• padmabati kund

ବକ୍ସ ଅଫିସ ଟକ୍କର : ‘ଗୋଲଡ଼’କୁ ପଛରେ ପକାଇ ବାଜି ମାରିଲା 'ସତ୍ୟମେବ ଜୟତେ'


ସ୍ଵାଧୀନତା ଦିବସରେ  ବଲିଉଡର ଦୁଇଟି ଫିଲ୍ମ ରିଲିଜ ହୋଇଯାଇଛି। ଅକ୍ଷୟ କୁମାରଙ୍କ ଅଭିନୀତ “ଗୋଲ୍ଡ” ଓ ଜନ ଆବ୍ରାହମଙ୍କ “ସତ୍ୟମେବ ଜୟତେ” ମଧ୍ୟରେ ବକ୍ସ  ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି। ଦେଶପ୍ରେମ ଉପରେ ଆଧାରିତ ଏହି ଦୁଇଟି ଫିଲ୍ମ ଦର୍ଶକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି।

ଗୋଲ୍ଡ’କୁ ପଛରେ ପକାଇଲା ‘ସତ୍ୟମେବ ଜୟତେ’

ଏକଦିନରେ ରିଲିଜ ହୋଇଥିବା ଏହି ଦୁଇ ଫିଲ୍ମ ମଧ୍ୟରୁ ପ୍ରଥମ ଦିନରେ ‘ଗୋଲ୍ଡ’ ୨୫କୋଟି ୨୫ଲକ୍ଷ ଟଙ୍କା ରୋଜଗାର କରିଥିଲା ଓ ‘ସତ୍ୟମେବା ଜୟତେ’ ପ୍ରଥମ ଦିନରେ ୨୦କୋଟି ୫୨ ଲକ୍ଷ ଟଙ୍କା ରୋଜଗାର କରିଥିଲା।

କିନ୍ତୁ ଦ୍ଵିତୀୟ ଦିନରେ ‘ଗୋଲ୍ଡ’ର ରୋଜଗାର ୭୦% କମିଯାଇଛି ଓ ମାତ୍ର ୭କୋଟି ଟଙ୍କା ରୋଜଗାର କରିପାରିଛି। ଅପରପକ୍ଷରେ ‘ସତ୍ୟମେବ ଜୟତେ’ ଦୁଇ ଦିନରେ ମୋଟ  ୩୬କୋଟି ୬୦ଲକ୍ଷ ଟଙ୍କା ରୋଜଗାର କରି ଅକ୍ଷୟଙ୍କ ଫିଲ୍ମ ‘ଗୋଲ୍ଡ’କୁ ପଛରେ ପକାଇ ଦେଇଛି।

ଅକ୍ଷୟଙ୍କ ନୂଆ ରେକର୍ଡ

ଅକ୍ଷୟ କୁମାର ଓ ମୌନୀ ରୟଙ୍କ ଅଭିନୀତ “ଗୋଲ୍ଡ” ଫିଲ୍ମ ଭାରତୀୟ ହକିର ଏକ ସ୍ଵର୍ଣ୍ଣୀମ ଇତିହାସର କାହାଣୀ ଅଟେ, ଯେଉଁ ସମୟରେ ଭାରତ ହକି ଦଳ ଅଲମ୍ପିକରେ ଗୋଲ୍ଡ ମେଡାଲ ଲାଭ କରିଥିଲା। ସ୍ଵାଧୀନତା ଦିବସରେ ରିଲିଜ ହୋଇଥିବା ଅକ୍ଷୟଙ୍କ ଏହି ଫିଲ୍ମକୁ ପାଞ୍ଚଦିନର ଲମ୍ବା ୱିକେଣ୍ଡ ମଧ୍ୟ ମିଳିଛି। ଏହା ନିଶ୍ଚିତ ଯେ ଅକ୍ଷୟଙ୍କ ଏହି ଫିଲ୍ମ ମଧ୍ୟ ୧୦୦କୋଟିରୁ ଉର୍ଦ୍ଧ୍ଵ ରୋଜଗାର କରିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଅକ୍ଷୟଙ୍କ ଆଠଟି ଫିଲ୍ମ ୧୦୦କୋଟି ରୋଜଗାର କରିସାରିଛି। ଯଦି ଏହି ଫିଲ୍ମ ୧୦୦କୋଟିରୁ ଉର୍ଦ୍ଧ୍ଵ ରୋଜଗାର କରେ ତେବେ ଅଜୟ ଦେବଗନଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ୧୦୦କୋଟିର ଫିଲ୍ମ କରିଥିବା ହିରୋnka ତାଲିକାରେ ସାମିଲ ହେବେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହିତାଲିକାରେ ସଲମାନ ଖାନ ମୋଟ ୧୩ଟି ଫିଲ୍ମ ସହିତ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି।

ଅକ୍ଷୟ କୁମାରଙ୍କୁ ସଲମାନଙ୍କ ରେକର୍ଡକୁ ଭାଙ୍ଗିବା ପାଇଁ ୪ ଟି ଫିଲ୍ମର ବ୍ୟବଧାନ ରହିବ। ତେବେ ସଲମାନଙ୍କ ଅପେକ୍ଷା ଅକ୍ଷୟ ବର୍ଷକୁ ଅଧିକ ଫିଲ୍ମ କରିଥାନ୍ତି। ତେବେ ଅକ୍ଷୟ ଏହି ରେକର୍ଡ ଆସନ୍ତା ତିନିରୁ ଚାରି ବର୍ଷ ମଧ୍ୟରେ ଅତିକ୍ରମ କରିପାରିବେ ବୋଲି ଆଶା କରାଯାଉଛି।

#entertainment #bollywood #gold #satyamebajayate

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon