• padmabati kund

ନିକ ଜୋନସଙ୍କ ସହ ବିବାହକୁ ସ୍ଵୀକାର କଲେ ପ୍ରିୟଙ୍କା ଚୋପ୍ରା


ନିଜ ପ୍ରେମ ସମ୍ପର୍କକୁ ନେଇ ବେଶ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ। ତେବେ ବହୁ ଚର୍ଚ୍ଚା ପରେ ଆଜି ପ୍ରିୟଙ୍କାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଉଭୟ ନିର୍ବନ୍ଧ କରିଛନ୍ତି। ନିଜ ସମ୍ପର୍କକୁ ନେଇ ଉଭୟ ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କ ଆଗରେ ଅନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି।

କିଛି ସମୟ ଆଗରୁ ନିକ ଜୋନାସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିର୍ବନ୍ଧର ଏକ ଫଟୋ ଶେୟାର କରିଛନ୍ତି ଓ ଲେଖିଛନ୍ତି ଯେ, “ଭବିଷ୍ୟତର ମିସେସ ଜୋନାସ, ମୋ ହୃଦୟ, ମୋ ପ୍ରେମ।“

ଏହି ପୋଷ୍ଟର ଉତ୍ତର ଦେଇ ଦେଶୀଗାର୍ଲ ପ୍ରିୟଙ୍କା ମଧ୍ୟ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, “ ହୃଦୟରୁ ଓ ଆତ୍ମାରୁ ଏହାକୁ ସ୍ଵୀକାର କରୁଛି।“

ପ୍ରିୟଙ୍କାଙ୍କ ଘରେ ଶିବ ପୂଜା ସହିତ ଏହି ନିର୍ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରିୟଙ୍କାଙ୍କ ଭଉଣୀ ପରିଣୀତିଙ୍କ ସହିତ କିଛି ଖାସ ବନ୍ଧୁ ଏହି ଅବସରରେ ଉପସ୍ଥିତ ଥିଲେ। ତେବେ ପ୍ରିୟଙ୍କାଙ୍କ ନିର୍ବନ୍ଧ ସହିତ ତାଙ୍କର ନିର୍ବନ୍ଧ ମୁଦିକୁ ନେଇ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ନିକ ପ୍ରିୟଙ୍କାଙ୍କୁ ଦେଢ କୋଟି ଟଙ୍କାର ମୁଦି ପିନ୍ଧେଇଛନ୍ତି।

ତେବେ ଖବର ଅନୁସାରେ ପ୍ରିୟଙ୍କା ଓ ନିକ ଏହି ନିର୍ବନ୍ଧରେ ମୋବାଇଲ ଫୋନ ନେବାକୁ ମନା କରିଥିଲେ। ଉଭୟ ଚାହୁଁଥିଲେ ଯେ ନିର୍ବନ୍ଧର ଫଟୋ ଯେପରି ସୋସିଆଲ ମିଡିଆରେ ଲିକ ନହେଉ। ମାତ୍ର ଉଭୟଙ୍କ ନିର୍ବନ୍ଧର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର ହୋଇଥିବାର ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ପ୍ରିୟଙ୍କା ଓ ନିକ ଙ୍କୁ  ଖୁବ ଅଭିନନ୍ଦନ ବାର୍ତ୍ତା ମିଳୁଛି ଓ ଖୁବଶୀଘ୍ର ଉଭୟଙ୍କ ବିବାହ ଦେଖିବାକୁ ମିଳିବ ବୋଲି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି।

#entertainment #bollywood #priyankachopra #nickjonas

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon