• padmabati kund

କେମିତି ବିତାଇବେ ସ୍ଵାଧୀନତା ଦିବସ : ଟିଭି, ସିନେମା ଗାଇଡ


ସ୍ୱାଧୀନତା ଦିବସକୁ ମନଭରି ଉପଭୋଗ କରିବା ପାଇଁ ରହିଛି ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ। ଆପଣ ନିଜ ଅଞ୍ଚଳର ଚିତ୍ତାକର୍ଷକ ପାରେଡ ଦେଖି ସାରିବା ପରେ ଘରେ ବସି ବିଭିନ୍ନ ମନୋରଞ୍ଜକ କାର୍ଯ୍ୟକ୍ରମ ଟିଭିରେ ଦେଖି ପାରିବେ ।

ସିନେମା ଥିଏଟର

ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ଦୁଇଟି ବଲିଉଡ ଫିଲ୍ମ ‘ଗୋଲ୍ଡ’ ଓ ‘ସତ୍ୟମେବ ଜୟତେ’। ଭାରତୀୟ ହକି ଦଳର ସ୍ଵର୍ଣ୍ଣୀମ ଇତିହାସକୁ ଉପରେ ଆଧାରିତ ଫିଲ୍ମ ମାଧ୍ୟମରେ ଅକ୍ଷୟ କୁମାର ଓ ମୌନୀ ରୟଙ୍କୁ ଏକାଠି ଦେଖିବାକୁ ପାଇବେ। ସେହିପରି ‘ସତ୍ୟମେବ ଜୟତେ’ରେ ଜନ ଆବ୍ରାହମ ଓ ମନୋଜ ବାଜପେୟୀଙ୍କ ଅଭିନୟ ସହିତ ଭରପୁର ଆକ୍ସନ ମଧ୍ୟ ରହିଛି।

ଗୋଲ୍ଡ (ହିନ୍ଦୀ)

ସତ୍ୟମେବ ଜୟତେ (ହିନ୍ଦୀ)

ଟିଭି ସିନେମା

ଆପଣଙ୍କ ଟିଭି ପରଦାରେ ମଧ୍ୟ ରହିଛି ଅନେକ ସୁପରହିଟ ଫିଲ୍ମ। ଜୀ ସିନେମାରେ ଜନ ଆବ୍ରାହମଙ୍କ ଅଭିନୀତ ‘ପରମାଣୁ : ଦ ଷ୍ଟୋରୀ ଅଫ ପୋଖ୍ରନ’ ପ୍ରଥମଥର ପାଇଁ ଟିଭି ପରଦାରେ ଦେଖିବାକୁ ମିଳିବ। ଏହା ସହିତ ଜୀ ଆକ୍ସନରେ ରହିଛି ‘କମାଣ୍ଡୋ’ , ଆଣ୍ଡ ପିକଚର୍ସରେ ରହିଛି ‘ରୁସ୍ତୋମ’ ଏବଂ ଆହୁରି ଅନେକ କିଛି।

ପରମାଣୁ : ଦ ଷ୍ଟୋରି ଅଫ ପୋଖ୍ରନ-ଜୀ ସିନେମା-12.04pm

ଦଙ୍ଗଲ- ଜୀ ସିନେମା-2.34pm

ଜୱାନ –ଷ୍ଟାରଗୋଲ୍ଡ ଏଚଡି -3.40pm

ଏମ.ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ - ଷ୍ଟାରଗୋଲ୍ଡ ଏଚଡି-5.35pm

କମାଣ୍ଡୋ : ଏ ୱାନ ମେନ ଆର୍ମୀ –ଜୀ ଆକ୍ସନ -5.30pm

ରୁସ୍ତୋମ –ଆଣ୍ଡ ପିକଚର୍ସ -4.54pm

ପିକେ-ସୋନି ମ୍ୟାକ୍ସ-7.55pm

ଲଗନ –ଆଣ୍ଡ ପିକଚର୍ସ-8.00pm

ଟିଭି ଶୋ

ସ୍ଵାଧୀନତା ଦିବସ ଉପଲକ୍ଷେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ଓ ହିଷ୍ଟ୍ରୀ ଟିଭି18ରେ ରହିଛି ଦୁଇଟି ଡକୁମେଣ୍ଟରୀ ଶୋ।

ଇଣ୍ଡିଆସ ଭାଲୋରସ-ସ୍ପେଶିଆଲ ଅପରେସନ ଇଣ୍ଡିଆ: ସର୍ଜିକାଲ ଷ୍ଟ୍ରାଇକ –ହିଷ୍ଟ୍ରୀ ଟିଭି18-9.00pm

ଦ ପ୍ରେସିଡେଣ୍ଟସ ବଡିଗାର୍ଡ –ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ-9.00pm

#entertainment #bollywood #tvshow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon