• ବେତାର ବ୍ୟୁରୋ

ସୂର୍ଯ୍ୟଙ୍କର ସିଂହ ରାଶିରେ ପ୍ରବେଶ :  କଣ ରହିବ ରାଶି ଉପରେ ପ୍ରଭାବ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଦେବତା ବୋଲି ବିବେଚନା କରାଯାଏ। ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଦେବଙ୍କୁ ନବଗ୍ରହଙ୍କର ରାଜା ମଧ୍ୟ କୁହାଯାଏ। କୌଣସି ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟଙ୍କ ଉପସ୍ଥିତି ଜୀବନରେ ସମ୍ମାନ, ସଫଳତା, ଉନ୍ନତି, ପିତାଙ୍କ ସହିତ ସମ୍ପର୍କ ଓ ପଦୋନ୍ନତିର ସମ୍ଭାବନା ଆଣିଥାଏ।

ଅଗଷ୍ଟ 17 ତାରିଖ 2018, ଶୁକ୍ରବାର 7.06 ଘଣ୍ଟାରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିଛନ୍ତି ଓ ସେପ୍ଟେମ୍ବର 17 ତାରିଖ, ସୋମବାର 7.02ଘଣ୍ଟା ପର୍ଯ୍ୟନ୍ତ ଅବସ୍ଥାନ କରିବେ। ତେବେ ଜାଣିରଖନ୍ତୁ ସମସ୍ତ ରାଶି ଉପରେ ଏହାର କଣ ପ୍ରଭାବ ପଡିବ।

ମେଷ: ଏହି ସମୟରେ ଆପଣଙ୍କୁ ନୂତନ ଚାକିରୀ ମିଳିପାରେ। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଏହି ସମୟରେ ପିଲାମାନେ ଅଧିକ ଜିଦଖୋର ଓ କ୍ରୋଧୀ ହେବେ। ପ୍ରିୟଜନଙ୍କ ସହିତ ଅଧିକ ସମୟ ବିତାନ୍ତୁ।

ବୃଷ: ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। କୌଣସି କଥାକୁ ନେଇ ବିବାଦ ଉପୁଜିପାରେ। କିନ୍ତୁ କର୍ମକ୍ଷେତ୍ରରେ ସଫଳତା ପାଇବେ। ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି। ଜୀବନସାଥୀଙ୍କ ସହ ଖୁସିର ସମୟ ବିତାଇବେ।

ମିଥୁନ: କାର୍ଯ୍ୟ ପରିସର ବୃଦ୍ଧି ପାଇବ। ସଫଳତା ପାଇଁ କଠିନ ପରିଶ୍ରମ କରିବେ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ଶୁଭଦାୟକ ହେବ। ଜୀବନସାଥୀ ଆପଣଙ୍କ ସହ ସବୁ ସମୟରେ ସାହସ ହୋଇ ଠିଆହେବେ।

କର୍କଟ: ଏହି ସମୟରେ ଆପଣ ଅଧିକ କ୍ରୋଧୀ ଓ ଅହଙ୍କାରୀ ହୋଇପାରନ୍ତି। କଟୁ କଥା ମଧ୍ୟ କହିବେ। ଘରର ସଦସ୍ୟଙ୍କ ସହିତ ବାଦବିବାଦ ଉପୁଜିପାରେ। ଆର୍ଥିକ ଦୃଷ୍ଟିରୁ ଏହି ଗୋଚର ଆପଣଙ୍କ ପାଇଁ ଶୁଭ ଅଟେ।

ସିଂହ: ଶୁଭଫଳ ପ୍ରାପ୍ତି ହେବ। ସମାଜରେ ମାନସମ୍ମାନ ବଢିବ। ସ୍ୱାସ୍ଥ୍ୟବସ୍ଥା ଭଲ ରହିବ। ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରିବେ। କିନ୍ତୁ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟକୁ କଷ୍ଟ ଦେବାପରି କିଛି କୁହନ୍ତୁ ନାହିଁ।

କନ୍ୟା: ବିଦେଶ ଯାତ୍ରା କରିପାରନ୍ତି। ଚାକିରୀରେ ସ୍ଥାନାନ୍ତରଣ ହୋଇପାରେ। ଅଧିକ ଖର୍ଚ୍ଚାନ୍ତ ହେବେ। କୋର୍ଟକଚେରୀ ମାମଲାରେ ଜୟଯୁକ୍ତ ହେବେ। କାହା ସହିତ ଅଯଥାରେ ଯୁକ୍ତିତର୍କ କରନ୍ତୁ ନାହିଁ।

ତୁଳା: ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ସମାଜରେ ମାନସମ୍ମାନ ବଢିବ। ପ୍ରେମୀଯୁଗଳଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ। ସନ୍ତାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ସହଯୋଗର ହାତ ବଢାଇବେ।

ବିଛା: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ନିଜ କାମ ପାଇଁ ପ୍ରଶଂସିତ ହେବେ। କାମ ବ୍ୟସ୍ତତା ଯୋଗୁଁ ପରିବାର ସଦସ୍ୟଙ୍କ ସହ କମ ସମୟ ବିତାଇବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ।

ଧନୁ: ସମାଜରେ ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ଦାନ ଧର୍ମରେ ମନ ବଳାଇବେ। ଦୁରସ୍ଥାନ ଯାତ୍ରା କରିପାରନ୍ତି। ପିତାଙ୍କ ସହିତ ମତଭେଦ ହୋଇପାରେ। ଏହି ସମୟରେ ଭାଗ୍ୟ ଆପଣଙ୍କ ସହ ରହିବ।

ମକର: ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ହଠାତ କୌଣସି ଦୁର୍ଘଟଣା ଘଟିପାରେ। ସଚେତନ ରୁହନ୍ତୁ। କୌଣସି ପୁରୁଣା କଥା ସମସ୍ତଙ୍କ ସାମ୍ନାକୁ ଆସିପାରେ। ସବୁବେଳେ ଅନୈତିକ କାମ ଠାରୁ ଦୂରରେ ରୁହନ୍ତୁ।

କୁମ୍ଭ: ବୈବାହିକ ଜୀବନରେ ଅଶାନ୍ତି ଦେଖାଯିବ। ଜୀବନସାଥୀଙ୍କ ସହିତ ଝଗଡା ହୋଇପାରେ। ଅସୁସ୍ଥ ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ବ୍ୟାପାରବାଣିଜ୍ୟରେ ଲାଭବାନ ହେବେ।

ମୀନ: ଅଧିକ ବ୍ୟୟ କରିବେ। କୋର୍ଟ କଚେରୀ ମାମଲାରେ ଜୟଯୁକ୍ତ ହେବେ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଥଣ୍ଡା ଜ୍ଵର ସମସ୍ୟା ଦେଖାଦେବ। ଜୀବନସାଥୀଙ୍କ ସହିତ ମତାନ୍ତର ହୋଇପାରେ।

#astrology #horoscope #suntransit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon