• padmabati kund

ସୁସ୍ଥ ଜୀବନଯାପନ ପାଇଁ ଏହି ପାଞ୍ଚ ଜିନିଷକୁ ସଫା ରଖନ୍ତୁ


ସୁସ୍ଥ ଜୀବନ ଯାପନ ପାଇଁ ନିୟମିତ ଭାବରେ ଘରକୁ ସଫା କରିବା ନିହାତି ଜରୁରୀ। ଖାସ କରି ଘରେ ଛୋଟ ପିଲା ଥିଲେ ଏସବୁ ନିହାତି ଜରୁରୀ। ଅବଶ୍ୟ ଘର ସମସ୍ତେ ସବୁବେଳେ ପରିଷ୍କାର ରଖିବାକୁ ଚେଷ୍ଟା କରିଥାନ୍ତି। ହେଲେ ଘର ମଧ୍ୟରେ ଏପରି କିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରହିଥାଏ ଯାହାକୁ ସଫା ଓ ପରିଷ୍କାର କରିବା ପାଇଁ ଲୋକମାନଙ୍କର ଧ୍ୟାନ ଯାଇନଥାଏ, କିନ୍ତୁ ଏହିସବୁ ସାମଗ୍ରୀ ଦ୍ଵାରା ଅଧିକ ରୋଗଜୀବାଣୁ ବ୍ୟାପିଥାଏ। ତେବେ ଜାଣିରଖନ୍ତୁ ସେହି ଜିନିଷ ଗୁଡିକୁ।

୧. ଇଲେକ୍ଟ୍ରୋନିକ୍ସ ଉପକରଣ: ଘର ମଧ୍ୟରେ ଅନେକ ଇଲେକ୍ଟ୍ରୋନିକ୍ସ ଉପକରଣ ରହିଥାଏ ଯାହାକୁ ପରିବାରର ସମସ୍ତ ସଦସ୍ୟ ବ୍ୟବହାର କରିଥାନ୍ତି। ଯେପରି ମୋବାଇଲ, ସୁଇଜ ବୋର୍ଡ ଓ ଟିଭିର ରିମୋଟ। ତେଣୁ ଏହାକୁ ସଫା କରିବା ନିହାତି ଜରୁରୀ। ପ୍ରତି ସପ୍ତାହରେ ଏହାକୁ ସଫା କରିବା ଦ୍ଵାରା ଜଣକ ଠାରୁ ଅନ୍ୟଜଣକୁ ଜୀବାଣୁ ବ୍ୟାପିନଥାଏ।

୨.କବାଟ ହ୍ୟାଣ୍ଡେଲ: କବାଟ ହ୍ୟାଣ୍ଡେଲଏପରି ଏକ ଜିନିଷ ଯାହାକି ସମସ୍ତଙ୍କ ଦ୍ଵାରା ବ୍ୟବହାର ହୋଇଥାଏ। ଏପରିସ୍ଥଳେ ଜୀବାଣୁ ବ୍ୟାପିବା ସହଜ ହୋଇଥାଏ। ତେଣୁ ପ୍ରତି ୩-୪ଦିନ ବ୍ୟବଧାନରେ ଏହାକୁ ସଫା କରନ୍ତୁ। ଏହାବ୍ୟତୀତ ଫ୍ରିଜର ହ୍ୟାଣ୍ଡେଲ ମଧ୍ୟ ସଫା କରିବାକୁ ଭୁଲନ୍ତୁ ନାହିଁ।

୩. ବାସନକୁ ସଫା କରୁଥିବା ସ୍ପଞ୍ଜ: ବାସନ ସଫା କରିବା ପାଇଁ ବ୍ୟବହାର କରୁଥିବା ସ୍ପଞ୍ଜକୁ ପରିବାରର ଏକାଧିକ ଲୋକ ବ୍ୟବହାର କରିଥାନ୍ତି। ପ୍ରତ୍ୟେକ ଥର ବାସନ ମାଜିସାରିବା ପରେ ଅଧିକାଂଶ ଲୋକ ସ୍ପଞ୍ଜକୁ ଭଲ ଭାବରେ ଧୋଇନଥାନ୍ତି, ଯାହାଦ୍ୱାରା ଜୀବାଣୁ ବ୍ୟାପିବାର ଅଧିକ ଆଶଙ୍କା ଥାଏ। ତେଣୁ ବାସନ ସଫା କରିସାରିବା ପରେ ସ୍ପଞ୍ଜକୁ ମଧ୍ୟ ଭଲଭାବରେ ସଫା କରନ୍ତୁ।

୪. ଲୁଣ ଡବା: ଏହା ହେଉଛି ଏକ ମୁଖ୍ୟ ଜିନିଷ ଯାହାକୁ ପରିବାର ସମସ୍ତ ସଦସ୍ୟ ହାତ ଲଗାଇଥାନ୍ତି। ତେଣୁ ପ୍ରତିଦିନ ରାତ୍ରିଭୋଜନ ପରେ ଡାଇନିଙ୍ଗ ଟେବୁଲ ସଫା କରିବା ସମୟରେ ଏହି ଡବାକୁ ମଧ୍ୟ ସଫା କରିବାକୁ ଭୁଲନ୍ତୁ ନାହିଁ।

୫. ବେସିନ ପାଇପ : ରୋଷେଇଘରେ ବାସନ ଧୋଇବାର ସ୍ଥାନ ହେଉ ବା ବେଶିନ, ଏହିସବୁ ଜାଗାରେ ପ୍ରତ୍ୟକ ଦିନ ଅନେକ ପ୍ରକାର ଆବର୍ଜନା ପକାଇଥାଉ। ଏହି ସବୁ ଆବର୍ଜନା ଏହାର ପାଇପରେ ଅଟକି ରହିଥାଏ। ଯାହାଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏହାକୁ ଏଡାଇବା ପାଇଁ ପ୍ରତି ପନ୍ଦର ଦିନର ବ୍ୟବଧାନରେ ଏହାକୁ ସଫା କରନ୍ତୁ।

#menlifestyle #metrolife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon