• padmabati kund

ଦେଖନ୍ତୁ : ‘ସୁଇ ଧାଗା’ରେ ବରୁଣ ଓ ଅନୁଷ୍କାଙ୍କ ଦେଶୀ ଅବତାର


ବଲିଉଡ ଅଭିନେତା ବରୁଣ ଧାୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ସୁଇ ଧାଗା’ ବେଶ କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛି। ଖାସ କରି ବରୁଣ ଓ ଅନୁଷ୍କାଙ୍କ ଲୁକ କୁ ନେଇ ଏହା ଲୋକଙ୍କ ମଧ୍ୟରେ ଏହା ବେଶ ଚର୍ଚ୍ଚାର ବିଷୟ ହୋଇପାରିଛି।

ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇସାରିଛି। ତିନି ମିନିଟର ଏହି ଟ୍ରେଲରରେ ସଂପୂର୍ଣ୍ଣ ତିନି ଘଣ୍ଟାର ଚଳଚ୍ଚିତ୍ରର କାହାଣୀକୁ ଦେଖିବାକୁ ମିଳିଛି। ଏହି କାହାଣୀ ହେଉଛି ଏକ ପତିପତ୍ନୀଙ୍କର। ଯିଏ ଜୀବନ ଠାରୁ ହାରିଯିବା ପରେ କଠିନ ପରିଶ୍ରମ ମାଧ୍ୟମରେ ଅସମ୍ଭବକୁ ସମ୍ଭବ କରିଛନ୍ତି ଓ ନିଜ ସ୍ଵପ୍ନକୁ ସାକାର କରିଛନ୍ତି।

ଫିଲ୍ମରେ ବରୁଣ ଏବଂ ଅନୁଷ୍କା ପତି ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ବରୁଣ ମୌଜି ନାମକ ଜଣେ ଦରଜି ଚରିତ୍ରରେ ଅଭିନୟ କରିଛନ୍ତି, ଯିଏକି ନିଜର କିଛି ନଥାଇ ମଧ୍ୟ ସବୁ କିଛି ଠିକ ଅଛି ବୋଲି ବିଶ୍ଵାସ ରଖେ। ମୌଜିର ପତ୍ନୀ ମମତାର ଭୂମିକାରେ ଅନୁଷ୍କା ଶର୍ମା ଅଭିନୟ କରିଛନ୍ତି। ମମତା ସହିତ ମୌଜିଙ୍କର ଆରେଞ୍ଜ ମ୍ୟାରେଜ ହୋଇଛି କିନ୍ତୁ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିପାରିନାହାନ୍ତି ଓ ଅଧିକ ସମୟ ବିତାଇ ନାହାନ୍ତି।

ମୌଜି ନିଜ ମାଲିକ ପାଖରେ ସିଲେଇ କାମ କରନ୍ତି, କିନ୍ତୁ ମାଲିକ ତାଙ୍କର ବିଲକୁଲ ସମ୍ମାନ କରନ୍ତି ନାହିଁ।

କେତେବେଳେ ଲୋକଙ୍କ ଆଗରେ କୁକୁରର ଅଭିନୟ କରିବାକୁ କୁହନ୍ତି ତ କେତେବେଳେ ଅନ୍ୟକିଛି। ଏହାଦେଖି ମମତା ବହୁତ ମନଦୁଃଖ କରେ ଓ ସ୍ଵାମୀକୁ ନିଜର କିଛି କାମ ଆରମ୍ଭ କରିବା ପାଇଁ କୁହେ। ଏହିଠାରୁ ଫିଲ୍ମରେ ମୌଜିର ନିଜର ବ୍ୟବସାୟ କରିବାର ପ୍ରୟାସ ଆରମ୍ଭ ହୁଏ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶରତ କଟାରିୟା। ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦେଇଛନ୍ତି ମନୀଷ ଶର୍ମା। ଏହି ଫିଲ୍ମର କାହାଣୀ ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତ ଉପରେ ଆଧାରିତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ ଇନ ଇଣ୍ଡିଆ’ର ଝଲକ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ । ଫିଲ୍ମର ଅଧିକାଂଶ ସୁଟିଂ ମଧ୍ୟପ୍ରଦେଶରେ ହୋଇଛି ।

ଫିଲ୍ମର ଟ୍ରେଲରକୁ ଲୋକମାନେ ଯେତିକି ପସନ୍ଦ କରିବାରେ ଲାଗିଛନ୍ତି ସେହିପରି ଫିଲ୍ମକୁ ମଧ୍ୟ ପସନ୍ଦ କରିବେ ବୋଲି ଫିଲ୍ମର କଳାକାର ଓ ନିର୍ମାତାମାନେ ଆଶା ରଖିଛନ୍ତି। ଫିଲ୍ମଟି ଆସନ୍ତା ସେପ୍ଟେମ୍ବର 28 ତାରିଖରେ ରିଲିଜ ହେବ।

#entertainment #bollywood #trailer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon