- padmabati kund
ରଣବୀର ଦୀପିକାଙ୍କ ବିବାହ ଉତ୍ସବକୁ ମୋବାଇଲ,କ୍ୟାମେରା ନେବା ନିଷେଧ

ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜ ବାହାଘର ପାଇଁ ବେଶ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ତେବେ ଶୁଣିବାକୁ ମିଳୁଛି ଯେ ଆସନ୍ତା ନଭେମ୍ବର 20 ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ରଣବୀର ଓ ଦୀପିକା ଏକ ନିଷ୍ପତ୍ତି ନେଇଛନ୍ତି।
ଦୀପିକା ନିଜ ବାହାଘରକୁ ଖୁବ ଖାସ କରିବାକୁ ଚାହୁଞ୍ଛନ୍ତି ଓ ଏହା ସହିତ ନିଜ ବାହାଘରର ଗୋପନୀୟତା ବଜାୟ ରଖିବା ପାଇଁ ବାହାଘରକୁ ଆସିବାକୁ ଥିବା ସମସ୍ତ ଅତିଥିଙ୍କୁ ମୋବାଇଲ କିମ୍ବା କ୍ୟାମେରା ନ ଆଣି ଆସିବାକୁ ଅନୁରୋଧ କରିଛନ୍ତି, ବୋଲି ଇଂରାଜୀ ଖବର କାଗଜ ଡିଏନଏରେ ପ୍ରକାଶ ପାଇଛି ।
ପୂର୍ବରୁ ବିରାଟ କୋହଲି- ଅନୁଷ୍କା ଶର୍ମା ଓ ସୋନାମ କପୁର- ଆନନ୍ଦ ଆହୁଜାଙ୍କ ବିବାହର ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦୀପିକା ନିଜ ବାହାଘରରେ ଏପରି ପରିସ୍ଥିତି ଚାହୁଁନାହାନ୍ତି। ବାହାଘରକୁ ଅତିଥିମାନଙ୍କୁ ମୋବାଇଲ ଓ କ୍ୟାମେରା ନ ଆଣିବାକୁ ଅନୁରୋଧ କରିଛନ୍ତି। ତେବେ ସୂଚନା ମିଳିଛି ଯେ ରଣବୀର ଓ ଦୀପିକାଙ୍କ ବାହାଘରରେ କେବଳ ପରିବାର ଲୋକ, ଅନ୍ତରଙ୍ଗ ବନ୍ଧୁମାନେ ହିଁ ଉପସ୍ଥିତ ରହିବେ।
ବାହାଘରର ଫଟୋ ଯେପରି ସୋସିଆଲ ମିଡିଆରେ ଲିକ ନହେବ ସେଥିଲାଗି ମଧ୍ୟ ବିଶେଷ ସୁରକ୍ଷା ପ୍ରତି ସଜାଗ ଅଛନ୍ତି ଦୀପିକା ଓ ରଣବୀର। ଇଟାଲୀର ଲେକ କେମୋ ରେ ଦୁହିଁଙ୍କର ବିବାହ ଅନୁଷ୍ଠିତ ହେବ।
ତେବେ ଦୀପିକା ଓ ରଣବୀରଙ୍କ ତରଫରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରାଯାଇନାହିଁ। ଉଭୟ ପ୍ରଥମରୁ ହିଁ ନିଜ ପ୍ରେମ ସମ୍ପର୍କକୁ ନେଇ ମିଡିଆରେ କିଛି ଖୋଲାଖୋଲି ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ।
ବିରୁଷ୍କାଙ୍କ ବିବାହ ପରେ ବଲିଉଡରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିରୁଷ୍କାଙ୍କ ପରେ ସୋନମ କପୁର- ଆନନ୍ଦ ଆହୁଜା, ନେହା ଧୂପିଆ-ଅଙ୍ଗଦ ବେdI ମଧ୍ୟ ବିବାହ କରିଛନ୍ତି। ତେବେ ଦର୍ଶକମାନେ ବଲିଉଡର ଏହି ଯୋଡିର ବିବାହ ଦେଖିବାକୁ ଚାହିଁବସିଛନ୍ତି।