• ବେତାର ବ୍ୟୁରୋ

ମାଡ଼ଗୋଳ କେସରେ ବେନ ଷ୍ଟୋକ୍ସ ଦୋଷମୁକ୍ତ


ବାରରେ ମଦ୍ୟପାନ କରି ମାଡ଼ଗୋଳ କରିବା ଘଟଣାରେ ଇଂଲଣ୍ଡର ଏକ କୋର୍ଟ ମଙ୍ଗଳବାର ଦିନ ଏହାର ଅଲରାଉଣ୍ଡର କ୍ରିକେଟର ବେନ ଷ୍ଟୋକ୍ସଙ୍କୁ ଦୋଷମୁକ୍ତ କରିଛନ୍ତି।

ଗତ ବର୍ଷ ସେପ୍ଟେମ୍ବର ମାସରେ ବ୍ରିଟେନର ବ୍ରିଷ୍ଟୋଲ ସହରରେ ଥିବା ଏକ ବାରକୁ ମଦ୍ୟପାନ କରିବାକୁ ଯାଇଥିବା ଏହି ଇଂଲଣ୍ଡ କ୍ରିକେଟର ସେଠାରେ ଦୁଇ ଯୁବକଙ୍କ ସହିତ ବଚସା ପରେ ମାଡ଼ଗୋଳ କରିଥିବା ଅଭିଯୋଗ ହେଇଥିଲା । ରାୟାନ ହେଲ (୨୭) ନାମକ ଯୁବକଙ୍କୁ ମାରି ତଳେ ପକାଇଥିବା ଓ ରିଆନ ଅଲୀ (୨୮ ବର୍ଷ) ନାମକ ଯୁବକଙ୍କୁ ମୁଥ ମାରିଥିବାର ଅଭିଯୋଗ ଷ୍ଟୋକ୍ସଙ୍କ ନାମରେ ହେଇଥିଲା, ଯାହାର ରାୟ ମଙ୍ଗଳବାର ପ୍ରକାଶିତ ହେଇଥିଲା ।

ଏହି ମାଡ଼ଗୋଳ ଘଟଣାରେ ଅଲୀଙ୍କର ଦାନ୍ତ, ଆଖି ତଳ ହାଡ ଭାଙ୍ଗିଥିବା ଓ ଆଖି ପତା ଫାଟିଥିବା ବେଳେ , ହେଲଙ୍କ ମୁଣ୍ଡରେ ଆଘାତ ଆସିଥିଲା । ଏହି ଘଟଣାରେ କ୍ରିକେଟର ଷ୍ଟୋକ୍ସଙ୍କ ସମେତ ଅଲୀଙ୍କୁ ମଧ୍ୟ ଘଟଣାକୁ ଉକୁସାଇଥିବା ନେଇ ଅଭିଯୋଗ ହେଇଥିଲା । ତେବେ କୋର୍ଟ ମଙ୍ଗଳବାର ଉଭୟଙ୍କୁ ଏହି ଘଟଣାରେ ଦୋଷମୁକ୍ତ କରିଛନ୍ତି ।

ମଦ ହିଁ କାରଣ

ଗତବର୍ଷ ସେପ୍ଟେମ୍ବର ମାସରେ ଇଂଲଣ୍ଡର କ୍ରିକେଟ ଟିମ ୱେଷ୍ଟ ଇଣ୍ଡିଜକୁ ଏକ ଦିବସୀୟ ମ୍ୟାଚରେ ପରାସ୍ତ କରିବା ଦିନ, ହୋଟେଲରେ ନିଜ ଟିମ ସଦସ୍ୟଙ୍କ ସହିତ ବିଜୟ ଉତ୍ସବ ପାଳନ କରିବା ପରେ ଷ୍ଟୋକ୍ସ ନିଜର ଏକ ବନ୍ଧୁଙ୍କ ସ୍ଥାନୀୟ ଏକ ବାରକୁ ଯାଇଥିଲେ । ହେଲେ ରାତି ଅଧିକ ହେଇଥିବାରୁ ବାରର ସିକ୍ୟୁରିଟୀ ତାଙ୍କୁ ଭିତରକୁ ଛାଡି ନ ଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ବେନ ଷ୍ଟୋକ୍ସ ପାଖରେ ଯାଉଥିବା ଦୁଇ ସମଲିଙ୍ଗି ପୁରୁଷଙ୍କୁ ଥଟ୍ଟା କରିଥିଲ , ଯାହା ପରେ ବଚସା ଓ ମାଡ଼ଗୋଳର ରୂପ ନେଇ ଥିଲା ।

କୋର୍ଟରେ ନିଜର ପକ୍ଷ ରଖିଲା ବେଳେ ବେନ ଷ୍ଟୋକ୍ସ କହିଥିଲେ ଯେ ଉକ୍ତ ଘଟଣା ଦିନ ସେ ହୋଟେଲରେ ପାଞ୍ଚ ରୁ ଛଅ ପେଗ ଭୋଡକା, ତିନି ପାଇଣ୍ଟର ହ୍ଵିସ୍କି ଓ ଏକ ବୋତଲ ବିଅର ପାନ କରିଥିଲେ । ତେବେ ଘଟଣା ଦିନ ହେଇଥିବା ସମସ୍ତ କଥା ତାଙ୍କର ମନେ ଅଛି ବୋଲି ସେ କୋର୍ଟ ଆଗରେ କହିଥିଲେ ।

#currentaffairs #cricket #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon