• padmabati kund

ଇନଷ୍ଟାଗ୍ରାମରେ ଶ୍ରଦ୍ଧା ନମ୍ବର ୱାନ


ବଲିଉଡ ଇଣ୍ଡଷ୍ଟ୍ରୀର ‘ଆଶିକି-2 ଗାର୍ଲ’ ଭାବରେ ପରିଚିତ ଶ୍ରଦ୍ଧା କପୁର ଆଲିୟା ଭଟ୍ଟ, ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇ ଇନଷ୍ଟାଗ୍ରାମରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହି ତାଲିକା ଯୁକ୍ତରାଷ୍ଟ୍ର ଆମେରିଆର ମିଡିଆ ଟେକ୍ନୋଲୋଜି କମ୍ପାନୀ ସ୍କୋର ଟ୍ରେଣ୍ଡ୍ସ ଇଣ୍ଡିଆ ଦ୍ଵାରା ପ୍ରକାଶ ପାଇଛି।

ପ୍ରଥମ ଥର ପାଇଁ ଶ୍ରଦ୍ଧା ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି ଓ ତାଙ୍କୁ ସ୍କୋର ଟ୍ରେଣ୍ଡ୍ସ ଇଣ୍ଡିଆ ତରଫରୁ 100 ପଏଣ୍ଟ ମିଳିଛି। ସେହିପରି ତାଲିକାରେ 85 ପଏଣ୍ଟ ସହିତ ଆଲିୟା ଭଟ୍ଟ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଦୀପିକା ପାଦୁକୋନ 68 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି ଓ ପ୍ରିୟାଙ୍କା ଚୋପ୍ରା 66 ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ପଞ୍ଚମ ସ୍ଥାନରେ 59 ପଏଣ୍ଟ ସହିତ ସୋନମ କପୁର ଆହୁଜା ଅଛନ୍ତି।

ଏହି ପଏଣ୍ଟ କେବଳ ଫଲୋଅର ସଂଖ୍ୟା ଅଧିକ ହେଲେ ମିଳି ନ ଥାଏ , ବରଂ ସେଲିବ୍ରିଟି ମାନଙ୍କ ପୋଷ୍ଟରେ ଫଲୋଅର ମାନେ କେତେ ପରିମାଣରେ ଆଗ୍ରହୀ ହେଇ ଲାଇକ, ଶେୟାର ଓ କମେଣ୍ଟ କରୁଛନ୍ତି ସେ ସବୁକୁ ବିଚାରକୁ ନେଇ ଏହି ସ୍କୋର ତାଲିକା ପ୍ରସ୍ତୁତ କରାଯାଇଥାଏ।

ଗତ ମାସରେ ଏହି ତାଲିକାରେ ଶ୍ରଦ୍ଧା କପୁର ସପ୍ତମ ସ୍ଥାନରେ ରହିଥିଲେ। ତେବେ ଗୋଟିଏ ମାସ ମଧ୍ୟରେ ପ୍ରଥମ ସ୍ଥାନରେ ପହଞ୍ଚିବା ଏକ ଉଲ୍ଲେଖନୀୟ କୃତିତ୍ଵ ବୋଲି ଟ୍ରେଣ୍ଡ୍ସ ଇଣ୍ଡିଆର ସହ ସଂସ୍ଥାପକ ଅଶ୍ଵିନୀ କୌଲ କହିଛନ୍ତି।

ନୂଆ ଫିଲ୍ମ ଚର୍ଚ୍ଚା

ତାଙ୍କର ଏହି ବଢିଥିବା ଇନଷ୍ଟାଗ୍ରାମ ଲୋକପ୍ରିୟତାର ମୁଖ୍ୟ କାରଣ ହେଲା ବର୍ତ୍ତମାନ ଶ୍ରଦ୍ଧା ତାଙ୍କର ଆଗାମୀ ଦୁଇଟି ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ରାଜକୁମାର ରାଓଙ୍କ ସହିତ ଅଭିନୀତ “ସ୍ତ୍ରୀ” ଓ ସାହିଦ କପୁରଙ୍କ ସହିତ ଅଭିନୀତ “ବତ୍ତୀ ଗୁଲ ମିଟର ଚାଲୁ”ର ପ୍ରମୋଶନ ପାଇଁ ଶ୍ରଦ୍ଧା ଖୁବ ଲୋକପ୍ରିୟତା ହାସଲ କରିପାରିଛନ୍ତି। “ବତୀ ଗୁଲ ମିଟର ଚାଲୁ”ର ଟ୍ରେଲର ମଧ୍ୟ ନିକଟରେ ଲଞ୍ଚ କରଯାଇଥିଲା। ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।ଏହି ଦୁଇଟି ଫିଲ୍ମ ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିଯିବ।

ଏହାବ୍ୟତୀତ ଶ୍ରଦ୍ଧା ନିଜ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି। ଏହି ଫଟୋକୁ ଲୋକ ମାନଙ୍କ ଠାରୁ ଅନେକ ଲାଇକ ମଧ୍ୟ ମିଳିଥାଏ।

ସ୍କୋର ଟ୍ରେଣ୍ଡ୍ସ ଇଣ୍ଡିଆ ତରଫରୁ ପ୍ରକାଶିତ ହେଉଥିବା ଏହି ତାଲିକା 14 ଭାରତୀୟ ଭାଷାରେ ଉପଲବ୍ଧ 600 ନ୍ୟୁଜ ସୂତ୍ରରୁ ପ୍ରସ୍ତୁତ କରାଯାଇଥାଏ।

#entertainment #bollywood #inshtagram #shraddhakapoor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon