• padmabati kund

ବିନା ରନ୍ଧାରେ ପ୍ରସ୍ତୁତ ହେବ ଏହି ଆସାମ ଚାଉଳ


ଆସାମର ବୋକା ସୌଲ (ଏକପ୍ରକାର ଧାନ)କୁ ଭାରତ ସରକାରଙ୍କ ଇଣ୍ଟେଲେକଚୁଆଲ ପ୍ରପୋର୍ଟି ଇଣ୍ଡିଆ (ଆଇ.ପି.ଆଇ) ତରଫରୁ ଭୌଗଳିକ ସଙ୍କେତ (ଜି.ଆଇ ଟ୍ୟାଗ) ପ୍ରଦାନ କରାଯାଇଛି। ଏହି ଧାନକୁ ଆସାମରେ ସାଧାରଣତଃ ଜୁନରୁ ଡିସେମ୍ବର ମାସ ମଧ୍ୟରେ ଚାଷ କରାଯାଇଥାଏ। ଏହି ଚାଉଳକୁ ଚମତ୍କାରୀ ଚାଉଳ ମଧ୍ୟ କୁହାଯାଇଥାଏ।

ଏହି ଚାଉଳକୁ ଚମତ୍କାରୀ କହିବାର ମୁଖ୍ୟ କାରଣ ହେଉଛି ଏହାକୁ ଖାଇବା ପାଇଁ ରାନ୍ଧିବାକୁ ପଡିନଥାଏ। ଏହା ଅତି ସାଧାରଣ ଓ ସବୁବର୍ଗର ଲୋକ ଏହାକୁ କିଣିପାରିବେ। ଏହାକୁ ଖାଇବା ପାଇଁ କେବଳ ଏହାକୁ ଏକଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖିବାକୁ ହୋଇଥାଏ। ଆସାମର ଲୋକମାନେ ଏହାସହିତ କଦଳୀ, ଗୁଡ ଓ କ୍ଷୀର ମିଶାଇ ଖାଇଥାଆନ୍ତି।

ଗୌହାଟି ୟୁନିଭର୍ସିଟିରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଚାଉଳରେ 10.73 ପ୍ରତିଶତ ତନ୍ତୁ ରହିଛି ଓ 6.8 ପ୍ରତିଶତ ପ୍ରୋଟିନ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପୁଷ୍ଟିକର ଅଟେ ଓ ଏହା ଶରୀରକୁ ଥଣ୍ଡା ମଧ୍ୟ ରଖିଥାଏ।

ନାଲବରୀରେ ଥିବା ଏକ ସ୍ଵେଚ୍ଛାସେବୀ ସଂଗଠନ ଲୋଟସ ପ୍ରୋଗ୍ରେସିଭ ସେଣ୍ଟରର ପ୍ରତିଷ୍ଠାତା ଓ ସଦସ୍ୟ ଥିବା ହେମନ୍ତ ବୈଶ୍ୟ, ଗୌହାଟିର ସେଣ୍ଟର ଅଫ ଏନଭରମେଣ୍ଟାଲ ଏଜୁକେସନ (ସି.ଇ.ଇ) ସହିତ ମିଶି ଏହି ଚାଉଳକୁ ଜି.ଆଇ ଟ୍ୟାଗ ପ୍ରଦାନ କରିବା ପାଇଁ ସମସ୍ତ ଗବେଷଣା ଓ ବୈଜ୍ଞାନିକ ଯାଞ୍ଚ ଆରମ୍ଭ କରିଥିଲେ।

ଏହି ଚାଉଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ଏହା ଉଚ୍ଚ ଜାଗାମାନଙ୍କରେ ରହୁଥିବା ସୈନ୍ୟମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର ଏହାକୁ ଗୁରୁତ୍ଵଦେବେ ବୋଲି ସେଣ୍ଟର ଅଫ ଏନଭରମେଣ୍ଟାଲ ଏଜୁକେସନ, ଗୌହାଟିର ସୀମାନ୍ତ କଲିତା କହିଛନ୍ତି।

ଆସାମର ନାଲବରୀ,ବାରପେଟା, ଗୋଳପଡ଼ା,କାମରୁପ, ଦାରଙ୍ଗ, ଧୂବ୍ରି, ଚିରାଙ୍ଗ, ବୋଙ୍ଗାଇଗାଁ, କୋକ୍ରାଝର, ବକ୍ସା ଓ ଅନ୍ୟାନ୍ୟ ସ୍ଥାନରେ ଏହି ଧାନ ଚାଷ କରାଯାଇଥାଏ। ପୂର୍ବରୁ 1700ଖ୍ରୀଷ୍ଟାବ୍ଦରେ ମୋଗଲ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ସମୟରେ ଆହୋମ ସୈନ୍ୟଙ୍କ ପାଇଁ ଏହା ମୁଖ୍ୟ ଖାଦ୍ୟ ଥିଲା ବୋଲି କୁହାଯାଏ।

#asamrice #bokasoul #GItag

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon