• padmabati kund

ପତଳା ପୁରୁଷମାନେ ଆକର୍ଷଣୀୟ ଦିଶିବା ପାଇଁ ଆପଣାନ୍ତୁ ଏହି ଛଅ ଫ୍ୟାଶନ ଟିପ୍ସ


ଅଧିକାଂଶ ଲୋକ ଭାବିଥାନ୍ତି ଯେ ପତଳା ଲୋକଙ୍କୁ ସମସ୍ତ ପୋଷାକ ଭଲ ମାନିଥାଏ ଓ ପତଳା ଲୋକଙ୍କ ପାଇଁ ନିଜ ସାଇଜର ପୋଷାକ ସହଜରେ ମିଳିଯାଇଥାଏ। କିନ୍ତୁ ପତଳା ଲୋକ ପିନ୍ଧୁଥିବା ସମସ୍ତ ପୋଷାକ ଯେ ଭଲ ଦେଖାଯିବ ଏହା ଜରୁରୀ ନୁହେଁ। ତେଣୁ ପତଳା ପୁରୁଷ ଡ୍ରେସ କିଣିବା ବେଳେ କିଛି ଫ୍ୟାଶନ ଟିପ୍ସ ଉପରେ ଧ୍ୟାନ ଦେବା ଆବଶ୍ୟକ।

୧.ଢିଲା ପୋଷାକ ପିନ୍ଧନ୍ତୁ ନାହିଁ: ଯଦି ଆପଣଙ୍କ ଶରୀର ପତଳା ଅଟେ ତେବେ ପୋଷାକ କିଣିବା ସମୟରେ ଢିଲା ପୋଷାକ ଠାରୁ ଦୂରେଇ ରୁହନ୍ତୁ। ଢିଲା ପୋଷାକ ଆପଣଙ୍କୁ ଏକ ସ୍କେଲେଟନ (କଙ୍କାଳ)ର ଲୁକ ଦେଇଥାଏ। ତେଣୁ ସବୁବେଳେ ନିଜକୁ ଫିଟ ହେଉଥିବା ପୋଷାକ ପିନ୍ଧନ୍ତୁ। ସେହିପରି ବ୍ୟବହାର କରୁଥିବା ପ୍ୟାଣ୍ଟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଢିଲା ପ୍ୟାଣ୍ଟ ପିନ୍ଧନ୍ତୁ ନାହିଁ।

୨.ଜ୍ୟାକେଟ କିମ୍ବା ବ୍ଲେଜର ପିନ୍ଧନ୍ତୁ: ସୁଟ ଜ୍ୟାକେଟ, ସ୍ପୋର୍ଟ୍ସ କୋର୍ଟ କିମ୍ବା ବ୍ଲେଜର ଆପଣଙ୍କୁ ଅଧିକ ବଳଶାଳୀ ଓ ମଜଭୁତ ଦେଖାଇବାରେ ସାହାଯ୍ୟ କରିଥାଏ। ଜ୍ୟାକେଟ ସହିତ ଟାଇ ମଧ୍ୟ ଲଗାନ୍ତୁ। ଜ୍ୟାକେଟ ପିନ୍ଧିବା ଦ୍ଵାରା ଆପଣଙ୍କ ଛାତି ଓସାରିଆ ଦେଖାଯିବ।

୩.ଏକାଧିକ ପୋଷାକ ପିନ୍ଧନ୍ତୁ: ଗୋଟିଏ ପୋଷାକ ଅପେକ୍ଷା ଦୁଇଟି କିମ୍ବା ତିନୋଟି ପୋଷାକ ଏକା ସାଙ୍ଗରେ ପିନ୍ଧନ୍ତୁ। ଏହା ଆପଣଙ୍କ ଲୁକ କୁ ବଦଳାଇ ଦେଇଥାଏ। ଯେପରି ଆପଣ ପ୍ରଥମେ କିଛି ପତଳା ଶାର୍ଟ, ଏହା ଉପରେ ସ୍ଵେଟର ଓ ଏହାପରେ ଜ୍ୟାକେଟ ପିନ୍ଧି ପାରିବେ। ଏହାସହିତ ଟାଇ ମଧ୍ୟ ପିନ୍ଧି ପାରିବେ। ତେବେ ଗୋଟିଏରୁ ଅଧିକ ପୋଷାକ ପିନ୍ଧିବା ସମୟରେ ପୋଷକର ରଙ୍ଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯଦି ଆପଣ ଗାଢ ରଙ୍ଗର ସ୍ଵେଟର ପିନ୍ଧୁଛନ୍ତି ତେବେ ଫିକା ରଙ୍ଗର ଜ୍ୟାକେଟ ପିନ୍ଧନ୍ତୁ।

୪. ମୋଟା କପଡାର ପୋଷାକ ବାଛନ୍ତୁ: ପତଳା କପଡାର ପୋଷାକ ବ୍ୟତୀତ ମୋଟା କପଡାର ପୋଷାକ ପିନ୍ଧନ୍ତୁ। ଏହା ଆପଣଙ୍କୁ ସାମାନ୍ୟ ମଜଭୁତ ଲୁକ ଦେଇଥାଏ। ମୋଟା କପଡାର ପୋଷାକ ଯଥା ଟ୍ଵୀଡ (ଅମଶ୍ରୁଣ ପଶମ କନା), ଫ୍ଳାନେଲ (ନରମ ପଶମ), ଡେନିମ (ଶକ୍ତ କାର୍ପାସ ବସ୍ତ୍ର) ଓ କୋରଡୂରୀ (ବହଳିଆ କାର୍ପାସ ବସ୍ତ୍ର) ପରିଧାନ କରନ୍ତୁ।

୫.କଲାର ନଥିବା ପୋଷାକ ପିନ୍ଧନ୍ତୁ ନାହିଁ : ଆପଣ ଯେଉଁ ପୋଷାକ ପିନ୍ଧୁଛନ୍ତି ସେଥିରେ କଲାର ଥିବା ନିହାତି ଆବଶ୍ୟକ। କଲାର ନଥିବା ପୋଷାକ ଆପଣଙ୍କୁ ଏକ ଦୁର୍ବଳ ଲୁକ ଦେଇଥାଏ। ଜିପ ନେକ (ଚେନ ଥିବା କଲର) ଓ ଫନେଲ ନେକ୍ସ (କାହାଳୀ ଆକାରର କଲର) ଥିବା ପୋଷାକ ଆପଣଙ୍କୁ ବିଶେଷ ଲୁକ ଦେଇଥାଏ।

୬.ବକ୍ତିତ୍ଵ ପରିବର୍ଦ୍ଧିତ କରୁଥିବା ରଙ୍ଗର ପୋଷାକ ପିନ୍ଧନ୍ତୁ: ପୋଷାକ କିଣିବା ସମୟରେ ଏହାର ରଙ୍ଗପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ହାଲୁକା ରଙ୍ଗ ଓ ସମାନ୍ତରାଳ ଆକାରର ପ୍ରିଣ୍ଟ ଥିବା ପୋଷାକ ପିନ୍ଧନ୍ତୁ। ଏହାଦ୍ଵାରା ଆପଣଙ୍କ କାନ୍ଧକୁ ଏକ ଓସାରିଆ ଲୁକ ମିଳିଥାଏ।

#lifestyle #menswear

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon