• padmabati kund

ଡଲାର ତୁଳନାରେ ଟଙ୍କାର ମୂଲ୍ୟ 70 ଛୁଇଁଲା, ପେଟ୍ରୋଲ ଦର ବଢିବା ଆଶଙ୍କା


କିଛିଦିନ ହେବ ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ ପାଇବାରେ ଲାଗିଛି। ଆଜି ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 70କୁ ଖସିଛି। ତେବେ 1947 ମସିହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କାର ମୂଲ୍ୟ ତଳକୁ ଖସିବାରେ ସବୁଠାରୁ ବଡ ବୋଲି ଜଣାପଡିଛି।

ମିଣ୍ଟ ଖବରକାଗଜରେ ପ୍ରକାଶିତ ଏକ ଖବର ଅନୁସାରେ ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରାୟ ୯% ଖସି ସାରିଛି।

ତୁର୍କୀର ବିତ୍ତୀୟ ବଜାରରେ କ୍ଷତି ହୋଇଥିବାରୁ ଏପରି ହୋଇଥିବାର ସୂଚନା ମିଳିଛି। ତୁର୍କୀର ଲିରା ଡଲାର ତୁଳନାରେ ଆଠ ପ୍ରତିଶତ ହ୍ରାସ ପାଇଛି। ଏଣୁ ସମସ୍ତ ଏସୀୟ ମୁଦ୍ରା ଏହି ପ୍ରଭାବରେ ହ୍ରାସ ପାଇଛି।

ସୋମବାର ଦିନ ମଧ୍ୟ ଟଙ୍କାର ମୂଲ୍ୟରେ ଭାରିହ୍ରାସ ଦେଖିବାକୁ ମିଳିଥିଲା। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଟ.69.49 ରେକର୍ଡ ସ୍ତରରେ ପହଞ୍ଚି ଯାଇଥିଲା। ଗତକାଲି କାରବାର ଆରମ୍ଭ ସମୟରେ ଟଙ୍କାର ମୂଲ୍ୟ ଟ.68.42 ରହିଥିଲା। ପରେ ଏହା ବଢିବାରେ ଲାଗିଥିଲା। ମଙ୍ଗଳବାର ଏହି ବୃଦ୍ଧି ଜାରି ରହିଥିଲା, ତେବେ କିଛି ଭାରତୀୟ ବ୍ୟାଙ୍କ ଡଲାର ବିକ୍ରି ବଢ଼ାଇବା ପରେ କିଛି ସମୟ ପାଇଁ ଟଙ୍କା ମୂଲ୍ୟ ଡଲାର ତୁଳନାରେ 70ଟଙ୍କା ତଳକୁ ଖସିଥିଲା।

ଭାରତୀୟ ମୁଦ୍ରା ବିଗତ କିଛି ଦିନ ଧରି ଡଲାର ତୁଳନାରେ ଖସିବାକୁ ଲାଗିଛି। ଏହା ₹୬୩.୫୦ ରୁ ଆରମ୍ଭ କରି ₹୭୦ ରେ ପହଂଚି ସରିଲାଣି। ରିଜର୍ଭ ବ୍ୟାଙ୍କ ଅନୁସାରେ ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହେଇଥିବା ରପ୍ତାନି ଶୁଳ୍କ ପ୍ରତିଯୋଗିତା ପାଇଁ ଭାରତୀୟ ମୁଦ୍ରାର ଏପରି ପରିସ୍ଥିତି ହୋଇଛି।

ଯଦି ଏପରି ଭାବରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଏ ତେବେ ଏହାର ସିଧାସଳଖ ପ୍ରଭାବ ଅର୍ଥନିତୀ ଉପରେ ପଡିବ ବୋଲି ଅର୍ଥନୀତି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି।

ଏହାଫଳରେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇବ। ଯେପରି ପେଟ୍ରୋଲିୟମ ଉପାଦାନ ମହଙ୍ଗା ହେବ, ଅନ୍ୟ ଜିନିଷର ଦରଦାମ ମଧ୍ୟ ବୃଦ୍ଧି ପାଇବ। ସେହିପରି ବ୍ୟାଙ୍କ ଋଣ ମଧ୍ୟ ମହଙ୍ଗା ହେବ ଓ ବିଦେଶରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କର ଖର୍ଚ୍ଚ ବୃଦ୍ଧି ପାଇବ। ବିଦେଶ ଯାତ୍ରା କରିବାରେ ଭାରତୀୟଙ୍କ ଖର୍ଚ୍ଚ ମଧ୍ୟ ବଢିଯିବଏହାଛଡ଼ା ବିଦେଶରୁ ଆସୁଥିବା ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ।

ଏହାପୂର୍ବରୁ ଜୁଲାଇ 19 ତାରିଖରେ ଏପରି ଭାରି ହ୍ରାସ ଦେଖିବାକୁ ମିଳିଥିଲା। ଏହି ସମୟରେ ଟଙ୍କାର ମୂଲ୍ୟ 69 ଛୁଇଁଥିଲା। ଡଲାର ଚାହିଦା ବଢିବା ଓ ଅଶୋଧିତ ତୈଳଦରରେ ବୃଦ୍ଧି ଟଙ୍କାକୁ କମଜୋର କରିଥିଲା।

#currentnews #rupee #dollar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon