- ବେତାର ବ୍ୟୁରୋ
ଜ୍ୟୋତିଷ ଟିପ୍ସ : ପର୍ସରେ ଏସବୁ ରଖିବା ମନା

ପ୍ରତ୍ୟେକ ଲୋକଙ୍କ ପାଖରେ ପର୍ସ ନିହାତି ଭାବରେ ଥାଏ ଓ ସମସ୍ତେ ଚାହିଁଥାନ୍ତି ଯେ ତାଙ୍କ ପର୍ସ ସବୁବେଳେ ଟଙ୍କାରେ ଭରପୁର ହୋଇ ରହୁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଲକ୍ଷ୍ମୀ ଦେବୀଙ୍କ କୃପା ଦୃଷ୍ଟି ରହିଲେ ହିଁ ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ। କିନ୍ତୁ ଅଧିକାଂଶ ଲୋକ ଟଙ୍କା ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପର୍ସରେ ରଖିଥାନ୍ତି।
ଯଦି ଆପଣବି ଚାହୁଁଛନ୍ତି ଯେ ଆପଣଙ୍କ ପର୍ସରେ ସବୁବେଳେ ଟଙ୍କା ରହୁ ବୋଲି ତେବେ ଏହି ପାଞ୍ଚଟି ଜିନିଷକୁ ପର୍ସରେ ରଖନ୍ତୁ ନାହିଁ।
୧.ଫଟା ପର୍ସକୁ ତୁରନ୍ତ ବଦଳାନ୍ତୁ: ପ୍ରଥମେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ପର୍ସ ଯେପରି ଫାଟି ନଥାଏ। ଫଟି ଯାଇଥିବା ପର୍ସ ଆର୍ଥିକ କ୍ଷତି କରିବାର ସୂଚନା ଦେଇଥାଏ। ତେଣୁ ଆପଣ ବ୍ୟବହାର କରୁଥିବା ପର୍ସ ପୁରୁଣା ହୋଇ ଫାଟିବାକୁ ଲାଗିଲେ ଏହାକୁ ବଦଳାଇ ଦିଅନ୍ତୁ।
୨.ପର୍ସରେ କାଗଜପତ୍ର ରଖନ୍ତୁ ନାହିଁ: ପର୍ସରେ କେବଳ ଟଙ୍କା ରଖିବା ପାଇଁ ବ୍ୟବହାର ହୋଇଥାଏ। ବହୁତ ଲୋକ ପୁରୁଣା ରସିଦ ଓ ବିଲ୍ କୁ ପର୍ସରେ ରଖିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ପୁରୁଣା ରସିଦ କାଗଜରେ ରାହୁଙ୍କର ପ୍ରଭାବ ରହିଥାଏ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ।
୩.ଖାଇବା ଜିନିଷ ରଖନ୍ତୁ ନାହିଁ: ଅଧିକାଂଶ ଲୋକ ନିଜ ପର୍ସରେ ଛୋଟ ଛୋଟ ଖାଇବା ଜିନିଷ ଯଥା ଚକୋଲେଟ, ପାନ ମସଲା ଇତ୍ୟାଦି ରଖିଥାନ୍ତି। ଏହା ମଧ୍ୟ ଧନକୁ ଆପଣଙ୍କ ଠାରୁ ଦୂରେଇ ରଖିଥାଏ। ତେଣୁ ଏହିସବୁ ଖାଇବା ଜିନିଷକୁ ପର୍ସରେ ରଖନ୍ତୁ ନାହିଁ।
୪.ଔଷଧ ରଖନ୍ତୁ ନାହିଁ: ପ୍ରାୟ ଲୋକ ଔଷଧ ଖାଇବାକୁ ଠିକ ସମୟରେ ମନେ ରହିବ ବୋଲି ଔଷଧକୁ ପର୍ସରେ ରଖିଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ନକରାତ୍ମକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଏହି ସବୁ ଜିନିଷକୁ ପର୍ସରୁ ଦୂରରେ ରଖନ୍ତୁ।
୫.ଲୁହାରେ ତିଆରି ସାମଗ୍ରୀ ରଖନ୍ତୁ ନାହିଁ: ଲୁହାରେ ତିଆରି ସାମଗ୍ରୀ ଯଥା ବ୍ଲେଡ, ଛୋଟ ଛୁରୀ ପର୍ସରେ ରଖିବା ଦ୍ଵାରା ଆପଣଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ। ଶୁଭଫଳ ପାଇଁ ତମ୍ବା ଓ ଚାନ୍ଦୀରେ ନିର୍ମିତ ପଦାର୍ଥକୁ ପର୍ସରେ ରଖନ୍ତୁ।
ଶୁଭଫଳ ପ୍ରାପ୍ତି ପାଇଁ ଆପଣ ପର୍ସରେ ଲକ୍ଷ୍ମୀଙ୍କ ଫଟୋ, ଅଶ୍ଵସ୍ଥ ପତ୍ର, ଚାନ୍ଦୀର ମୁଦ୍ରା, ନିଜ ଗୁରୁଦେବ କିମ୍ବା ଇଷ୍ଟଦେବଙ୍କ ଚିତ୍ର ଓ ଚାଉଳ ରଖିପାରିବେ।
(ବି.ଦ୍ର ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )