• padmabati kund

ଜିଓ ପ୍ରଭାବ : ଭୋଡଫୋନ ଦେଉଛି ଟ.99ରେ ଅନଲିମିଟେଡ କଲ, ଡାଟା ନାହିଁ


ଯଦି ଆପଣ ମୋବାଇଲରେ ଡାଟା ଓ ଏସ.ଏମ.ଏସ ଅପେକ୍ଷା ଅଧିକ କଲ କରିଥାନ୍ତି ତେବେ ଭୋଡଫୋନର ଟ.99 ନୂଆ ଅନଲିମିଟେଡ ପ୍ୟାକ ଆପଣଙ୍କ ପାଇଁ ବହୁତ ଭଲ ପ୍ୟାକ ଅଟେ। ରିଲାଏନ୍ସ ଜିଓ ଓ ଏୟାରଟେଲ ତରଫରୁ ଜାରି ହେଇଥିବା 99 ପ୍ୟାକକୁ ଟକ୍କର ଦେବା ପାଇଁ ଭୋଡଫୋନ ତରଫରୁ ଏହି ପ୍ୟାକ ଲଞ୍ଚ କରାଯାଇଛି। ଭୋଡଫୋନର ଗ୍ରାହକ ଏହି ପ୍ୟାକରେ କେବଳ ଅନଲିମିଟେଡ କଲ କରିପାରିବେ।

କଣ ସୁବିଧା ମିଳିବ

ଟେଲିକମ ଟକ୍ ର ରିପୋର୍ଟ ଅନୁସାରେ ଭୋଡଫୋନର ଏହି ନୂଆ ପ୍ଳାନର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ ଏବଂ ଭୋଡଫୋନର 4ଜି ଥିବା ଅଞ୍ଚଳର ଗ୍ରାହକମାନେ ଏହାକୁ ରିଚାର୍ଜ କରିପାରିବେ। ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲର ସୁବିଧା ମିଳିବ। କିନ୍ତୁ ଏହି କଲରେ ଗ୍ରାହକ ପ୍ରତିଦିନ 250 ମିନିଟ ଓ ସପ୍ତାହକୁ 1000 ମିନିଟ ପର୍ଯ୍ୟନ୍ତ କଥା ହୋଇପାରିବେ। ଏହା ବ୍ୟତୀତ କୌଣସି ଫ୍ରୀ ଡାଟା ଓ ଏସ.ଏମ.ଏସ ର ସୁବିଧା ମିଳିବ ନାହିଁ ।

ଭୋଡଫୋନର ଏହି ନୂଆ ଟ.99ର ପ୍ୟାକ ଜିଓର ଟ.98 ପ୍ୟାକ ସହିତ କଡା ଟକ୍କର ହେବ। ଜିଓର ଟ.99 ପ୍ୟାକରେ ଗ୍ରାହକମାନଙ୍କୁ ଅନଲିମିଟେଡ ଭଏସ କଲ (କୌଣସି ଲିମିଟ ନାହିଁ), ପ୍ରତିଦିନ 1ଜିବି ଡାଟା ଓ 300 ଏସ.ଏମ.ଏସ ମିଳୁଛି ଓ ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ।

ସେହିପରି ଏୟାରଟେଲରେ ମଧ୍ୟ ଟ.99ର ପ୍ୟାକ ରହିଛି। ଏହି ପ୍ୟାକରେ ଗ୍ରାହକମାନଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି କଲ ସହିତ 2ଜିବି ଡାଟା ଓ ପ୍ରତିଦିନ 100ଟି ଏସ.ଏମ.ଏସ ମିଳିବ। କିନ୍ତୁ ଏହି ପ୍ୟାକର ବୈଧତା 10ଦିନ ରହିବ।

ଏହାବ୍ୟତୀତ ଭୋଡଫୋନ ଇଣ୍ଡିଆ ତରଫରୁ ନିକଟରେ ଏକ 47ଟଙ୍କାର ପ୍ୟାକ ଲଞ୍ଚ କରାଯାଇଛି। ଏହି ପ୍ୟାକରେ ଗ୍ରାହକମାନଙ୍କୁ ଲୋକାଲ ଏସଟିଡି ଓ ନ୍ୟାସନାଲ ରୋମିଙ୍ଗ କଲ ପାଇଁ 7500ସେକେଣ୍ଡ (125ମିନିଟ) ସହିତ 500MB ଡାଟା ଓ 50ଟି ଏସ.ଏମ.ଏସ ମିଳୁଛି। ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ। କିନ୍ତୁ ଏହି ପ୍ୟାକ କେବଳ ମୁଖ୍ୟ ଆକାଉଣ୍ଟରୁ ବାଲାନ୍ସ କାଟି ଆକ୍ଟିଭ କରିପାରିବେ।

#mobile #recharge #vodafone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon