• padmabati kund

ରାଜ୍ୟ ସଡକ ପରିବହନ ନିଗମରେ ନିଯୁକ୍ତି ସୁଯୋଗ:କେମିତି କରିବେ ଆବେଦନ


ରାଜ୍ୟ ସଡକ ପରିବହନ ନିଗମ ଓଡିଶା ତରଫରୁ ଫୋରମ୍ୟାନ ଓ ହେଲ୍ପର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ପଦରେ ନିଯୁକ୍ତି ପାଇବା ପାଇଁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଅଗଷ୍ଟ 3 ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା

ଉକ୍ତ ବିଜ୍ଞପ୍ତିରେ ଆସିଷ୍ଟାଣ୍ଟ ଫୋରମ୍ୟାନ, ଆସିଷ୍ଟାଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର, ମେକନିକାଲ ହେଲ୍ପର ଓ ଟାୟାରମ୍ୟାନ ନିଯୁକ୍ତି ପାଇଁ ମୋଟ 27 ପଦବୀ ପ୍ରକାଶ ପାଇଛି।

ଦରମା

ଆସିଷ୍ଟାଣ୍ଟ ଫୋରମ୍ୟାନ ଓ ଆସିଷ୍ଟାଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.13,500, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ପଦ ପାଇଁ ଟ.7,100, ମେକାନିକାଲ ହେଲ୍ପର ପଦ ପାଇଁ ଟ. 6,460 ଓ ଟାୟାରମ୍ୟାନ ପଦ ପାଇଁ ଟ.6,250 ଦରମା ପ୍ରଦାନ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ଫୋରମ୍ୟାନ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ଏକ ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ ଅଟୋମୋବାଇଲ ଇଂଜିନିୟରିଙ୍ଗରେ ଡିପ୍ଲୋମା କରିଥିବା ଆବଶ୍ୟକ ଓ ଏକବର୍ଷର ପ୍ରାକ୍ଟିକାଲ ଟ୍ରେନିଂ ନେଇଥିବା ଆବଶ୍ୟକ। ଆସିଷ୍ଟାଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ ତିନିବର୍ଷର ଅଭିଜ୍ଞାତ ଥିବା ଆବଶ୍ୟକ।

ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ପଦ ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ କୌଣସି ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଶିଖିଥିବା ଆବଶ୍ୟକ। ସେହିପରି ମେକନିକାଲ ହେଲ୍ପର ପଦ ପାଇଁ ପ୍ରାର୍ଥୀ ଦଶମଶ୍ରେଣୀ ଓ ଆଇଟିଆଇ ପାସ କରିଥିବା ଆବଶ୍ୟକ। ଟାୟାରମ୍ୟାନ ପଦ ପାଇଁ ପ୍ରାର୍ଥୀ ଶିକ୍ଷିତ ହୋଇଥିବା ଆବଶ୍ୟକ ଓ ଉଚ୍ଚତା 5’3” ରୁ ଅଧିକ ହୋଇଥିବା ଆବଶ୍ୟକ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 40 ବର୍ଷ ହେବା ଆବଶ୍ୟକ।

ଆବେଦନ ଫି

ଆସିଷ୍ଟାଣ୍ଟ ଫୋରମ୍ୟାନ, ଆସିଷ୍ଟାଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ପଦରେ ଆବେଦନ ପାଇଁ ପ୍ରଥୀଙ୍କୁ ଟ.1,000 ଫି ଦେବାକୁ ପଡିବ ଏବଂ ମେକନିକାଲ ହେଲ୍ପର ଓ ଟାୟାରମ୍ୟାନ ପଦ ପାଇଁ ଟ.500 ଫି ଦେବାକୁ ପଡିବ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ OSRTCର ଅଫିସିଆଲ ୱେବସାଇଟରେ ଲଗଇନ କରି ଅନଲାଇନ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଆବେଦନ ଫର୍ମର ହାର୍ଡକପି ସହିତ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଜେରକ୍ସ, ଜନ୍ମଗତ ପ୍ରମାଣପତ୍ର ଜେରକ୍ସ, ଜାତିଗତ ପ୍ରମାଣପତ୍ର ଜେରକ୍ସ ଫଟୋ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ରକୁ ସଂଯୋଗ କରି (General Manager (Adm) OSRTC,Paribahan Bhawan,A.G, Square,Bhubaneswar-751009) ଠିକଣାରେ ପଠାଇବେ।

ଏହା ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ରାଜ୍ୟ ସଡକ ପରିବହନ ନିଗମ ଓଡିଶାର ଅଫିସିଆଲ ୱେବସାଇଟ www.osrtc.in ରେ ଲଗଇନ କରନ୍ତୁ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon