• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କାହାର ହେଇପାରେ ସ୍ୱାସ୍ଥ୍ୟରେ ଅବନତି


ମେଷ: ବ୍ୟବସାୟିକ ଓ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ। ପରିବାର ଲୋକଙ୍କ ସହ ସମୟ ବିତାଇ ନପାରିବାରୁ ଅଶାନ୍ତି ଦେଖାଦେଇପାରେ। କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେଇପାରିବେ ନାହିଁ।

ବୃଷ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ନିଜ ପରିଶ୍ରମ ଅନୁସାରେ ଉଚିତ ଫଳ ପାଇବେ ନାହିଁ। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ଛାତ୍ରଛାତ୍ରୀମାନେ ସୁଫଳ ପାଇଁ ପରିଶ୍ରମ କରିବେ।

ମିଥୁନ: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ସ୍ଵାସ୍ଥ୍ୟରେ ମଧ୍ୟ ଅବନତି ଘଟିବ। ସେଥିଲାଗି ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ବହୁତ ଭଲ ସମୟ ବିତାଇବେ। ଆର୍ଥିକସ୍ଥିତି ସ୍ଵଚ୍ଛଳ ରହିବ।

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ସାନ ଭାଇଭଉଣୀଙ୍କ ଠାରୁ ସହଯୋଗ ପାଇବେ। କିଛି ମାନସିକ ଅଶାନ୍ତି ଦେଖାଦେଇପାରେ। ନିଜ ସମ୍ମାନ କ୍ଷତି ହେବା ପରି କୌଣସି କାମ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଛାତ୍ରଛାତ୍ରୀମାନେ ଉଚିତ ଫଳାଫଳ ପାଇବେ।

ସିଂହ: ସପ୍ତାହରେ ଆପଣ ବହୁତ ବ୍ୟସ୍ତ ରହିବେ। ପରିବାର ଲୋକଙ୍କ ସହିତ ସମୟ ବିତାଇପାରିବେ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ସଫଳ ପ୍ରଦର୍ଶନ କରିବେ। ମାନସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।

କନ୍ୟା: ଆର୍ଥିକସ୍ଥିତି ସ୍ଵଚ୍ଛଳ ରହିବ। ଯଦି ଆପଣ କିଛି ବ୍ୟବସାୟ କରୁଛନ୍ତି ତେବେ ସଫଳତା ପାଇବେ। ପରିବାର ମଧ୍ୟରେ କଳହ ଦେଖାଦେଇପାରେ। ଶୁଭଫଳ ପ୍ରାପ୍ତି ହେବ। ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ତୁଳା: ବ୍ୟାପାର ବାଣିଜ୍ୟରେ ସଫଳତା ପାଇବେ। ପରିବାରରେ ଅବିଭାବକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଯାହା ଆପଣଙ୍କ ପାଇଁ ସଫଳ ରହିବ। ଆମୋଦପ୍ରମୋଦ ପାଇଁ ଅଧିକ ଖର୍ଚ୍ଚ କରିପାରନ୍ତି।

ବିଛା: କର୍ମକ୍ଷେତ୍ରରେ ଲାଭକ୍ଷତି ଲାଗିରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଦୁରସ୍ଥାନକୁ ଯାତ୍ରା କରିପାରିବେ। କୌଣସି ସୁଯୋଗକୁ ହାତଛଡା ହେବାକୁ ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ଫଳ ମିଳିବ।

ଧନୁ: କୌଣସି କାରଣ ପାଇଁ ଉଦାସ ରହିବେ। କଠିନ ପରିଶ୍ରମର ସୁଫଳ ପାଇବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହାୟତା ପାଇବେ। ପରିବାର ସଦସ୍ୟଙ୍କ ସହିତ  କଳହ ହୋଇପାରେ। କିନ୍ତୁ ସମସ୍ତ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରନ୍ତୁ।  

ମକର: ସପ୍ତାହଟି ଆପଣଙ୍କ ପାଇଁ ସେତେ ଭଲରେ କାଟିବ ନାହିଁ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ବହୁଦିନରୁ ଲାଗି ରହିଥିବା କାର୍ଯ୍ୟକୁ ପୂରଣ କରିବେ। ଅଧିକ ବ୍ୟୟ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ରହିଛି।

କୁମ୍ଭ: ଆୟରେ ବୃଦ୍ଧି ଘଟିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନଦିଅନ୍ତୁ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଆଖି ସମସ୍ୟା ଦେଖାଯାଇପାରେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ମୀନ: ସପ୍ତାହଯାକ ବ୍ୟସ୍ତ ରହିବେ, ଫଳ ସ୍ୱରୂପ ପରିବାର ଲୋକଙ୍କୁ ସମୟ ଦେଇପାରିବେ ନାହିଁ। କର୍ମକ୍ଷେତ୍ରରେ ସିନିୟର ଆପଣଙ୍କ ସହିତ ରୁକ୍ଷ ବ୍ୟବହାର କରିବେ। ବହୁ ଦିନରୁ ଆଶା କରିଥିବା କାର୍ଯ୍ୟ ସଫଳ ହେବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon