ଅବସ୍ଥାର ସୁବିଧା, ପ୍ରସୂତି, ବେରୋଜଗାର ସୁବିଧା, ଆଶ୍ରିତ ସୁବିଧା ଓ ଆନ୍ତର୍ଜାତୀୟ କର୍ମଚାରୀ ସୁବିଧା ମଧ୍ୟ ମିଳିପାରିବ।

#currentnews #governmentrule

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon