• padmabati kund

ଜାଣନ୍ତୁ : ଫେସବୁକ ମେସେଞ୍ଜର କିଡ୍ସର ନୂଆ ଫିଚର


ଫେସବୁକ ଏହାର ମେସେଞ୍ଜର କିଡ୍ସ ଆପରେ ଏକ ନୂଆ ଫିଚର ଯୋଗ କରିଛି। ୧୩ବର୍ଷରୁ କମ ବୟସର ବ୍ୟବହାରକାରୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ଆପରେ ପିଲାମାନେ ସହଜରେ ବନ୍ଧୁମାନଙ୍କୁ ଆଡ କରିପାରିବେ। ତେବେ

ଏହାକୁ ବ୍ୟବହାର କରିବା ନିଷ୍ପତ୍ତି ପିଲାମାନଙ୍କର ଅବିଭାବକ ମାନେ ହିଁ ନେଇପାରିବେ।

ଟେକ କ୍ରଞ୍ଚ ତରଫରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, “ ପିଲାଙ୍କର ଅବିଭାବକଙ୍କୁ ସେଟିଙ୍ଗ ଅନ ରଖିବାକୁ ପଡିବ ଯାହାଫଳରେ ଏକ ଚାରି ଅକ୍ଷର ବିଶିଷ୍ଟ ପାସୱାର୍ଡ ସୃଷ୍ଟି ହେବ। ଏହା ସାହାଯ୍ୟରେ କଣ୍ଟାକ୍ଟ ରିକ୍ଵେଷ୍ଟକୁ ଆକ୍ସେପ୍ଟ କରିପାରିବେ।“

ଏହା ଏପରି ଭାବରେ କାମ କରିବ ଯେ, ଫେସବୁକ ତରଫରୁ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଚାରିଟି ଶବ୍ଦ ବିଶିଷ୍ଟ ପାସୱାର୍ଡ ସୃଷ୍ଟି କରାଯିବ। ଯେଉଁ ପିଲାକୁ ବନ୍ଧୁ କରିବାକୁ ଚାହୁଞ୍ଛନ୍ତି ତାଙ୍କ ଆପରେ ମଧ୍ୟ ଏହା ଶୋ କରିବ। ଏହାପରେ ଉକ୍ତ ପିଲାଙ୍କର ଅବିଭାବକଙ୍କୁ ଏନେଇ ଏକ ନୋଟିଫିକେସନ ଯିବ। ଏହାପରେ ଅବିଭାବକଙ୍କ ଦ୍ଵାରା ଅନୁମତି ମିଳିବା ପରେ ହିଁ ଦୁହେଁ କଥାବାର୍ତ୍ତା କରିପାରିବେ।

ପୂର୍ବରୁ ବି ଅନୁମତି ନ ଥିଲା

ଅନ୍ୟ ଭାଷାରେ କହିବାକୁ ଗଲେ ପୂର୍ବରୁ ଥିବା ନିୟମକୁ କିଛି କୋହଳ କରାଯାଇନାହିଁ, ବର୍ତ୍ତମାନ ମଧ୍ୟ ପିଲାଙ୍କୁ ଆସୁଥିବା ସମସ୍ତ ରିକ୍ଵେଷ୍ଟ ଗୁଡିକ ଅବିଭାବକଙ୍କ ଅନୁମୋଦନ ଆବଶ୍ୟକ କରିବ।

ଫେସବୁକ କିଡ ଆପର ଏହି ନୂଆ ଫିଚର ଦ୍ଵାରା, ୬ରୁ ୧୩ବର୍ଷର ପିଲାମାନେ ସେମାନଙ୍କର ବନ୍ଧୁ ଓ ସେମାନଙ୍କଠାରୁ ବଡ ପିଲାଙ୍କ ସହିତ ଫଟୋଗ୍ରାଫ, ଭିଡିଓ ଅଦଳ ବଦଳ କରିପାରିବେ ଓ କଥାବାର୍ତ୍ତା ମଧ୍ୟ କରିପାରିବେ, ମାତ୍ର ଏଥିଲାଗି ତାଙ୍କୁ ଅବିଭାବକଙ୍କର ସହମତି ମିଳିବା ଆବଶ୍ୟକ।

ତେବେ ଗାର୍ଡିଆନର ରିପୋର୍ଟ ଅନୁସାରେ, ମେସେଞ୍ଜର କିଡ୍ସ ଆପରେ ଏହି ନୂଆ ଫିଚର ଯୋଗ କରିବା ପରେ ତୀବ୍ର ସମାଲୋଚନା କରାଯାଇଛି, କାରଣ ଏହାଦ୍ୱାରା ଛ’ଅ ବର୍ଷର ପିଲାମାନେ ମାତ୍ରାଧିକ ଫେସବୁକ ବ୍ୟବହାର କରିବେ।

ଫେସବୁକ ତରଫରୁ ଏହି ମେସେଞ୍ଜର କିଡ୍ସ ଆପ ୨୦୧୭ ମସିହା ଡିସେମ୍ବର ମାସରେ ଲଞ୍ଚ କରଯାଇଥିଲା। ଏହି ମେସେଞ୍ଜର କିଡ୍ସ ଆପର ଅଧିକ କାର୍ଯ୍ୟକାରିତାକୁ ମେସେଞ୍ଜର ସହିତ ସଂଯୋଗ କରାଯାଇଥାଏ ଓ ପିଲାମାନଙ୍କର ଆକାଉଣ୍ଟ ଉପରେ ତାଙ୍କର ଅବିଭାବକଙ୍କ ନିୟନ୍ତ୍ରଣ ରହିଥାଏ।

#mobile #facebook #mesengerkidsapp

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon