• padmabati kund

ଗ୍ରାମାଞ୍ଚଳରେ ବଢୁଛି ସ୍କୁଟର ଚାହିଦା


ଗ୍ରାମାଞ୍ଚଳମାନଙ୍କରେ ମୋଟର ସାଇକେଲର ଚାହିଦା ପୂର୍ବରୁ ରହି ଆସିଥିବା ବେଳେ, ଗତ ଦୁଇ ବର୍ଷ ଭିତରେ

ଏଠାରେ ମଧ୍ୟ ସହର ପରି ସ୍କୁଟର ଚାହିଦା ବଢିଥିବାର ଲକ୍ଷ୍ୟ କରାଯାଇଛି ।

ବ୍ୟବସାୟ ଓ ବାଣିଜ୍ୟ ତଥ୍ୟ ଦେଉଥିବା ଖବରକାଗଜ ମିଣ୍ଟ ରେ ପ୍ରକାଶିତ ଏକ ଖବର ଅନୁସାରେ

ଭାରତର ଗ୍ରାମାଞ୍ଚଳ ଗୁଡିକରେ ପକ୍କା ସଡକ, ମହିଳା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଓ ଧୀରେ ଧୀରେ ସ୍କୁଟରର ମାଇଲେଜ ମୋଟର ସାଇକେଲ ସହିତ ସମାନ ହେଉଥିବାରୁ ଏହାର ବିକ୍ରି ଓ ଚାହିଦା ବଢିବାରେ ଲାଗିଛି । ଏହା ସହିତ ଦେଶରେ ଲଗାତର ତିନି ବର୍ଷ ଧରି ହେଇଥିବା ଭଲ ମୌସୁମୀ ବର୍ଷା ଓ କୃଷକଙ୍କ ରୋଜଗାର ବଢିଥିବାରୁ ସ୍କୁଟର ଚାହିଦା ବଢିଛି।

ଭାରତର ଶ୍ରେଷ୍ଠ 10 ଦୁଇଚକିଆ ଯାନ ବଜାର ମଧ୍ୟରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିହାରରେ ଗତ ଦୁଇବର୍ଷ ମଧ୍ୟରେ ସ୍କୁଟର ବିକ୍ରି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ କରାଯାଇଛି। ଏହି ରାଜ୍ୟ ଗୁଡିକରେ ଶତକଡା 20 ପ୍ରତିଶତରୁ ଅଧିକ ସ୍କୁଟର ବିକ୍ରି ହେଉଛି।

ଏନେଇ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫାକ୍ଚରର୍ସ (ସିଆମ) ତରଫରୁ ଏକ ତଥ୍ୟ ପ୍ରକାଶ କରାଯାଇଛି। ଏହି ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ ଏହାର ସବୁଠାରୁ ଅଧିକ ଚାହିଦା ବଢିଛି। 2016 ମସିହାରେ ସ୍କୁଟର ବିକ୍ରି 21.6 ପ୍ରତିଶତ ରହିଥିବା ବେଳେ, 2018 ମସିହାରେ ଏହା 26.98ପ୍ରତିଶତ କୁ ବୃଦ୍ଧି ପାଇଛି। ସେହିପରି ରାଜସ୍ଥାନରେ 2016ରେ ସ୍କୁଟର ବିକ୍ରି 18.73 ରହିଥିବା ବେଳ, 2018 ମସିହାରେ ଏହାର ସଂଖ୍ୟା 22.71 ପ୍ରତିଶତକୁ ବୃଦ୍ଧି ପାଇଛି।

ଦେଶର ସବୁଠାରୁ ବଡ ମୋଟର ସାଇକଲ ନିର୍ମାତା କମ୍ପାନୀ ‘ହୋଣ୍ଡା’ କହିଛି ଯେ, ଗ୍ରାମାଞ୍ଚଳରେ ବର୍ତ୍ତମାନ ସ୍କୁଟରର ଚାହିଦା ଧୀରେ ଧୀରେ ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳରେ 70-80% ଡିଲରଶିପ ଓ ଶୋରୁମ ସଂଖ୍ୟା ବୃଦ୍ଧି କରିବାକୁ ପ୍ରୟାସ କରୁଛି।

ହୋଣ୍ଡା ସହିତ ହିରୋ ମୋଟୋକର୍ପ ଲିମିଟେଡ, ଟିଭିଏସ ମୋଟର କୋ. ଲିମିଟେଡ ଏବଂ ସୁଜୁକି ମୋଟର ସାଇକଲ ପ୍ରାଇଭେଟ ଲିମିଟେଡର ନୂଆ ନୂଆ ସ୍କୁଟର ମଡେଲ ମଧ୍ୟ ଲୋକମାନଙ୍କ ଦ୍ଵାରା ଆଦୃତ ହେବାରେ ଲାଗିଛି।

ତେବେ ସ୍କୁଟର ଚାହିଦା ବଢୁଥିବାରୁ, କିଛି ଦୁଇ ଚକିଆ ଯାନ ନିର୍ମାତାମାନେ ମୋଟରସାଇକେଲ ଦର କମାଇ ବିକ୍ରିକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି । ଉଦାହରଣ ସ୍ୱରୂପ ବଜାଜ ଏହାର ପ୍ରାରମ୍ଭିକ ସ୍ତରର (

ଟ.50,000 ପାଖାପାଖି) ମୋଟରସାଇକେଲ ଦର 2018 ଆରମ୍ଭରୁ କମାଇଥିଲା । ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ସିଆମର ତଥ୍ୟ ଅନୁସାରେ ଗତ ଫେବ୍ରୁଆରି ରୁ ଜୁଲାଇ ମଧ୍ୟରେ ହେଇଥିବା ଦୁଇଚକିଆ ଯାନ ବିକ୍ରିରେ ମୋଟରସାଇକେଲ ବିକ୍ରି ସ୍କୁଟରକୁ ଟପିସାରିଛି ।

#scootersale #ruralarea

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon