• padmabati kund

ମେକ ଅପ ସାମଗ୍ରୀ ଶୀଘ୍ର ନଷ୍ଟ ହେଇଯାଉଛି ? ପ୍ରତିକାର ପାଇଁ ଜାଣନ୍ତୁ ଏହି ପାଞ୍ଚ ଟିପ୍ସ


ପ୍ରତ୍ୟେକ ଝିଅ ପାଇଁ ମେକ ଅପ ସାମଗ୍ରୀ ବହୁତ ମୁଲ୍ୟବନ ହୋଇଥାଏ। ତେଣୁ ମେକ ଅପ ସାମଗ୍ରୀକୁ ନଷ୍ଟ କରିବାକୁ ପସନ୍ଦ କରିନଥାନ୍ତି। କେବଳ ଦାମୀ ଦାମୀ ମେକ ଅପ ସାମଗ୍ରୀ କିଣିଲେ ହେବନାହିଁ, ଏହି ସବୁ ସାମଗ୍ରୀର ଭଲ ଭାବରେ ଯତ୍ନ ନେଲେ ହିଁ ଏହା ଅଧିକ ଦିନ ରହିଥାଏ ଓ ବ୍ୟବହାର କରିବାର ଶେଷ ତାରିଖ ପର୍ଯ୍ୟନ୍ତ ଆପଣ ଏହାକୁ ବ୍ୟବହାର କରିପାରିବେ।

ତେବେ ନିଜ ମେକଅପ ସାମଗ୍ରୀକୁ କିପରି ଅଧିକଦିନ ଉପଯୋଗୀ କରିପାରିବେ, ସେଥିପାଇଁ ଆପଣାନ୍ତୁ କିଛି ସହଜ ଉପାୟ।

୧.ଏହାକୁ ସବୁବେଳେ ସଫା ରଖନ୍ତୁ: ମେକଅପ ସାମଗ୍ରୀକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ କରି ରଖିବାକୁ ଚାହୁଁଥିଲେ, ପ୍ରଥମେ ଏହାକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ। ଯେପରି ଆପଣ ବ୍ୟବହାର କରୁଥିବା ମେକ ଅପ ବ୍ରସ ଯଥା- ଫାଉଣ୍ଡେସନ ବ୍ରସ ଓ ଫ୍ଲାଟ ବ୍ରସ ଇତ୍ୟାଦିକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ। ଏହାଦ୍ଵାରା ବ୍ୟାକ୍ଟେରିଆ ଦୂର ହୋଇଥାଏ।

୨.ଗାଧୋଇବା ଘରେ ମେକ ଅପ ସାମଗ୍ରୀ ରଖନ୍ତୁ ନାହିଁ: ଯଦି ଆପଣ ଗାଧୁଆ ଘରେ ମେକ ଅପ ସାମଗ୍ରୀ ରଖୁଥାନ୍ତି ତେବେ ଏଥିରେ ଗାଧୋଇବା ସମୟରେ ପାଣି ପଡିବାର ସମ୍ଭାବନା ଥାଏ ଓ ଏହା ନଷ୍ଟ ହୋଇଯାଇଥାଏ। କିମ୍ବା ଶୀତଦିନେ ଗରମ ପାଣି ଯୋଗୁଁ କାଜଲ ଓ ଆଇଲାଇନର ତରଳି ଯାଇଥାଏ। ତେଣୁ ମେକ ଅପ ସାମଗ୍ରୀକୁ ଥଣ୍ଡା ଜାଗାରେ ରଖନ୍ତୁ।

୩.ଲିପଷ୍ଟିକ ବ୍ୟବହାର ସମୟରେ ସାବଧାନତା ଅବଲମ୍ବନ କରନ୍ତୁ: ସବୁବେଳେ ଲିପଷ୍ଟିକ ଲଗାଇବା ସମୟରେ ଲିପଷ୍ଟିକକୁ ସଫା କପଡାରେ ପୋଛିକି ଓଠରେ ଲଗାନ୍ତୁ। ଏହାଦ୍ୱାରା ବ୍ୟବହାର ହୋଇଥିବା ଲିପଷ୍ଟିକରୁ ଜୀବାଣୁ ଦୂରରେ ରହିଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇ ରହିଥାଏ।

୪.ମେକ ଅପ ଡବାକୁ ଭଲ ଭାବରେ ବନ୍ଦ କରନ୍ତୁ: ଅଧିକାଂଶ ଝିଅମାନେ ତରବରରେ ମେକ ଅପ ସାମଗ୍ରୀ ଥିବା ଡବାକୁ ଭଲଭାବରେ ବନ୍ଦ କରିବାକୁ ଭୁଲିଯାଇଥାନ୍ତି। ଏହାଦ୍ୱାରା ଏଥିରେ ସହଜରେ ଜୀବାଣୁ ଓ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ। ତେଣୁ ମେକ ଅପ କରିସାରିବା ପରେ ଏହାକୁ ଭଲ ଭାବରେ ବନ୍ଦ କରି ରଖନ୍ତୁ।

୫.ଡବା ଅପେକ୍ଷା ଟ୍ୟୁବ୍ ବ୍ୟବହାର କରନ୍ତୁ: ପ୍ରାୟତଃ ଫାଉଣ୍ଡେସନ ଓ ଲୋଶନ ଗୁଡିକ ଡବାରେ ହିଁ ଆସିଥାଏ ଓ ବାରମ୍ବାର ହାତ ସଂସ୍ପର୍ଶରେ ଆସିବା ଦ୍ଵାରା ଏଥିରେ ବ୍ୟାକ୍ଟେରିଆ ବ୍ୟାପିବାର ସମ୍ଭାବନା ରହିଥାଏ ଓ ଏହା ବହୁତ ଜଲଦି ନଷ୍ଟ ହୋଇଯାଇଥାଏ। ତେଣୁ ଏହାକୁ ଟ୍ୟୁବ୍ ରେ ରଖି ବ୍ୟବହାର କରନ୍ତୁ।

#lifestyle #lifehacks #makeup

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon